ଅନୁଗୁଳ, ୧୨/୫ : ସାପ କାମୁଡ଼ାରେ ଶିଶୁପୁତ୍ର ମୃତ। ଜରପଡ଼ା ଥାନା ଅନ୍ତର୍ଗତ କୁମସିଂହ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି।ମୃତକ ହେଲେ, ବଅଁରପାଳ ଶିମିଳି ସାହିର ଦୀପକ ନାଏକଙ୍କ ପୁଅ ସିଧାଂଶୁ ନାଏକ (୨ବର୍ଷ)।
ସୂଚନା ମୁତାବକ, ସିଧାଂଶୁଙ୍କ ମାମୁଁ ଘର ଜରପଡା଼ର କୁମସିଂହ ଗ୍ରାମରେ। ସେ ମା’ଙ୍କ ସହିତ ମାମୁଁ ଘରକୁ ବୁଲିବାକୁ ଯାଇଥିଲେ। ରବିବାର ଅପରାହ୍ଣ ୨ଟା ବେଳକୁ ସେ ଘର ଅଗଣାରେ ଖେଳୁଥିଲେ। ଏହି ସମୟରେ ଗଦା ହୋଇଥିବା ପେଟି ମଧ୍ୟରୁ ଏକ ସାପ ବାହାରି ତାଙ୍କୁ କାମୁଡ଼ି ଦେଇଥିଲା। ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜରପଡ଼ା ଡାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି।
ଏହି ଖବରଟିକୁ ପଢନ୍ତୁ-୨୩ ବେଆଇନ ଆସ୍ ଗାଡ଼ି ଜବତ, ଡମ୍ପିଂ କରୁଥିବା ବେଳେ ମାଡ଼ି ବସିଲା ପୋଲିସ