ପ୍ରମୂଖ ଖବର
  • ଆଠଗଡ଼: ଯୁବତୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ୍‌ ଅଭିଯୋଗ, ଯୁବକ ଗିରଫ
  • ||
  • ଭୁବନେଶ୍ବର: ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସ୍ଥିତିି ନେଇ ହୋଇପାରେ ଆଲୋଚନା
  • ||
  • ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ମାମଲା, ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଯିବେ କ୍ରାଇମବ୍ରାଞ୍ଚ ଓ ପୁଲିସ ଟିମ୍
  • ||
  • ଭୁବନେଶ୍ବର: ସହିଦ ନଗରରେ ରହୁଥିବା IT ଅଫିସରଙ୍କ ଘରୁ ଲୁଟ୍, ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ମାଞ୍ଚେଷ୍ଟର ଟେଷ୍ଟରେ ବଦଳିବ ଟିମ୍ ଇଣ୍ଡିଆ ଚୂଡ଼ାନ୍ତ ଏକାଦଶ; କୁଲଦୀପ, କାମ୍ବୋଜ, ସର୍ଦୁଲ ପ୍ରତିଦ୍ୱନ୍ଦ୍ୱିତା
  • ||
  • ଢ଼େଙ୍କାନାଳ: ଗୋରୁ ବୋଝେଇ କଣ୍ଟେନର ଜବତ : ୧୮ ଗୋରୁ ଉଦ୍ଧାର, ଡ୍ରାଇଭର୍ ଫେରାର
  • ||
  • ମାଲକାନଗିରିରେ ପ୍ରବଳ ବର୍ଷା; ଯୋଡ଼ାମ୍ବ ସ୍ୱାସ୍ଥ୍ୟକେନ୍ଦ୍ରରେ ୩ ଫୁଟରେ ପାଣି, ରୋଗୀ ଓ କର୍ମଚାରୀ ହନ୍ତସନ୍ତ
  • ||
  • ଭାରତରେ ୭୦,୦୦୦ କୋଟି ନିବେଶ କରିବ ନୟାରା ଏନର୍ଜି: ଇୟୁର କଟକଣାକୁ ବେଆଇନ ଦର୍ଶାଇଲା କମ୍ପାନି
  • ||
  • ପୁରୀ: ସମଙ୍ଗ ପାର୍କିଂରେ ରୋମିଓଙ୍କ ଉତ୍ପାତ: ଧରାପଡ଼ିଲେ ୨, ଖସିଗଲେ ୪
  • ||
  • ନୂଆଦିଲ୍ଲୀ : ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ୨୩ରୁ ପ୍ରବଳ ବର୍ଷା, ୨୪ରେ ଲଘୁଚାପ; ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ
  • ||

' କ୍ଷମା ନୁହେଁ , ସଫା କରି ଦେବା ଉଚିତ୍‌ ' : ରଣବୀର ଆହ୍ଲାବାଦିଆ ଓ ସମୟ ରୈନାଙ୍କ ଉପରେ ବର୍ଷିଲେ ବାବା ବାଗେଶ୍ୱର

Published By : Prameya | February 16, 2025 7:24 PM

ନୂଆଦିଲ୍ଲୀ : ପଡକାଷ୍ଟର ରଣବୀର ଆହ୍ଲାବାଦିଆ , କମେଡିଆନ ସମୟ ରୈନାଙ୍କ ମୁସ୍କିଲ ଦିନକୁ ଦିନ ବଢିବାରେ ଲାଗିଛି। ବିବାଦୀୟ  ଓ ଅଶ୍ଳୀଳ କମେଣ୍ଟସ ମାମଲାରେ ,ଅନେକ ରାଜ୍ୟର ପୁଲିସ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ରଣବୀର ଗତ ଦିନରେ ସୋସିଆଲ ମିଡ଼ିଆରେ ପୋଷ୍ଟ ଲେଖି କହିଛନ୍ତି କି, ସେ ପୁଲିସ ଠାରୁ ଫେରାର ହୋଇ ନାହାନ୍ତି। ଏହି ମଧ୍ୟରେ ବାଗେଶ୍ୱର ଧାମର ଧିରେନ୍ଦ୍ର ଶାସ୍ତ୍ରୀଙ୍କର ରଣବୀର ଆହ୍ଲାବାଦିଆ ଓ ସମୟ ରୈନା ବିବାଦରେ ଏଣ୍ଟ୍ରି ହୋଇଛି। ସେ ଆହ୍ଲାବାଦିଆ ଓ ସମୟ ରୈନାଙ୍କ ଉପରେ ରାଗି ଯାଇ କହିଛନ୍ତି କି, ଏମାନଙ୍କୁ କ୍ଷମା ନୁହେଁ ବରଂ ସଫା କରିଦେବା ଉଚିତ୍। 

