ନୂଆଦିଲ୍ଲୀ,୦୫/୦୭; ଭାରତୀୟ କ୍ରିକେଟ୍ ଟିମ୍ ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲ୍ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ବଡ଼ ଉପଲବ୍ଧି ହାସଲ କରିଛନ୍ତି । ମାଞ୍ଚେଷ୍ଟରରେ ଖେଳାଯାଇଥିବା ଦ୍ୱିତୀୟ ଟି-ଟ୍ୱେଣ୍ଟି ମୁକାବିଲାରେ ଇଂଲଣ୍ଡ କ୍ୟାପ୍ଟେନ୍ ହ୍ୟାରୀ ବ୍ରୁକଙ୍କ ୱିକେଟ୍ ନେଇ ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲରେ ତାଙ୍କର ୧୦୦ତମ ୱିକେଟ୍ ହାସଲ କରିଛନ୍ତି । ଏମିତି କରିବାରେ ସେ ପ୍ରଥମ ଭାରତୀୟ ସ୍ପନର ହୋଇଛନ୍ତି । ଟିମ୍ ଇଣ୍ଡିଆର ବାପୁ ଅକ୍ଷର ପଟେଲ୍ ପୁଣି ପ୍ରମାଣିତ କରିଛନ୍ତି ଯେ, ସେ କେବଳ ବ୍ୟାଟ୍ ନୁହେଁ ବୋଲିଂରେ ବି କମାଲ କରିବାରେ ମାହିର । କ୍ୟାରୟରର ସର୍ବଶ୍ରେଷ୍ଠ ପର୍ଯ୍ୟାୟରେ ଥିବା ଅକ୍ଷର ପଟେଲ୍ ଏକ ସଫଳତା ହାସଲ କରିଛନ୍ତି ।

୩୨ ବର୍ଷୀୟ ଅକ୍ଷର ପଟେଲ୍ ଏବେ ଭାରତ ପାଇଁ ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲରେ ୧୦୦ ୱିକେଟ୍ ନେଇଥିବା ଚତୁର୍ଥ ବୋଲର ହୋଇଛନ୍ତି । ସବୁଠୁ ବଡ଼ କଥା ହେଉଛି ସେ ଏହି ସଫଳତା ହାସଲ କରିଥିବା ପ୍ରଥମ ଭାରତୀୟ ସ୍ପିନର ବି ହୋଇଛନ୍ତି । ଏହା ପୂର୍ବରୁ ଏହି ଖାସ୍ ଉପଲବ୍ଧି କେବଳ ୩ ଭାରତୀୟ ଦ୍ରୁତ ବୋଲର ହାସଲ କରିଥିଲେ । ଅକ୍ଷର ପଟେଲ୍ ତାଙ୍କ ଐତିହାସିକ ଉପଲବ୍ଧି ମ୍ୟାଚର ୫ମ ଓଭରରେ ହାସଲ କରିଛନ୍ତି । ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକଙ୍କୁ ଆଉଟ୍ କରି ତାଙ୍କ ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲରେ ୧୦୦ତମ ୱିକେଟ୍ ନେଇଥିଲେ । ଏହି ସଫଳତା ସେ ତାଙ୍କ ୯୮ତମ ଟି-ଟ୍ୱେଣ୍ଟି ମୁକାବିଲାରେ ହାସଲ କରିଛନ୍ତି । ଟିମ୍ ଇଣ୍ଡିଆ ପାଇଁ ଲଗାତାର ଦମଦାର ପ୍ରଦର୍ଶନ କରିଥିବା ଅକ୍ଷର ପଟେଲ୍ ପୁଣି ଥିରେ ପ୍ରମାଣିତ କରିଛନ୍ତି କ୍ରିକେଟରେ ଭାରତ ପାଇଁ ସର୍ବାଧିକ ଭରସାଯୋଗ୍ୟ ପ୍ଲେୟାର ତାଲିକାରେ ସାମିଲ ।

ଭାରତ ପାଇଁ ୧୦୦ ଟି-ଟ୍ୱେଣ୍ଟି ୱିକେଟ୍ ନେଇଥିବା ବୋଲର

ଅର୍ଶଦୀପ ସିଂହ- ୧୩୪ ୱିକେଟ୍ (୮୮ମ୍ୟାଚ୍)

ଯଶପ୍ରୀତ ବୁମରା- ୧୨୧ ୱିକେଟ୍ (୯୫ ମ୍ୟାଚ୍)

ହାର୍ଦ୍ଦିକ ପାଣ୍ଡ୍ୟା -୧୧୪ ୱିକେଟ୍ (୧୩୮ ମ୍ୟାଚ୍)

ଅକ୍ଷର ପଟେଲ୍- ୧୦୦ ୱିକେଟ୍ (୯୮ ମ୍ୟାଚ୍ )

