ମୁମ୍ବାଇ, ୧୯/୧୨ : ବଋଣ ଧଓ୍ବନଙ୍କ ଅପକମିଂ ଫିଲ୍ମ ‘ବେବି ଜନ’କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏହି ଫିଲ୍ମକୁ ନେଇ ମେକର୍ସ ନା କେବଳ ଖାସ୍ ପ୍ରସ୍ତୁତି କରିଛନ୍ତି ବରଂ ଏହି ଫିଲ୍ମ ଗ୍ରାଣ୍ଡ ସ୍କେଲରେ ରିଲିଜ କରାଯିବ । ଏଭଳି କୁହାଯାଉଛି କି ଏହା ବକ୍ସ ଅଫିସରେ ‘ପୁଷ୍ପା ୨’ର ରାଜ୍ ଶେଷ କରିପାରେ ।
ପ୍ରକାଶ ଯେ, ‘ବେବି ଜନ’କୁ ନେଇ କେତେକ ଗୁରୁତ୍ବପୂର୍ଣ୍ଣ ଜିନିଷ ସାମ୍ନାକୁ ଆସିଛି । ପିଙ୍କବିଲାର ରିପୋର୍ଟ ଅନୁସାରେ ବଋଣ ଧାଓ୍ବନ ଏବଂ ଏଟଲୀ କୁମାରଙ୍କ ଫିଲ୍ମ ‘ବେବି ଜନ’କୁ ଭାରତରେ ୩୦୦୦ ସିନେମା ସ୍କ୍ରିନରେ ରିଲିଜ କରାଯିବ । ପ୍ରଯୋଜକ ମୁରାଦ ଖେତାନୀ କହିଛନ୍ତି କି ଫିଲ୍ମକୁ ପୂରା ଭାରତରେ ୩୦୦୦ସ୍କ୍ରିନରେ ରିଲିଜ କରାଯିବ । ଏହି ଫିଲ୍ମର ରିଲିଜ ସାଇଜ ୨୦୨୨ରେ ରିଲିଜ ହୋଇଥିବା ‘ଦୃଶ୍ୟମ-୨’ ଭଳି ହେବ । ‘ଦୃଶ୍ୟମ-୨’ ବକ୍ସ ଅଫିସରେ ୨୩୦କୋଟିର ବମ୍ଫର କଲେକ୍ସନ କରିଥିଲା ।

ବେବି ଜନର ରିଲିଜ ସାଇଜକୁ ଗ୍ରାଣ୍ଡ ବୋଲି ଧରାଯାଉଛି କିନ୍ତୁ ଫିଲ୍ମକୁ ଲାଭ ଏହି କଥାରେ ବି ନିର୍ଭର କରିବ କି ଏହାକୁ ଶୋ କେତେ ମିଳିବ । ବକ୍ସ ଅଫିସରେ ଏବେ ବି ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୨ କମାଲ କରୁଛି ତ ସେହିଭଳି ରିଲିଜ ଅପେକ୍ଷାରେ ବନବାସ ଏବଂ ମୁଫାସା ବି ପ୍ରସ୍ତୁତ ରହିଛି ।
ମାତ୍ର ଫିଲ୍ମର କଣ୍ଟେଣ୍ଟକୁ ନେଇ ମେକର୍ସ ବହୁ ଭରସାରେ ଅଛନ୍ତି ଏବଂ ଏହାର ସଫଳତା ନେଇ ପୁରା ଆଶା ରଖିଛନ୍ତି । ବଋଣ ଧଓ୍ବନ ଏବଂ ଏଟଲୀ କୁମାର କହିଛନ୍ତି କି, ଆମେ ଫିଲ୍ମର ଆଉଟପୁଟରେ ବହୁ ଖୁସି ଅଛୁ । ସେହଭିଳି ଯଦି ବେବି ଜନର ଷ୍ଟାରକାଷ୍ଟ କଥା କହିବା ତେବେ ବଋଣ ଧଓ୍ବନ, ଜ୍ୟାକି ଶ୍ରଫ, ବାମିକା ଗାବୀ ଏବଂ କୀର୍ତ୍ତି ସୁରେଶଙ୍କ ସହ ସାନ୍ୟା ମହ୍ଲୋତ୍ରା ସ୍କ୍ରିନରେ ଦେଖାଦେବେ । ଅନ୍ୟପଟେ ସଲମାନ ଖାନଙ୍କ କେମିଓର ଖବର ଏହି ଫିଲ୍ମକୁ ଭଲ ରେସପନ୍ସ ମିଳୁଛି ।