ଭୁବନେଶ୍ବର, ୨୩/୩ : ଏକ ଆଞ୍ଚଳିକ ଟିଭି ଚ୍ୟାନେଲର କଣ୍ଡୁରୀ ଜେଜ ଅୟସକାନ୍ତ ସ୍ବାଇଁଙ୍କ ପରଲୋକ I ୫୨ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି I ଏକ ନାଟକରେ ପରିବେଷଣ କରିବା ପାଇଁ ପୁରୀ ଯାଇଥିଲେ ଅୟସକାନ୍ତ । ଆଜି ରିହରସାଲବେଳେ ଡାଇଲଗ୍ କହୁ କହୁ ହଠାତ୍ ତଳେ ପଡ଼ିଗଲେ। ତାଙ୍କୁ ସଙ୍ଗେ ସଙ୍ଗେ ପୁରୀ ସଦର ଡାକ୍ତରଖାନାକୁ ଅଣାଯାଇଥିଲା I ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ I ଉକ୍ତ ଚ୍ୟାନେଲର ସଚେତନତାମୂଳକ, ହାସ୍ୟରସାତ୍ମକ ଲୋକପ୍ରିୟ କାର୍ଯ୍ୟକ୍ରମ କଣ୍ଡୁରୀ ଜେଜର ମୁଖ୍ୟ କଳାକାର ଥଲେ ଅୟେଶକାନ୍ତ ।
ଦ୍ବେତ ଭୂମିକାର ତାଙ୍କ ଚିତ୍ତାକର୍ଷକ ଅଭିନୟ ଖୁବ କମ ଦିନରେ ତାଙ୍କୁ ଦର୍ଶକୀୟ ଆଦୃତି ଦେଇଥିଲା। କୋଭିଡ ସମୟର ‘କରୋନା ଜେଜ ଏବଂ ପରେ କଣ୍ଡୁରୀ ଜେଜ ଭାବେ ନିୟମିତ କାର୍ଯ୍ୟକ୍ରମ କରି ଦର୍ଶକଙ୍କ ମନ ଜିଣି ଆସୁଥିଲେ I ବିଶେଷ କରି ହାସ୍ୟରସାତ୍ମକ ଶୈଳୀରେ ସମାଜକୁ ସଚେତନ କଲା ଭଳି ତାଙ୍କର ନିଖୁଣ ଅଭିନୟକୁ ସମସ୍ତେ ପସନ୍ଦ ଓ ପ୍ରଶଂସା କରୁଥିଲେ I ଯେଉଁଥି ପାଇଁ ସେ ଅନେକ ପୁରସ୍କାର ମଧ୍ୟ ଲାଭ କରିଛନ୍ତି I