ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ଉପରାଷ୍ଟ୍ରପତି ନିର୍ବାଚନ; ନାମାଙ୍କନ ଭରିଲେ ‘ଇଣ୍ଡି’ ମେଣ୍ଟ ପ୍ରାର୍ଥୀ, ସି.ପି ରାଧାକୃଷ୍ଣନଙ୍କ ସହ ଟକ୍କର

Published By : Manash Sahoo | August 21, 2025 12:07 PM

ନୂଆଦିଲ୍ଲୀ, ୨୧/୦୮: ନାମାଙ୍କନ ଭରିଲେ ‘ଇଣ୍ଡିଆ’ ବ୍ଲକ୍‌ର ଉପରାଷ୍ଟ୍ରପତି ପ୍ରାର୍ଥୀ । ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସଂସଦ ଭବନରେ ପହଞ୍ଚି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକା ଅର୍ଜୁନ ଖଗଡେ, ସୋନିଆ ଗାନ୍ଧି, ଶରଦ ପାଓ୍ବାରଙ୍କ ସହ ଅନେକ 'ଇଣ୍ଡି' ମେଣ୍ଟ ସଦସ୍ୟଙ୍କ ଉପସ୍ଥିତିରେ ନୋମିନେସନ ଦାଖଲ କରିଛନ୍ତି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବି. ସୁଦର୍ଶନ ରେଡ୍ଡୀ । ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଭାଇସ୍ ପ୍ରେସିଡେଣ୍ଟ ଇଲେକସନ ଏବଂ ସେହି ଦିନ ହିଁ ଭୋଟ୍ ଗଣତି ହେବ । ଏନେଇ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।    

ସୂଚନା ଅନୁଯାୟୀ, ବି. ସୁଦର୍ଶନ ରେଡ୍ଡୀ ୪ ସେଟ୍ ପ୍ରାର୍ଥିପତ୍ର ଦଖଲ କରିଛନ୍ତି । ଏଥିରେ ୨୦ଜଣ ପ୍ରସ୍ତାବକ ଏବଂ ୨୦ଜଣ ସମର୍ଥକ ସଦସ୍ୟଙ୍କ ନାଁ ରହିଛି । ଉପରାଷ୍ଟ୍ରପତି ନିର୍ବାଚନ ଭରିବା ପୂର୍ବରୁ ବି. ସୁଦର୍ଶନ ରେଡ୍ଡୀ ପ୍ରଥମେ ସ୍ବାଧୀନତା ସଂଗ୍ରାମୀ ଏବଂ ମହାନ ରାଜନେତା ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ନାମାଙ୍କନ ଦାଖଲ କରିଛନ୍ତି । ସେପଟେ ଏନ୍‌ଡିଏ   ପକ୍ଷରୁ ଉପରାଷ୍ଟ୍ରପତି ପଦ ଲାଗି ପ୍ରାର୍ଥୀ ହୋଇଥିବା ସି.ପି ରାଧାକ୍ରିଷ୍ଣନ୍‌  ବୁଧବାର ନାମାଙ୍କନ ଦାଖଲ କରିଛନ୍ତି ।  ସଂସଦ ଭବନରେ ସେ ନାମାଙ୍କନ ପତ୍ର  ଦାଖଲ କରିବା ସମୟରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ  ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ  ସିଂହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା,   କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ, କିରେନ୍‌  ରିଜିଜୁଙ୍କ ସମେତ ଏନ୍‌ଡିଏର ପ୍ରାୟ  ୧୬୦ ସଦସ୍ୟ ଉପସ୍ଥିତ ରହିଥିଲେ । ନିର୍ବାଚନ ଅଧିକାରୀଙ୍କୁ ନାମାଙ୍କନ ପତ୍ରର ୪ଟି ସେଟ୍‌ ଦିଆଯାଇଥିଲା । ପ୍ରତ୍ୟେକ  ସେଟ୍‌ରେ ୨୦ଜଣ ପ୍ରସ୍ତାବକ ଓ ୨୦ଜଣ ଅନୁମୋଦକଙ୍କର ହସ୍ତାକ୍ଷର ରହିଛି ।  ପ୍ରଥମ ସେଟ୍‌ରେ ମୁଖ୍ୟ ପ୍ରସ୍ତାବକ ଭାବେ ପ୍ରଧାନମନ୍ତ୍ରୀ ସ୍ୱାକ୍ଷର କରିଥିଲେ । ଅନ୍ୟ ସେଟ୍‌ଗୁଡି଼କରେ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ  ଏନ୍‌ଡିଏ ନେତାଙ୍କ ସ୍ୱାକ୍ଷର ରହିଛି । ବିରୋଧୀ  ‘ଇଣ୍ଡିଆ’ ମେଣ୍ଟର ପ୍ରାର୍ଥୀ  ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି  ଜଷ୍ଟିସ୍‌ ବି.ସୁଦର୍ଶନ ରେଡ୍ଡୀଙ୍କ ସହ ତାଙ୍କର ମୁକାବିଲା ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉଭୟ ନେତା ଦକ୍ଷିଣ ଭାରତର । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.