ନୂଆଦିଲ୍ଲୀ,୦୩/୧୨: ଦୁଇ ଥର ଅଲିମ୍ପିକ୍ସ ପଦକ ବିଜେତା ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଆସନ୍ତା  ୨୨ ତାରିଖରେ ବିବାହ ବନ୍ଧନରେ ବାନ୍ଧି ବେହାକୁ ଯାଉଛନ୍ତି । ସେ  ହାଇଦ୍ରାବାଦର ଭେଙ୍କଟ ଦତ୍ତ ସାଇଙ୍କୁ  ବିବାହ କରିବେ । ଉଦୟପୁରରେ  ବିବାହ ଉତ୍ସବ ଆୟୋଜିତ ହେବ। ସିନ୍ଧୁ ଓ ସାଇଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ବନ୍ଧୁତ୍ୱ ରହି ଆସିଛି ।  

ସିନ୍ଧୁଙ୍କ ବାପା ପିଭି ରମଣା କହିଛନ୍ତି,  ‘ଆମେ ଦୁଇ ପରିବାର ଦୀର୍ଘ ଦିନରୁ  ପରସ୍ପରକୁ ଜାଣିଛୁ । ଗତ ଏକ ମାସ  ପୂର୍ବରୁ ବିବାହ ସଂପର୍କରେ ଆମର ନିଷ୍ପତ୍ତି  ହୋଇଥିଲା । ଜାନୁଆରୀରୁ ସିନ୍ଧୁ ନିଜ ଖେଳ ପାଇଁ ଅଧିକ ବ୍ୟସ୍ତ ରହିବେ । ତେଣୁ ଏହି  ସମୟ ହିଁ ବିବାହ ପାଇଁ ଉପଯୁକ୍ତ ।’