ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବଡଯାତ୍ରା : ମାଉଲିମା ପୀଠକୁ ଯାତ୍ରା କଲେ ଠାକୁର, କାଳିସୀ ନାଚରେ ଦୁଲୁକିଲା ପୀଠ

Published By : Suraj Kumar | March 9, 2025 11:09 PM

ମାଲକାନଗିରି, ୯/୩ : ବଡଯାତ୍ରା ଠାକୁର ଶ୍ରୀ ଶ୍ରୀ ଶ୍ରୀ କାନାମରାଜ, ବାଲରାଜ, ପୋତରାଜ ଓ ମା ମୁତ୍ୟାଲୁମା ଶନିବାର ରାତିରେ କନ୍ୟାମାଝୀ ବନ୍ଧ ପୀଠରୁ ମାଣ୍ଡିଆଭଟା ପୀଠରେ ବିରାଟ ସୋଭା ଯାତ୍ରାରେ ପହଞ୍ଚିଥିଲେ।  ରବିବାର ଦିନତମାମ ସେଠାରେ ଭୋଗପାଇଛନ୍ତି।  କାଳସୀ, ଦିଶାରୀଙ୍କ ନାଟରେ ପୀଠ ଦୁଲୁକି ପଡିଥିଲା।  ମାଲକାନଗିରି ଜିଲ୍ଲାର ବିଭିନ୍ନ ଦେବାଦେବୀ ପୀଠ ଓ ଗ୍ରାମରୁ ଆସିଥିବା ହଜାର ହଜାର ସଂଖ୍ୟାରେ କାଳସୀ, ଦିଶାରୀମାନେ ସେମାନଙ୍କ ନୃତ୍ୟ ପରିବେଷଣ କରିଥିଲେ।  ବିଶେଷକରି ମାନସିକ ଧାରୀ ମହିଳାମାନଙ୍କୁ ମଧ୍ୟ ଦେବୀ ଲାଗିବାରୁ ସେମାନେ କାଳସୀ ନୃତ୍ୟ କରୁଥିବାର ଦେଖିବାକୁ ମିଳିଥିଲା ।

ରବିବାର ରାତ୍ରରେ ମାଣ୍ଡିଆଭଟା ପୀଠରୁ ମାଉଲି ମା’ ମନ୍ଦିର କୁ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ବିରାଟ ଶୋଭାଯାତ୍ରାରେ ବଡ ଯାତ୍ରାର ଠାକୁର ଶ୍ରୀ ଶ୍ରୀ ଶ୍ରୀ କାନାମରାଜ, ବାଲରାଜ, ପୋତରାଜ ଓ ମା’ ମୁତ୍ୟାଲୁମା ଯାତ୍ରା କରିଛନ୍ତି । ଠାକୁରଙ୍କ ପୀଠରେ କାଳସୀ ନୃତ୍ୟ ସାଙ୍ଗକୁ ଲାଠିଧାରି ଦିଶାରୀ ପୁଜାରୀ ଗୁଣିଆଙ୍କ ନାଟ ଓ ସୁଦୂର ଖଇରାପାଲିରୁ ଆସିଥିବା ବଡଯାତ୍ରାର ମୁଖ୍ୟ ରୁଜିଂ ବାଇଦ (ଦୁନ୍ଦରୀ ବାଇଦ) ଭକ୍ତ ଓ ଦର୍ଶକମାନଙ୍କ ପାଇଁ ବେଶ୍ ଆକର୍ଷଣୀୟ ଥିଲା । ଅନେକ ମାନସିକ ଧାରୀ କାଳସୀମାନେ ନିଜ ନିଜ ଗାଲରେ ଲୁହା ତ୍ରୀଶୂଳ ଓ ଲୁହା କଣ୍ଟା ଫୁଟାଇ ନାଟ କରିବାସହିତ ଲୁହାକଟା କଠଉରେ ଚାଲିଥିଲେ।

 ରବିବାର ରାତ୍ରରେ ବଡ ଯାତ୍ରା ଠାକୁରଙ୍କ ବିମାନକୁ ବିରାଟ ଶୋଭାଯାତ୍ରାରେ ଲକ୍ଷାଧିକ ଭକ୍ତ ମାଣ୍ଡିଆଭଟା ମଣ୍ଡପ ନିକଟରୁ ଜିଲ୍ଲାସଦର ମହକୁମାସୁ ମା’ ମାଉଲି ମା’ ମନ୍ଦିର ସିଂହ ଦ୍ବାର ପୀଠକୁ ନିଆଯାଇଥିଲା I ମାଉଲି ମା’ ମୁଖ୍ୟପୀଠରେ ସୋମବାର, ମଙ୍ଗଳବାର ରହଣୀପରେ ବୁଧବାର ପାହାନ୍ତିଆରେ ବଡ ଯାତ୍ରାର ବଡ ଠାକୁରଙ୍କୁ ପୁଣି ତାଙ୍କ ଜନ୍ମପୀଠ ମାନ୍ୟମକୋଣ୍ଡାକୁ ବିଦାୟ ନେବେ । ଶ୍ରୀ ଶ୍ରୀ କାନମରାଜ, ପୋଚରାଜ, ବାଲିରାଜ ଓ ମା’ ମୁଦ୍ୟାଲୁମାଙ୍କୁ ସୁସଜ୍ଜିତ ବିମାନରେ ପୁଜାରୀ ମାନେ ଓ ବିଭିନ୍ନ ଗ୍ରାମରୁ ଆସିଥିବା ଠାକୁର ବିମାନ, ଲାଠି ଧରି ଭକ୍ତମାନେ ପାରମ୍ପାରିକ କାଳସି ନାଟ କରିଥିଲେ।  ବିଭିନ୍ନ ଅଚଂଳରୁ ଭକ୍ତମାନେ ଆସି ଠାକୁର ଦର୍ଶନ କରିଥିଲେ । ମାନସିକଧାରୀ ଭକ୍ତମାନେ ଠାକୁରଙ୍କ ନିକଟରେ ପଶୁ ପକ୍ଷୀ ବଳି ଚଢାଇବା ସହ ବାଲ୍ୟ ଭୋଗ ଲଗାଇଥିଲେ । କାଳସୀ ନୃତ୍ୟ ସାଙ୍ଗକୁ ଦିଶାରି ପୁଜାରୀ ଗୁଣିଆଙ୍କ ଲାଠିଧାରି ନାଚ ବେସ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଏହି ବଡ ଯାତ୍ରା ପ୍ରତି ଦୁଇବର୍ଷର ଥରେ ଦୋଳପୁର୍ଣ୍ଣିମାରେ ହୋଇଥାଏ, ବଡ ଯାତ୍ରା ସମୟରେ ମାଲକାନଗିରି ସହରବାସୀ ହୁଲି ରଙ୍ଗ ନ ଖେଳି ଠାକୁରଙ୍କ ନିକଟରେ ଭୋଗ ଲଗାଇ ନିଜ ନିଜ ମାନସିକ ପୁରଣ ପାଇଁ ପୁଜାପାଠ କରିଥାନ୍ତି । ଏହି ଯାତ୍ରା ର ଶେଷ ଅନ୍ନଭୋଗ ବଡଯାତ୍ରା ଠାକୁର ଙ୍କୁ ମଙ୍ଗଳବାର ମଧ୍ୟରାତ୍ରରେ ଦିଆ ଗଲାପରେ ବୁଧବାର ବଡିଭୋରୁ ଠାକୁର ନିଜ ଜନ୍ମ ପୀଠସ୍ନାନ ମାନ୍ୟମକୋଣ୍ଡା ଗୁମ୍ଫାକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.