ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

କେନାଲରେ ଖସିଯିବା ପରେ ଛାଡିଦେଲା ମା; ପାଣିରୁ ବାହାରି ଘରେ ପଶିଗଲା ହାତୀ ଛୁଆ, ଜଙ୍ଗଲରେ ଛାଡ଼ିବାକୁ ବନ ବିଭାଗର ପ୍ରୟାସ

Published By : Harapriya Sethi | November 2, 2024 9:10 AM

ଝୁମ୍ପୁରା,୦୨/୧୧: ଜଗଦଳା ଡ୍ୟାମ କେନାଲରେ ଖସି ପଡିବା ପରେ ହାତୀପଲ ସହିତ ଗୋଟିଏ ମା ହାତୀ ତା ଛୁଆକୁ ଛାଡ଼ି ଚାଲି ଯାଇଥିଲା । କେନାଲରୁ ବାହାରି ନିକଟସ୍ଥ ଏକ ଘର ଭିତରକୁ ପଶି ଯାଇଛି ହାତୀ ଛୁଆ । ହାତୀ ଛୁଆକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିବାକୁ ପ୍ରୟାସ କରୁଛି ବନ ବିଭାଗ । କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ମଲଦା ଫରେଷ୍ଟବିଟ ଅନ୍ତର୍ଗତ ଜଗଦଳା ଡ୍ୟାମ ନିକଟରେ ଶନିବାର ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । 

ସୂଚନା ମୁତାବକ, ଶନିବାର ଭୋର ସମୟରେ ଏକ ୧୩ ଟିକିଆ ହାତୀପଲ ଗୋଡୁଆଟୋପା ମହାନ୍ତ ସାହି ଆଡୁ ଜଗଦଳା ଡ୍ୟାମ ନାଳ ପାର କରି ନିକଟସ୍ଥ ଜଙ୍ଗଲକୁ ବହୁଡୁଥିଲେ । ଏହି ସମୟରେ ଗୋଟିଏ ହାତୀ ଛୁଆ କେନାଲ ଭିତରେ ଖସି ପଡ଼ିଥିଲା । ଫଳରେ ମା ହାତୀ ଏବଂ ହାତୀପଲ ତାକୁ ସେଠାରେ ଛାଡି ଜଙ୍ଗଲକୁ ଚାଲିଯାଇଥିଲେ । ପରେ ହାତୀ ଛୁଆଟି ସେଠାରୁ ଉଠି ନିକଟସ୍ଥ ଏକ ଘରେ ପଶି ଯାଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗର ଏକ ଟିମ୍‌ ଗାଁରେ ପହଞ୍ଚିଛି । ବନ ବିଭାଗ କର୍ମଚାରୀମାନେ ରାତିରୁ ହାତୀ ପଲଙ୍କ ଗତି ବିଧି ନିରୀକ୍ଷଣ କରୁଥିବାବେଳେ ଘର ଭିତରୁ ହାତୀ ଛୁଆକୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ବନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ପହଞ୍ଚିବାପରେ ତାକୁ ନିକଟସ୍ଥ ଜଙ୍ଗଲକୁ ନେଇ ମା ହାତୀ ସହିତ ମିଶେଇବା ପାଇଁ ପ୍ରୟାସ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.