ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ

Published By : Harapriya Sethi | February 3, 2025 1:52 PM

ଭୁବନେଶ୍ୱର,୦୩/୦୨: ମା' ବାରଭୂଜାଙ୍କ ପାଖରେ ହେଲା ଠେଙ୍ଗା ପୂଜା । ଏକାମ୍ର ବିଧାୟକ ବାବୁ ସିଂ ଓ ତାଙ୍କ ସହଯୋଗୀ ମାନେ ଶହେ ଠେଙ୍ଗା ପୂଜା କରିଛନ୍ତି । ଚଳିତ ବର୍ଷ ଖଣ୍ଡଗିରି କୁମ୍ଭ ମେଳାରେ ଅନୁଷ୍ଠିତ ହେବାକୁ ଯାଉଥିବା ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଓ କମେଡି କଲେ ଠେଙ୍ଗା ବୁଲିବ ବୋଲି ବିଧାୟକ କହିଛନ୍ତି । 

ଯେଉଁମାନେ ସଂସ୍କୃତି ବିରୋଧୀ ସେମାନେ ରାଷ୍ଟ୍ର ବିରୋଧୀ । ତେଣୁ ଅଶ୍ଳୀଳ ନୃତ୍ୟ ଓ କମେଡି ପ୍ରଦର୍ଶନ କଲେ ସେହି ଯାତ୍ରା ପାର୍ଟିକୁ ଖଣ୍ଡଗିରି ଯାତ୍ରାରୁ ବ୍ୟାନ୍‌ କରାଯିବ ବୋଲି ବିଧାୟକ ଚେତାଇ ଦେଇଛନ୍ତି । କେବଳ ଖଣ୍ଡଗିରିରେ ନୁହେଁ, ସାରା ରାଜ୍ୟରେ ଅଶ୍ଳୀଳ ନୃତ୍ୟ ଓ କମେଡି ପ୍ରଦର୍ଶନ କଲେ ସେଠାରେ ବିରୋଧ କରିବ ଠେଙ୍ଗା । ଓଡ଼ିଆ ଅସ୍ମିତା, ଓଡ଼ିଆ ମାନ ମର୍ଯ୍ୟାଦାକୁ ରକ୍ଷା କରିବା ପାଇଁ ଠେଙ୍ଗା ରଖାଯାଇଛି ବୋଲି କହିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ।

କହିରଖୁ କି, ସୋମବାର ସକାଳେ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ୍‌ ନେଇ ନିର୍ଦ୍ଦେଶ ଦେଇଛନ୍ତି ବିଏମ୍‌ସି କମିଶନର । ସେ କହିଛନ୍ତି ଐତିହାସିକ ପରମ୍ପରା ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଶ ପାଇଁ ନିର୍ଦେଶ ଦିଆଯାଇଛି । ସବୁ ଯାତ୍ରା କମିଟି ଅବଗତ ରହିଛନ୍ତି । କିଛିଦିନ ତଳେ କୁହାଯାଇଥିଲା କି, ଖଣ୍ଡଗିରି ଯାତ୍ରାରେ ହୋଇପାରିବନି ଅଶ୍ଲୀଳ ନୃତ୍ୟ । ବାହାର ଆଇଟମ୍‌ ଡ୍ୟାନସର୍‌ଙ୍କୁ ଖଣ୍ଡଗିରି ମନା । ଯାତ୍ରା କମିଟି ଏହି ନିଷ୍ପତ୍ତି ନେଇଛି । ଖଣ୍ଡଗିରି ଥାନାରେ ପୋଲିସ ସହିତ ବୈଠକ ପରେ ଏଭଳି ନିଷ୍ପତ୍ତି ହୋଇଛି । ବାହାର ଆଇଟମ୍‌ ଡ୍ୟାନ୍ସର୍‌ଙ୍କୁ ଆଣିବାକୁ ଥାନା ପକ୍ଷରୁ ଯାତ୍ରା କମିଟିକୁ ମଧ୍ୟ ସିଧା ମନା କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.