ନୂଆଦିଲ୍ଲୀ ; ୨୧/୧ : ପାକିସ୍ତାନର ଷ୍ଟାର କ୍ରିକେଟର ଭାବେ ଜଣାଶୁଣା ବାବର ଆଜମଙ୍କ ଧିମା ବ୍ୟାଟିଂ ଏବଂ ଫ୍ଳପ୍ ପାଇଁ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି । ବିବିଏଲରେ ସେ ସିଡନୀ ସିକ୍ସର୍ସ ପକ୍ଷରୁ ଖେଳୁଛନ୍ତି । ଲଗାତାର ବିଫଳ ହୋଇ ଚାଲିଛନ୍ତି । ୧୧ ମ୍ୟାଚରୁ ୭ଥର ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିନାହାନ୍ତି । ଯାହାକୁ ନେଇ ବାରମ୍ବାର ସମାଲୋଚନାର ଶିକାର ହେବାକୁ ପଡ଼ୁଛି । ଯେଉଁଥିରେ ସାମିଲ ହୋଇଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ମାର୍କ ୱା । ସେ କହିଛନ୍ତି କି, ସିଡନୀକୁ ଯଦି ମ୍ୟାଚ ଜିତିବାର ଅଛି ତାହେଲେ ବାବରଙ୍କୁ ପେ୍ଲଇଂ ଇଲେଭେନରୁ ବାଦ୍ ଦେବାକୁ ପଡ଼ିବ ।

ବିବିଏଲର ମ୍ୟାଚ ସମୟରେ ମାର୍କଙ୍କୁ ବାବରଙ୍କ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ସେ ବାରମ୍ବାର ଫ୍ଲପ୍ ହେବା ପରେ ମଧ୍ୟ ଦଳରେ ସ୍ଥାନ ପାଉଛନ୍ତି । ଏହାର ଉତ୍ତରରେ ସେ କହିଥିଲେ କି, ବାବରଙ୍କୁ ବାଦ୍ ଦେବାକୁ ପଡ଼ିବ । ସେ ଜଣେ ଓ୍ବାଲ୍ଡକ୍ଲାସ ଖେଳାଳି ମାତ୍ର ଏବେ ତାଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଏବେ ତାଙ୍କ ବ୍ୟାଟ୍ ଚାଲୁନି । ଏଣୁ ତାଙ୍କ ସ୍ଥାନରେ ଅନ୍ୟଜଣେ ଓପନର ବ୍ୟାଟ୍ସମ୍ୟାନଙ୍କୁ ସୁଯୋଗ ଦେବା ଦରକାର । ବିବିଏଲରେ ଚଳିତ ସିଜିନରେ ଯଦି ତାଙ୍କ ପ୍ରଦର୍ଶନ ଉପରେ ନଜର ପକାଇବା ତାହେଲେ ୧୧ ପାଳିରେ ୧୦୩.୦୬ ଷ୍ଟ୍ରାଇକ୍ ରେଟରେ ମାତ୍ର ୨୦୨ ରନ୍ କରିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ୭ଟି ମ୍ରାଚରେ ସେ ୨ ଅଙ୍କ ମଧ୍ୟ ଛୁର୍ଇ ପାରିନାହାନ୍ତି । ଏହା ପୂର୍ବରୁ ନିଜର ବିରକ୍ତି ଭାବ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥିଲେ ବାବର ।