ପ୍ରମୂଖ ଖବର
  • ଝାରସୁଗୁଡ଼ା ଜିଲ୍ଲା କାଲି ବାହାଲ ଗ୍ରାମରେ ବଜ୍ରପାତରେ ୨ ମୃତ
  • ||
  • ଭୁବନେଶ୍ୱର ବାଇ ପାସ୍‌କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ନିର୍ମାଣ ହେବ ୬ ଲେନ୍ ରିଙ୍ଗ ରୋଡ୍
  • ||
  • ଏସିଆ କପ୍‌ ପାଇଁ ଟିମ୍‌ ଘୋଷଣା କଲା ବିସିସିଆଇ,ସ୍ବର୍ଯ୍ୟକୁମାରଙ୍କ ନେତୃତ୍ବରେ ଟୁର୍ଣ୍ଣାମେଣ୍ଟକୁ ଓହ୍ଲାଇବ ଭାରତ
  • ||
  • ଧାନ ତଳି ରୋଇବାକୁ ଯିବା ବେଳେ ଦୁର୍ଘଟଣା: ବାଇକ୍‌ରୁ ଖସିପଡିଲେ ଚାଷୀ, ଚାଲିଗଲା ଜୀବନ
  • ||
  • ଦୁର୍ନୀତିଖୋର ବାବୁଙ୍କ ଉପରେ ଭାରି ପଡ଼ୁଛି ଭିଜିଲାନ୍ସ; ବନ୍ଧା ହେଲେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା
  • ||
  • ଶିଶୁ ବାଟିକା ପିଲାଙ୍କୁ ମିଳିବ ୟୁନିଫର୍ମ, ୩ ଲକ୍ଷ ୧୦ ହଜାର ୮୩୯ ପିଲାଙ୍କୁ ବଣ୍ଟନ ହେବ
  • ||
  • ଉପରାଷ୍ଟ୍ରପତି ନିର୍ବାଚନରେ ଦକ୍ଷିଣ ଭାରତ ଲଢ଼େଇ, ବି. ସୁଦର୍ଶନ ରେଡ୍ଡୀ ହେଲେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ
  • ||
  • ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ଅଭିଯୋଗ; ଅଭିଯୁକ୍ତକୁ ଆନ୍ଧ୍ରରୁ ଉଠାଇଆଣିଲା ନରସିଂହପୁର ପୁଲିସ
  • ||
  • 'ଥ୍ରୀ ଇଡିଅଟ୍‌' ଫିଲ୍ମ ପ୍ରଫେସର ଅଚ୍ୟୁତ ପୋତଦାରଙ୍କ ଦେହାନ୍ତ
  • ||
  • ଯାଜପୁର : ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: ଆଜି ମହାପ୍ରଭୁଙ୍କ କାଳୀୟଦଳନ ବେଶ ନୀତି
  • ||
  • ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ, କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ
  • ||
  • ଅବପାତ ପ୍ରଭାବ; ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୨୦ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
  • ||
  • ସମ୍ବଲପୁର ଧନୁପାଲିରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଏମ୍‌ଡି ସାମଦ ବାମ ଗୋଡ଼ ବାଜିଲା ଗୁଳି
  • ||

ମହିଳା ହିଂସା ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ

Published By : Suraj Kumar | August 19, 2025 8:14 PM

କେନ୍ଦୁଝର ସଦର ୧୯/୮(ଆପ୍ର):ସାଂପ୍ରତିକ ସ୍ଥିତିରେ ବୃଦ୍ଧି ପାଉଥିବା ମହିଳା ହିଂସା ରୋକିବାକୁ କେନ୍ଦୁଝର ସଦର ଥାନା  ତରଫରୁ ରାଇସୁଆଁ ମହାବିଦ୍ୟାଳୟଠାରେ  ମଙ୍ଗଳବାର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

ଏହି ସଚେତନତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରତିନ୍ଦ୍ର କୁମାର ପରିଡା ସଭାପତିତ୍ୱ କରିଥିଲେ।  ସଦର ଥାନା ଅଧିକାରୀ ଅମିତ ଭୂୟାଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଛାତ୍ରୀମାନଙ୍କୁ ମାନସିକ ଚାପ ଗ୍ରସ୍ତରୁ କିଭଳି ଦୂରେଇ ରହିବେ ଏବଂ ମହିଳା ମାନେ ଆବଶ୍ୟକ ସ୍ଥଳେ ପୁଲିସକୁ ଫୋନ କରି ଖବର ଦେଲା ମାତ୍ର ପୁଲିସ ଘଟଣା ସ୍ଥଳରେ ଶୀଘ୍ର ପହଁଚି ପାରିବ ବୋଲି  ସଚେତନ କରିଥିଲେ। ଅସହାୟ , ଚାପଗ୍ରସ୍ତ ମହିଳାମାନଙ୍କ ପାଇଁ ରାଜ୍ୟ ସରକାର କିଭଳି ତତ୍ପରତା ପ୍ରକାଶ କରିବା ସହ ବିଭିନ୍ନ ପ୍ରକାର ଆଇନ ମାଧ୍ୟମରେ ସୁରକ୍ଷା ପ୍ରଦାନ କରୁଛନ୍ତି ଏବଂ ଏହାକୁ ସୁଦୃଢ କରିବା ପାଇଁ ରାଜ୍ୟ ପୋଲିସ କିଭଳି କାର୍ଯ୍ୟ କରୁଛି ସେ ସଂପର୍କରେ ଉପସ୍ଥିତ ଛାତ୍ରୀମାନଙ୍କୁ ବୁଝାଇଥିଲେ ଶ୍ରୀ ଭୂୟାଁ। ମହିଳାମାନେ ନିର୍ଭୟ ରହି ନିଜ ନିଜର କର୍ମକ୍ଷେତ୍ରରେ ଆଗକୁ ବଢିବା ଲାଗି ସବ୍ଇନ୍ସପେକ୍ଟର ସୂର୍ଯ୍ୟ ରାଉତରାୟ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଦର ଥାନାର ସିଡବ୍ଲୁ୍ୟପିଓ ସବ୍ଇନ୍ସପେକ୍ଟର ସୁସ୍ମିତା ହୋରୋ,କନେଷ୍ଟବଳ ମାଦି୍ରମଣୀ ମହାନ୍ତ,ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବିପିନ ବିହାରୀ ସାହୁ,ଡ଼ ଆଶିଷ କୁମାର ରାଉତ,ପୁନମ ମିଶ୍ର, ସଂଜିତା ଗିରି ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଉପସ୍ଥିତ ଛାତ୍ରୀମାନେ ଶପଥ ପାଠ ମାଧ୍ୟମରେ ଯଥା ସମ୍ଭବ ରୋକିବା ଅଭିଯାନରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.