ଶୁଭଙ୍କର ମିଶ୍ରଙ୍କ ସହ ପଡକାଷ୍ଟରେ ବାଗେଶ୍ୱର ବାବା କହିଛନ୍ତି, ଜଣେ ସନାତନୀ ହେବା ଓ ଜଣେ ହେବାର ନାଟକ କରିବା ଉଭୟରେ ଆକାଶ ପାତାଳ ଫରକ । ବାବା ହେବା ସରଳ , କିନ୍ତୁ ବାବା ହୋଇ ଯିବା କଠିନ । ଆପଣ ବାଗେଶ୍ୱର ବାବାଙ୍କ ଉପରେ କମେଣ୍ଟ କରି ପାରିବେ, କିନ୍ତୁ ବାଗେଶ୍ୱର ବାବା ହେବା ଖୁବ୍ କଠିନ । କିଛି ଲୋକ ଏହି ଦେଶରେ ଯିଏ ସନାତନୀ ନୁହଁନ୍ତି , କିନ୍ତୁ ଧାରା ପ୍ରବାହରେ ନମ୍ୱର ପାଇବାକୁ ଚେଷ୍ଟା କରୁଛନ୍ତି। ଏହି ବିଷୟ (ସମୟ ରୈନା- ରଣବୀର କେସ୍‌)ରେ କିଛି କିଛି ଜଣାଅଛି , ବହୁତ ଅଧିକ ନୁହେଁ । ରଣବୀର ଆହ୍ଲାବାଦିଆ ଓ ସମୟ ରୈନାଙ୍କୁ ଶୁଣିବାକୁ ଲୋକଙ୍କ ଅପେକ୍ଷା ରହିଥାଏ। ଯେବେ ବାଗେଶ୍ୱର ବାବାଙ୍କୁ ପଚରା ଗଲା କି, ଗୋଟିଏ ଭୁଲ୍‌ରେ ତାଙ୍କୁ କ୍ଷମା କରିଦେବା ଉଚିତ୍‌ ? ଏହା ଉପରେ ସେ ତୁରନ୍ତ କହିଛନ୍ତି , ସଫା କରିଦେବା ଉଚିତ୍‌। ଆପଣ ଏମିତି ଭୁଲ କରିବେ, ଯେଉଁଥିରେ ସନାତନ ହିନ୍ଦୁ ଧର୍ମକୁ ବହୁତ ଘାଟା ହେବ, କ୍ଷମା ସ୍ଥାନରେ ସଫା କରି ଦେବା ଉଚିତ୍‌। ଆମେ ଏହି ପକ୍ଷରେ। 

ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ଇଣ୍ଟରଭ୍ୟୁରେ ଆହୁରି କହିଛନ୍ତି,  ଆପଣଙ୍କର ଗୋଟିଏ ଭୁଲରୁ କୋଟି କୋଟି ହିନ୍ଦୁଙ୍କ ହୃଦୟ ଭାଙ୍ଗିବ। ଏମିତି କହିବା ଉଚିତ୍‌ ନୁହେଁ , କିନ୍ତୁ ମୋତେ କରୋନା ସମୟରେ କିମ୍‌ ଜୋଙ୍ଗ ବହୁତ ଭଲ ଲାଗିଲେ। ସେ କହିଛନ୍ତି ଯାହାକୁ କରୋନା , ତାଙ୍କର ସୀତାରାମ। ଆଗକୁ କରୋନା ବଢିବ ନାହିଁ ।ସେ ନିଷ୍ପତ୍ତି ବି ଠିକ୍‌। କୌଣସି ଏମିତି ଭୁଲ ହେଲେ ସେହିପରି ଜବାବ ମିଳିବା ଉଚିତ୍‌ , ଭବିଷ୍ୟତରେ ଆଉ ଏମିତି ଭୁଲ କରିବା ପୂର୍ବରୁ କେହି ଦଶ ଥର ଭାବିବ। ଏହା କ୍ଷମା ଯୋଗ୍ୟ ଶବ୍ଦ ନୁହେଁ। ଏହି ଦେଶରେ ଏସବୁ ପର୍ଣ୍ଣ ୱେବସାଇଟ୍‌ର ପ୍ରଚାର କରୁଛନ୍ତି। ସନାତନୀ ହେବା ପରିବର୍ତ୍ତେ ସମସ୍ତଙ୍କୁ ଖରାପ କରୁଛନ୍ତି। 

ଉଲ୍ଲେଖନୀୟ ଯେ, ୟୁଟ୍ୟୁବର ଆହ୍ଲାବାଦିଆ ମାତା ପିତା ଓ ସେକ୍ସ ଉପରେ ନିଜର ଟିପ୍ପଣୀ ପାଇଁ ଶନିବାର ପୁଣି ଥରେ କ୍ଷମା ମାଗିଛନ୍ତି , କିନ୍ତୁ  କହିଛନ୍ତି ସେ ବହୁତ ଡ଼ରି ଯାଇଛନ୍ତି , କାରଣ ତାଙ୍କୁ ଓ ତାଙ୍କର ପରିବାରକୁ ଜୀବନରେ ମାରି ଦେବାକୁ ଧମକ ମିଳୁଛି। ଆହ୍ଲାବାଦିଆ ସମୟ ରୈନାଙ୍କ କମେଡି ଶୋ ଇଣ୍ଡିଆଜ୍‌ ଗଟ୍ ଲାଟେଣ୍ଟରେ ମାତାପିତା   ଓ ସେକ୍ସ ଉପରେ ନିଜର ଟିପ୍ପଣୀକୁ ନେଇ ସୋମବାର ବିବାଦକୁ ଆସିଥିଲେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.