ନୂଆଦିଲ୍ଲୀ,୯।୧୧:  ଅଯୋଧ୍ୟାରେ ତିଆରି ହେଉଥିବା ରାମ ମନ୍ଦିର ଜୁନ୍ ୨୦୨୫ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇପାରିବ ନାହିଁ। ଏଥିରେ ଆହୁରି ୩ ମାସର ଅତିରିକ୍ତ ସମୟ ଲାଗିବ ଓ ଏହା ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ପୁରା ହେବ। ଜଣେ ପଦାଧିକାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଅଯୋଧ୍ୟାରେ ଚଳିତ ବର୍ଷ ଆରମ୍ଭରୁ ୨୨ ଜାନୁଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଶ୍ରୀରାମଲାଲାଙ୍କ ପ୍ରତିମାର ନବନିର୍ମିତ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। 

ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କହିଛନ୍ତି, ମନ୍ଦିରର ଚାରିକାନ୍ଥରେ ୮.୫ ଲକ୍ଷ ଘନଫୁଟ ଲାଲ ବଂସି ପାହାଡପୁର ପଥରର ବ୍ୟବହାର କରାଯିବ। ଏହି ପଥର ଅଯୋଧ୍ୟ ଆସିସାରିଛିଳ କିନ୍ତୁ ୨୦୦ ଶ୍ରମିକଙ୍କ ଅଭାବ ରହିଛି।ସେଥିପାଇଁ ନିର୍ମାଣରେ ବିଳମ୍ବ ହେଉଛି। ରାମ ମନ୍ଦିରର ନିର୍ମାଣ ଜୁନ୍ ୨୦୨୫ ନୁହେଁ, ବଂର ସେପ୍ଟେମ୍ବର  ୨୦୨୫ରେ ପୁରା ହେବ।  

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କମିଟିର ବୈଠକ ଶୁକ୍ରବାର ଦ୍ବିତୀୟ ଦିନ ଜାରି ରହିଛି। ନୃପେନ୍ଦ୍ର ମିଶ୍ର କହିଛନ୍ତି, ରାମ ମନ୍ଦିର ପୁରା ହେବାର ସମୟସୀୟ ପୂର୍ବରୁ ଜୁନ୍ ୨୦୨୫ କୁ ଧାର୍ଯ୍ୟ କରାଯାଇଥିଲା। ଶ୍ରମିକଙ୍କ ଅଭାବ କାରଣରୁ ଏଥିରେ ୩ ମାସର ଅତିରିକ୍ତ ସମୟ ଲାଗିପାରେ। ସଭାଗାର, ସୀମା ଓ ପରିକ୍ରମା ପଥ ଭଳି ଢାଞ୍ଚା ଏବେ ବି ତିଆରି କରାଯିବ। ମୂର୍ତ୍ତିକାର ଆଶ୍ବାସନା ଦେଇଛନ୍ତି ଡିସେମ୍ବର ପର୍ଯ୍ୟନ୍ତ ମନ୍ଦିରର ସବୁ ମୂର୍ତ୍ତି ପୁରା କରି ନିଆଯିବ ।