ମୁମ୍ୱାଇ : ମୁମ୍ୱାଇରେ ଏନସିପି ନେତା ବାବା ସିଦ୍ଦିକିଙ୍କର ହତ୍ୟା କରିବା ଅଭିଯୋଗରେ ଗିରଫ ସୁଟର ଗୁରମେଲ ବଲଜିତ ସିଂହ ହରିଆଣାର କୈଥଲ ଜିଲ୍ଲାର ଗାଁ ନରଡରେ ରୁହେ। ୨୦୧୯ରେ ସେ ଜଣେ ଯୁବକଙ୍କୁ ହତ୍ୟା କରିଥିଲା ଏବଂ ଏହି ଅପରାଧରେ ସେ ଜେଲ କାଟୁ ଥିଲା। ଜାମିନ୍‌ରେ ବାହାରକୁ ଆସିବା ପରେ ସେ ବାବା ସିଦ୍ଦିକିଙ୍କୁ ହତ୍ୟା କରିଛଅ। ଗାଁ ନରଡର ଲୋକଙ୍କୁ ଯେବେ ତାର ନୂଆ କାଣ୍ଡ ବିଷୟରେ ଜାଣିଲେ ତ ସେ ଟିକେ ବି ଆଶ୍ଚର୍ଯ୍ୟ ହୋଇ ନଥିଲେ , କାରଣ ଗ୍ରାମବାସୀ ତାର ଅପରାଧିକ ପ୍ରବୃତ୍ତି ବିଷୟରେ ଅବଗତ ଥିଲେ। ଅଭିଯୁକ୍ତର ଜେଜେମାଆ ଫୁଲ୍ଲୀ ଦେବୀ କୁହନ୍ତି କି ସେ ବହୁ ପୂର୍ବରୁ ଗୁରମେଲକୁ ଘରୁ ବାହାର କରି ସାରିଛନ୍ତି। ଗୁରମେଲ ଆମ ପାଇଁ ମରି ଯାଇଛି। ଆମେ ତା ପାଇଁ ମରି ଯାଇଛୁ। ଯଦି ପାରୁଛ ତାଙ୍କୁ ରାସ୍ତାରେ ଠିଆ କରି ଗୁଳି ମାରିଦିଅ। ସେ ୪ ମାସରୁ ଗାଁକୁ ଆସି ନାହିଁ। ଆମକୁ ଜଣା ନାହିଁ ସେ କୁଆଡ଼େ ଯାଇଛି ଏବଂ ନା କି ସେ ଆମକୁ କିଛି ଯାଇଛି । ଆମର ତା ସହ କୌଣସି ସଂପର୍କ ନାହିଁ।

ଗୁରମେଲର ମାତା-ପିତାଙ୍କ ମୃତ୍ୟୁ ହୋଇ ସାରିଛି। ତାର ବୟସ ପାଖାପାଖି ୨୩ ବର୍ଷ ବୟସ। ତାର ଜେଜେମାଆ ତାଙ୍କର ଷ୍ଟେପ୍ ବ୍ରଦର ସହ ଗାଁରେ ରୁହନ୍ତି। ୨୦୧୯ରେ ଗାଁ ନରଡରେ ଗୁରମେଲ ବରଫ ଷ୍ଟିକ୍‌ରେ ବାଡ଼େଇ ସୁନିଲ ନାମକ ଯୁବକଙ୍କୁ ହତ୍ୟା କରିଥିଲା। ଏହାପରେ ତାକୁ ଗିରଫ କରି କୈଥଲ ଜେଲ୍‌ ପଠାଯାଇ ଥିଲା। କୈଥଲ ଜେଲରେ ହିଁ ସେ ଗ୍ୟାଙ୍ଗଷ୍ଟର ଲରେନ୍ସର ଗ୍ୟାଙ୍ଗ ସହ ସଂପର୍କରେ ଆସିଥିଲା। ଏହାପରେ ଯେବେ ସେ ଜାମିନରେ ବାହାରକୁ ଆସି ମୁମ୍ୱାଇ ଚାଲିଗଲା। ମୁମ୍ୱାଇ ପୁଲିସ ହରିଆଣା ପୁଲିସ ସହ ସଂପର୍କ କରି ସୁଟରର ସୂଚନା ମାଗିଛି। ହରିଆଣା ଏସଟିଏଫ୍‌ ଗୁରମେଲ ବଲଜିତ ସିଂହ ବିଷୟରେ ସୂଚନା ସଂଗ୍ରହ କରୁଛି।

ସୂଚନା ଅନୁସାରେ , ସୁଟରମାନେ ସିଦ୍ଦିକିଙ୍କୁ ୯.୯ ଏଏମର ବନ୍ଧୁକରେ ଗୁଳି ମାରି ଥିଲେ। ଅଭିଯୁକ୍ତମାନେ ୭ ରାଉଣ୍ଡ ଫାୟାର କରିଥିଲେ। ଯେଉଁଥିରେ ୩ଟି ଗୁଳି ସିଦ୍ଦିକିଙ୍କ ଠାରେ ବାଜିଥିଲା ଏବଂ ଗୋଟିଏ ଗୁଳି ସିଦ୍ଦିକିଙ୍କ ସହ ଥିବା ବ୍ୟକ୍ତିଙ୍କୁ ସ୍ପର୍ଶ କରି ବାହାରି ଯାଇଥିଲି। ୯.୯ ଏମଏମର ବନ୍ଧୁକ ପଞ୍ଜାବରେ ଗିରଫ ଲରେନ୍ସର ଅନେକ ଗ୍ୟାଙ୍ଗ ଠାରୁ ମିଳି ସାରିଛି। ହତ୍ୟାକାଣ୍ଡର ୨୮ ଘଣ୍ଟା ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସୋସିଆଲ ମିଡ଼ିଆ ପୋଷ୍ଟ କରି ହତ୍ୟାର ଦାୟିତ୍ୱ ନେଇଛି ଏହଂ ଲେଖିଛି କି ସଲମାନ ଖାନ ଓ ଦାଉଦ୍‌କୁ ସାହାଯ୍ୟ କରିଥିବା ଲୋକଙ୍କୁ ଛାଡ଼ିବେ ନାହିଁ ।