ମୁମ୍ବାଇ ୧୩/୧୦: ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କ ବନ୍ଧୁତା କାହାକୁ ବା ଅଛପା। ଯେତିକି ତାଙ୍କ ବନ୍ଧୁତା, ସେତିକି ସେମାନଙ୍କ ଝଗଡାକୁ ନେଇ ବି କାହାଣୀ ରହିଛି । ଦୁହିଁଙ୍କ ସମ୍ପର୍କ ଏକ ସମୟରେ ବହୁତ ଖରାପ ପର୍ଯ୍ୟାୟ ଦେଇ ଗତି କରୁଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ଯେଉଁଠିକୁ ଶାହାରୁଖ ଯାଉଥିଲେ ସେଠି ସଲମାନ ପାଦ ଦେଉ ନଥିଲେ।  ଏପରିକି ଦୁହେଁ ଫିଲ୍ମ ଦୁନିଆର ବଡ ବଡ ଇଭେଣ୍ଟରେ ମଧ୍ୟ ଏକାଠି ଦେଖାଯିବା ବନ୍ଦ କରିଦେଇଥିଲେ। ଆଜି ଉଭୟଙ୍କ ମଧ୍ୟରେ ବନ୍ଧୁତା ବହୁତ ଭଲ ରହିଛି। କିନ୍ତୁ ଆପଣ ଜାଣନ୍ତି କି ଏହି ବନ୍ଧୁତା କିଏ କରିଥିଲା? ଏହି ବ୍ୟକ୍ତି ବାବା ସିଦ୍ଦିକିଙ୍କ ବ୍ୟତୀତ ଅନ୍ୟ କେହି ନୁହଁନ୍ତି। 

ପ୍ରାୟ ଏକ ଦଶନ୍ଧି ପୂର୍ବରୁ ଯେତେବେଳେ ବାବା ସିଦ୍ଦିକି ତାଙ୍କ ଘରେ ଏକ ଇଫତାର ପାର୍ଟିର ଆୟୋଜନ କରିଥିଲେ ।  ସଲମାନ-ଶାହାରୁଖଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା। ଉଭୟ ପାର୍ଟିରେ ସାମିଲ ହେବାକୁ ମଧ୍ୟ ଆସିଥିଲେ। ଏହା ସେହି ସମୟ ଥିଲା ଯେତେବେଳେ ଦୁହେଁ ତିକ୍ତତାକୁ ଭୁଲି ବନ୍ଧୁତ୍ୱର ହାତ ବଢାଇଥିଲେ । ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଥିଲେ। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ ରହିଛି ।