ନୂଆଦିଲ୍ଲୀ, ୨୨/୧ : ପାକିସ୍ତାନୀ କ୍ରିକେଟରଙ୍କ ପାଇଁ ଖରାପ ଦିନ । ମଇଦାନରେ ଖରାପ ପ୍ରଦର୍ଶନ ଏବେ ଠକାମୀର ଶିକାର । ପାକିସ୍ତାନରୁ ଆସିଥିବା ଖବରକୁ ଯଦି ବିଶ୍ବାସ କରିବା ତାହେଲେ ପାଞ୍ଜି ସ୍କାମର ଶିକାର ହୋଇଛନ୍ତି । ପାକିସ୍ତାନୀ କ୍ରିକେଟର ବାବର ଆଜମ, ମହମ୍ମଦ ରିଜଓ୍ବାନ, ଶାହିନ୍ ଆଫ୍ରିଦ ଏବଂ ଫକର ଜମାନ, ଶଦାବ ଖାନ ଭଳି ଖେଳାଳିମାନେ ଏହି ଠକାମୀର ଶିକାର ହୋଇଛନ୍ତି । ଜଣେ ପୂର୍ବତନ କ୍ରିକେଟରଙ୍କ ସହ ସେମାନଙ୍କୁ ପୁଞ୍ଜି ନିବେଶ କରିଥିଲେ । ମାତ୍ର ସେ ଏବେ ଦେଶ ଛାଡ଼ି ପଳାଇଛନ୍ତି ।
ବାବର ଆଜମ ଏବଂ ମହମ୍ମଦ ରିଜଓ୍ବାନ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଯୋଜନାରୁ ବହୁ ଲାଭ ଉଠାଇଛନ୍ତି । କିନ୍ତୁ ଏବେ ସେମାନଙ୍କ ଟଙ୍କା ଆସିବା ବନ୍ଦ ହୋଇଛି । ଯେତେବେଳେ ବାକି ଖେଳାଳିମାନେ ତାଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଟଙ୍କା କେମିତି ପାଇବେ ପଚାରିଥିଲେ ଆଉ ଫେରିପାଇବେ ନାହିଁ ବୋଲି ଖବର ଆସିଥିଲା । ଏହାସହ କଲ୍ ଏବଂ ମେସେଜରେ ଉତ୍ତର ମଧ୍ୟ ମିଳିନଥିଲା । ଦେଶ ଛାଡ଼ି ପଳାଇଥିବାବେଳେ ଟଙ୍କା ବୁଡ଼ି ଯାଇଛି । ଆର୍ଥିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବାବର ବିଗବାସ ଲିଗର ଅଧାରୁ ସ୍ବଦେଶ ଫେରିଛନ୍ତି । ସେ ଆଘାତ କାରଣରୁ ବାଦ୍ ପଡ଼ିଛନ୍ତି । ଏଲିମିନେଟର ମ୍ୟାଚ୍ ପୂର୍ବରୁ ଘରକୁ ଫେରିଛନ୍ତି । ତେବେ ପ୍ରଥମଥର ଲାଗି ବିଗବାସ ଲିଗରେ ଭାଗ ନେଇ ସେମିତି ଭଲ ପ୍ରଦର୍ଶନ କରିନାହାନ୍ତି ବାବର । ସେ ୧୧ ମ୍ୟାଚରେ ମାତ୍ର ୨୦୨ ରନ କରିଛନ୍ତି ।
ଏହାସହ ପଢ଼ନ୍ତୁ : ବାବର ଫ୍ଳପ୍ : ଏହି ପୂର୍ବତନ କ୍ରିକେଟର କହିଲେ ପ୍ଲେଇଂ ଇଲେଭେନରେ ରହିଲେ ହାରିବା ଥୟ
ସେପଟେ ବାବରଙ୍କ ସହ , ମହମ୍ମଦ ରିଜୱାନ ମଧ୍ୟ ବିଗବାସ ଲିଗରେ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ସେ ୧୦ ପାଳିରେ ୧୦୨ ଷ୍ଟ୍ରାଇକ୍ ରେଟ୍ ସହିତ ମାତ୍ର ୧୮୮ ରନ୍ କରିଛନ୍ତି । ଏହାସହ ଆଘାତ ଯୋଗୁଁ ଖେଳ ଅଧାରୁ ଘରକୁ ଫେରିଥିବା ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦିଙ୍କ ବିବିଏଲରେ ପ୍ରଦର୍ଶନ ଭଲ ନଥିଲା ।