ଏହା ବି ପଢନ୍ତୁ...ଦ୍ବିତୀୟ ଟି-୨୦ : ଭାରତକୁ ୪ ଓ୍ବିକେଟରେ ହରାଇଲା ଇଂଲଣ୍ଡ   

ଭାରତୀୟ ଦଳ ପାଇଁ ଅନେକ ସ୍ପିନର ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି, କିନ୍ତୁ କେହି ୧୦୦ ୱିକେଟ୍ ଛୁଇଁ ନାହାଁନ୍ତି। ଅକ୍ଷର ପଟେଲ ସେହି ଅପେକ୍ଷାର ଅନ୍ତ ଘଟାଇ ଇତିହାସ ସୃଷ୍ଟି କରିଛନ୍ତି । ଯୁଝବେନ୍ଦ୍ର ଚହଳ ଏହି ମାଇଲଖୁଣ୍ଟର ସବଠାରୁ ନିକଟତର । ସେ ୮୦ଟି ଟି-ଟ୍ୱେଣ୍ଟିରେ ୯୬ଟି ୱିକେଟ୍ ନେଇଛନ୍ତି । ଗତ କିଛି ବର୍ଷ ମଧ୍ୟରେ, ଅକ୍ଷର ପଟେଲ ନିଜକୁ ଭାରତର ସବୁଠାରୁ ଉପଯୋଗୀ ଅଲରାଉଣ୍ଡର ଭାବରେ ପ୍ରତିଷ୍ଠିତ କରିଛନ୍ତି। ନୂତନ ବଲ୍ ସହିତ ହେଉ କିମ୍ବା ମଧ୍ୟ ଓଭରଗୁଡ଼ିକରେ, ଅଧିନାୟକମାନେ ପ୍ରାୟତଃ କଷ୍ଟକର ପରିସ୍ଥିତିରେ ତାଙ୍କ ଉପରେ ନିର୍ଭର କରନ୍ତି। ତାଙ୍କର ସଠିକ୍ ଲାଇନ୍ ଏବଂ ଲେନ୍ଥ, ଟାଇଟ୍ ବୋଲିଂ ଏବଂ ଚାପରେ ୱିକେଟ୍ ନେବାର କ୍ଷମତା ତାଙ୍କୁ ଅନ୍ୟ ସ୍ପିନରମାନଙ୍କଠାରୁ ଭିନ୍ନ କରିଥାଏ । ଖାଲି ବୋଲିଂ ନୁହେଁ ବ୍ୟାଟିଂରେ ବି ଅକ୍ଷର ପଟେଲ୍ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି । ୩ଟି ଫର୍ମାଟରେ ପାଇଁ ଅକ୍ଷର ପଟେଲ୍ ଟିମ୍ ଇଣ୍ଡିଆ ପାଇଁ ଗୁରୁତ୍ୱ ବହନ କରିଛନ୍ତି ।

୪ ୱିକେଟରେ ହାରିଲା ଭାରତ- ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟି-ଟ୍ୱେଣ୍ଟି ମୁକାବିଲାରେ ଇଂଲଣ୍ଡ ୪ ୱିକେଟରେ ରୋମାଞ୍ଚକର ବିଜୟ ହାସଲ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ୍ ବିନିମୟରେ ୧୯୦ ରନ ସଂଗ୍ରହ କରିଥିଲା । ଜବାବରେ ଇଂଲଣ୍ଡ ୧୯ ଓଭରରେ ୬ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ପୂର୍ବରୁ ପ୍ରଥମ ଦିନିକିଆ ବର୍ଷା ଯୋଗୁଁ ବାତିଲ ହୋଇ ଯାଇଥିଲା । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ଭାରତ ପାଇଁ ମହଙ୍ଗା ପଡ଼ିଥିଲା । ସର୍ବକନିଷ୍ଠ ଖେଳାଳି ଭାବେ ବୈଭବ ସୂର୍ଯ୍ୟବଂଶୀ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ହେଲେ ସେ ଆଇପିଏଲ୍ ପ୍ରଦର୍ଶନକୁ ଦୋହରାଇପାରି ନଥିଲେ । ୨ଟି ଛକା ବଳରେ ୧୪ ରନ କରି ସେ ଆଉଟ୍ ହୋଇଥିଲେ । ମାତ୍ର ଅନ୍ୟ ଓପନର ଅଭିଷେକ ଶର୍ମା ଚିରାଚରିତ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ୨୪ଟି ବଲ୍‌ରେ ୮ ଚୌକା ଓ ୧ ଛକା ବଳରେ ୪୩ ରନ କରି ପାଭିଲିୟନ ହୋଇଥିଲେ । ଏହାପରେ ଇଶାନ କିଷନ ଓ ଶ୍ରେୟାସ ଆୟରଙ୍କ ମଧ୍ୟରେ ୬୫ ରନ୍‌ର ଭାଗିଦାରୀ ଗଠନ ହୋଇଥିଲା ।