ନୂଆଦିଲ୍ଲୀ: ଆଜିକାଲିକା ସମୟରେ ଶିଶୁଙ୍କ ପାଇଁ ଅନେକ ପ୍ରକାରର ପ୍ରଡକ୍ଟ ମାର୍କେଟ୍‌ରେ ମିଳି ଥାଏ। ଯେଉଁଥିରୁ କିଛି ତ କାମର ହୋଇଥାଏ ଏବଂ ପିତାମାତାଙ୍କ ପାଇଁ ଲାଇଫ୍ ସେଭିଂ ପରି କାମ କରିଥାଏ। ଆଉ କିଛି ବେବି ପ୍ରଡକ୍ଟ ପୂରା ୟୁଜଲେସ୍‌ ହୋଇ ଥାଏ ଏବଂ ଏହାକୁ କିଣିବା ଅର୍ଥ ଟଙ୍କା କେବଳ ନଷ୍ଟ। କାରଣ ଏମିତି ପ୍ରଡକ୍ଟ ଅନେକ ଥର ତ କିଛି ଦିନ ବା ୧-୨ ମାସ ବି ଠିକ୍‌ରେ ବ୍ୟବହୃତ ହୋଇ ପାରି ନଥାଏ। ଯଦି ଆପଣ ମାଆ ହେବାକୁ ଯାଉଛନ୍ତି ତ , ଏହି ବେବି ପ୍ରଡକ୍ଟ ବିଷୟରେ ଜାଣି ରଖିନ୍ତୁ , ଯାହା ସଂପୂର୍ଣ୍ଣ ରୂପେ ଟଙ୍କା ନଷ୍ଟ ହେବା ସହ ସମାନ।

ଫ୍ୟାନ୍ସି ବଟଲ୍‌ ଷ୍ଟେରିଲାଇଜର –

ଶିଶୁର ବୋତଲକୁ ସଫା କରିବା ପାଇଁ ପାଣିକୁ ଗରମ କରିବାର କାମ ଗ୍ୟାସ୍‌ରେ ସହଜରେ ହୋଇଯାଏ। ଆପଣଙ୍କୁ ଅଲଗା ଭାବେ ବୋତଲ ଷ୍ଟେରିଲାଇଜ୍‌ କରିବାର ଆବଶ୍ୟକ ହୋଇ ନଥାଏ ଏବଂ ଏମିତି ପ୍ରଡକ୍ଟ ପାଖାପାଖି ୟୁଜଲେସ୍‌ ହିଁ ହୋଇ ଥାଏ। 

ଫୁଡ୍‌ ନିବଲର୍ସ –

ଛଅ ମାସରୁ ଅଧିକ ଶିଶୁଙ୍କୁ ଆରମ୍ଭରେ ଫିଡ୍‌ କରାଇବା ପାଇଁ ସେମି ଲିକ୍ୱିଡ୍‌ ଫୁଡ୍‌ ପାଇଁ ଫୁଡ୍‌ ନିବଲର୍ସ ମାର୍କେଟ୍‌କୁ ଆସେ। ଏହା ପୂରା ପଇସା ନଷ୍ଟ, କାରଣ ଏହି ପ୍ରଡକ୍ଟର ସାହାଯ୍ୟରେ ଶିଶୁଙ୍କୁ ପୂରା ପୋଷଣର ଖାଦ୍ୟ ମିଳି ପାରେ ନାହିଁ ଏବଂ ଶିଶୁଙ୍କୁ ଚୋବାଇବାର ପ୍ରାକ୍ଟିସ୍‌ ହୋଇ ପାରେ ନାହିଁ। 

ବିବି ପାଉଡ଼ର – 

ଶିଶୁଙ୍କୁ ଲଗେଇବା ପାଇଁ ବେବି ପାଉଡର ମଧ୍ୟ ୟୁଜଲେସ୍‌ ପ୍ରଡକ୍ଟ। କାରଣ ଏହା କେବଳ ପିଲାଙ୍କୁ ଶ୍ୱାସ ସମ୍ୱନ୍ଧୀୟ ସମସ୍ୟା ଦେଇ ପାରେ , ତାହା ନୁହେଁ ଅର୍ଗାନିକ୍‌ କର୍ନ ଷ୍ଟାର୍ଚ ବେସ୍‌ର ପାଉଡର ଶିଶୁର ପୋର୍ସକୁ ବ୍ଲକ୍‌ କରି ପାରେ, ଯେଉଁଥିରେ ସ୍କିନ୍‌ ରାସେଜ୍‌ର ବିପଦ ହୋଇ ଯାଏ। 

ପେସିଫାୟର – 

ଶିଶୁର ମୁହେଁରେ ପେସିଫାୟର ଲଗାଇଲା ଖରାପ ଜିନିଷ। ନବଜାତ ଶିଶୁକୁ ଯଦି ପେସିଫାୟର ଲଗାଯାଏ ତ ଏଥିରେ ଶିଶୁକୁ ବ୍ରେଷ୍ଟଫିଡିଂ କରିବାରେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ ଏବଂ ସେ ବ୍ରେଷ୍ଟଫିଡିଂ ଛାଡ଼ି ପାରେ। ଏହାର ଅଭ୍ୟାସ ହୋଇଯାଏ। ଏହାକୁ ଛଡ଼ାଇବାକୁ ଖୁବ୍ ସମସ୍ୟା ଉପୁଜେ। 

ବେବି ହାଇ ଚେୟାର – 

ଶିଶୁକୁ ଖାଦ୍ୟ ଖୁଆଇବା ପାଇଁ ସ୍ପେଶାଲ ଚେୟାର ମାର୍କେଟ୍‌କୁ ଆସି ଥାଏ। ଯାହା କି ଘରେ ଅଯଥା ସ୍ଥାନ ନେଇ ଥାଏ, ଏହାସହ ଅବ୍ୟବହୃତ ବି ହୋଇଥାଏ। କାରଣ ବହୁତ କମ୍‌ ଶିଶୁ ହିଁ ଏହା ଉପରେ ବସି ଖାଦ୍ୟ ଖାଇ ଥାନ୍ତି। ଏଥିରେ ଏହା ଖୁବ୍‌କମ୍‌ ସମୟ ପାଇଁ  ୟୁଜଫୁଲ ହେବ ଏବଂ ଟଙ୍କା ନଷ୍ଟ ହିଁ ହେବ। 

ବେବି କଟ୍‌ – 

ନବଜାତ ଶିଶୁକୁ ନେଇ ଯିବା ଆସିବା କରିବାକୁ ବେବି କଟ୍‌ ବ୍ୟବହାର ହୁଏ। ଏହାକୁ କିଣିବା ଅର୍ଥ ପଇସା ବର୍ବାଦ। କାରଣ ଶିଶୁ ଶୀଘ୍ର ଗ୍ରୋ କରିଯାଏ ଏବଂ ଏଥିରେ ଫିଟ୍‌ ହୋଇ ନଥାଏ। ଏହାର କାରଣ କିଛି ଭଲ ବେବି ଷ୍ଟ୍ରଲରରେ ଟଙ୍କା ଖର୍ଚ୍ଚ କରାଯାଉ। ଯାହା କି , ଖୁବ୍ ସମୟ ଯାଏ ଶିଶୁର କାମରେ ଆସିବ।