ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ନାବାଳିକାଙ୍କୁ ବ୍ୟାଡମିଣ୍ଟନ କୋଚଙ୍କ ଦୁଷ୍କର୍ମ ଅଭିଯୋଗ, ଫୋନ୍‌ରୁ ଅନ୍ୟ ୮ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଜବତ

Published By : Prameya | April 7, 2025 10:07 AM

ବେଙ୍ଗାଲୁରୁ,୦୭/୦୪: ବେଙ୍ଗାଲୁରୁରେ  ୧୬ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ୨୬ ବର୍ଷୀୟ  ବ୍ୟାଡମିଣ୍ଟନ କୋଚଙ୍କୁ ଗିରଫ କରାଯାଇଛି ।  ତାଙ୍କ ଫୋନ୍‌ରୁ ଅନ୍ୟ ୮ ନାବାଳିକାଙ୍କ  ଅଶ୍ଳୀଳ ଫଟୋ ମଧ୍ୟ ଜବତ ହୋଇଛି ।  ଅଭିଯୁକ୍ତଙ୍କ ନାମ ସୁରେଶ ବାଲାଜୀ।  ଘର ତାମିଲନାଡୁରେ । ସେ ଏକ  ସ୍ଥାନୀୟ କୋଚିଙ୍ଗ୍‌ ସେଣ୍ଟରରେ କାର୍ଯ୍ୟ  କରୁଛନ୍ତି । 

ଅଭିଯୋଗ ମୁତାବକ, ପୀଡ଼ିତା  ନାବାଳିକା ୨ ବର୍ଷ ତଳେ କୋଚିଂ ସେଣ୍ଟରରେ  ଯୋଗଦେଇଥିଲେ । ଦିନେ ସୁରେଶ  ନାବାଳିକାଙ୍କୁ ତାଲିମ ଦେବା ବାହାନାରେ ନିଜ  ଘରକୁ ନେଇଯାଇଥିଲେ । ସେଠାରେ ତାଙ୍କୁ  ଦୁଷ୍କର୍ମ କରିଥିଲେ । କାହାକୁ ନ କହିବା  ପାଇଁ ସେ ଧମକ ବି ଦେଇଥିଲେ । ଏହାପରେ ଛୁଟି ଯୋଗୁ ନାବାଳିକା ଜଣକ ନିଜ ଆଈଘରକୁ ବୁଲିବାକୁ ଯାଇଥିଲେ । ସେ ଭୁଲରେ ତାଙ୍କ  ଆଈଙ୍କ ଫୋନ୍‌ରୁ କୋଚ ସୁରେଶଙ୍କୁ ଏକ ଅଶ୍ଳୀଳ ଫଟୋ ପଠାଇ ଦେଇଥିଲେ । ଆଈ  ତାହା ଦେଖିନେବା ପରେ ନାବାଳିକାଙ୍କ  ପିତାମାତାଙ୍କୁ ଅବଗତ କରିଥିଲେ । ଏହାପରେ  ସେମାନେ ପୁଲିସରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୁଲିସ ତାଙ୍କୁ  ଗିରଫ କରିଛି । କୋର୍ଟ ତାଙ୍କୁ ୮ ଦିନ ପାଇଁ ପୁଲିସ ରିମାଣ୍ଡରେ ପଠାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.