ନୂଆଦିଲ୍ଲୀ, ୨୯/୦୭ : ଇମରାନ ହାସମୀଙ୍କ ଫିଲ୍ମ 'ଆୱାରାପନ 2'ର ଟିଜର ରିଲିଜ୍ ହୋଇସାରିଛି। ଫିଲ୍ମରେ ସେ ପୁଣି ଥରେ ଶିବମ ପଣ୍ଡିତଙ୍କ ଭୂମିକାରେ କମବ୍ୟାକ୍ କରିଛନ୍ତି। ଫିଲ୍ମରେ ଲିଡ୍ ରୋଲ୍ ରେ ଥିବା ଦିଶା ପଟାନିଙ୍କ ଏକ ଝଲକ ଦେଖିବାକୁ ମିଳୁଛି। ଇମରାନ ପୁରାପୁରି ଗମ୍ଭୀର ଅନ୍ଦାଜରେ ନଜର ଆସୁଛନ୍ତି। ୨୦୦୭ରେ ରିଲିଜ୍ ହୋଇଥିବା 'ଆୱାରାପନ'ର ସିକ୍ଵଲ ହେଉଛି 'ଆୱାରାପନ 2'। ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ, ଫିଲ୍ମ ମେକର୍ସ ଏହାର ପ୍ରଥମ ପାର୍ଟର ୧୯ ବର୍ଷ ପୂର୍ତ୍ତି ଅବସରରେ ଜୁନ ୨୯ରେ ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମର ଟିଜର ରିଲିଜ୍ କରିଛନ୍ତି।
'ଆୱାରାପନ 2'ର ଟିଜରର ଆରମ୍ଭ ଇମରାନ ହାସମୀଙ୍କ ଠାରୁ ଆରମ୍ଭ ହେଉଛି। ସେ ବାଇକ୍ ଚଲାଇ ଏକ ଦମଦାର୍ ଡାଇଲଗ୍ କହୁଛନ୍ତି। କିଛି ଲୋକଙ୍କ କାହାଣୀ ତାଙ୍କ ଇଚ୍ଛାରେ ଶେଷ ହୁଏନି। ତାଙ୍କ କାହାଣୀ ଅନ୍ୟ ପାଇଁ ଲେଖା ହୋଇଥାଏ ବୋଲି କହୁଥିବା ଶୁଣିବାକୁ ମିଳୁଛି। ଏହାପରେ ତାଙ୍କୁ ଆୱାରପନରେ ଶ୍ରିୟା ସରନଙ୍କ ଚରିତ୍ର ଆଲିଆ ହମିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ଦର୍ଶାଯାଇଛି।
'ଆୱାରାପନ 2'ର ଟିଜର ବ୍ୟାକଗ୍ରାଉଣ୍ଡରେ ତୋ ଫିର ଆଓ ଗୀତ ବାଜୁଛି। ଟିଜରରେ ଦିଶା ପଟାନୀ, ଶବାନା ଆଜମୀ ଏବଂ ଆଉ କିଛି କଳାକାରଙ୍କ ଝଲକ ଦେଖିବାକୁ ମିଳୁଛି। 'ଇସ ବାର୍ ୟା ତୋ ୟେ ଆୱାରାପନ ଖତ୍ମ ହୋଗା ୟା ମୈ' ଡାଇଲଗ୍ ସହ ଟିଜରଟି ଶେଷ ହେଉଛି। ତେବେ ଇମରାନଙ୍କ ଫ୍ୟାନ୍ସ ତାଙ୍କୁ ପୁଣି ଥରେ ଶିବମ ପଣ୍ଡିତ ଭୂମିକାରେ ଦେଖି ଉତ୍ସାହିତ ଅଛନ୍ତି। କମେଣ୍ଟ ସେକ୍ସନରେ କେବଳ ତାଙ୍କର ଚର୍ଚ୍ଚା ହେଉଛି। ଜଣେ ପ୍ରଶଂସକ ଲେଖିଛନ୍ତି ଯେ, ଟିଜର ଆଉ ୧୦ ଥର ଦେଖିବି। ଅନ୍ୟ ଜଣେ ଲେଖିଛନ୍ତି ଯେ, ଆମ ସୈୟାରା ତ ଏଇଠି ଅଛନ୍ତି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ଅବେ ଦିୱାନୀ ଛାଇଯିବ।
୧୯ ବର୍ଷ ତଳର ଆୱାରାପନର କାହାଣୀ
ମୋହିତ ସୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମରେ ଇମରାନ ହାସମୀ ଏବଂ ଶ୍ରେୟା ସରନ ମୁଖ୍ୟ ଭୂମିକାରେ ଥିଲେ। ୨୦୦୭ ଜୁନ୍ ୨୯ରେ ରିଲିଜ୍ ହୋଇଥିବା ଫିଲ୍ମକୁ ସେହି ସମୟରେ ଏତେ ଲୋକପ୍ରିୟତା ମିଳିନଥିଲା। ହେଲେ ପରେ ଏହାକୁ କଲ୍ଟ ଷ୍ଟାଟସ୍ ମିଳିଲା। ଫିଲ୍ମର ଗୀତ ଗୁଡ଼ିକ ଆଜିବି ଲୋକଙ୍କ ନିକଟରେ ଆଦୃତି ଲାଭ କରିଛି। ଫିଲ୍ମରେ ଶିବମ ପଣ୍ଡିତ ଜଣେ କଣ୍ଟ୍ରାକ୍ଟ କିଲର। ତାଙ୍କୁ ତାଙ୍କ ବସ୍ ଙ୍କ ଗର୍ଲଫ୍ରେଣ୍ଡଙ୍କ ଉପରେ ନଜର ରଖିବାକୁ କୁହାଯାଇଛି। ହେଲେ ଉକ୍ତ ଯୁବତୀ ଜଣଙ୍କ ସେକ୍ସ ଟ୍ରାଫିକିଂର ଶିକାର ହୋଇଥିବା ଜାଣିବା ପରେ ଶିବମ ତାଙ୍କୁ ତାଙ୍କ ପ୍ରେମିକ ସହ ଦେଖା କରାଇବା କାମରେ ଲାଗି ପଡୁଛନ୍ତି। ସେହି ଯୁବତୀଙ୍କୁ ମୁକ୍ତ କରିବା ପାଇଁ ସେ ପୁରା ଦମ୍ ଲଗାଇ ଦେଉଛନ୍ତି।
ଆହୁରି ପଢନ୍ତୁ- ସେପ୍ଟେମ୍ବର ୧୧ରେ ଆସିବ ‘ହୈୱାନ’, ଇନ୍ଷ୍ଟାଗ୍ରାମରେ ସୂଚନା ଦେଲେ ନିର୍ମାତା