ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆରମ୍ଭରୁ ଖତ ଖାଉଛି ବାଦପୁର ଜେଲ୍‌, ରହିନାହାନ୍ତି ଜଣେ ବି କଏଦୀ

Published By : Rasmita Pradhan | July 10, 2025 1:41 PM

ପାତ୍ରପୁର, ୧୦/୦୭ : ସରକାର୍‌ କା ମାଲ୍‌ ଦରିୟା ମେ ଡାଲ୍‌ ନ୍ୟାୟରେ ନିର୍ମାଣ ପରଠୁ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ର ବାଦପୁର ଠାରେ ନିର୍ମିତ ସବ୍‌ଜେଲ୍‌ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି। ଆରମ୍ଭରୁ ଜଣେ ବି କଏଦୀ ଏଠି ରହିନାହାନ୍ତି। କର୍ମଚାରୀ ନିୟୋଜିତ ହୋଇନାହାନ୍ତି । ଶେଷରେ ସରକାର ଏହି ସବ୍‌ଜେଲ୍‌କୁ ସବୁଦିନ ପାଇଁ ବନ୍ଦ କରିଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଅବ୍ୟବହୃତ୍‌ ସବ୍‌ଜେଲ୍‌ ଏବେ ଭୂତକୋଠି ପାଲଟିଛି । ଲଟାବୁଦା ମାଳି ପରିତ୍ୟକ୍ତ ଅବସ୍ଥାରେ ପହଞ୍ଚିଗଲାଣି। ପ୍ରାୟ ୪ କୋଟି ଟଙ୍କାରେ ନିର୍ମିତ କୋଠା ଖତ ଖାଉଛି। 

ଜଙ୍ଗଲିଆ ପରିବେଶରେ ଘେରି ରହିଛି ସବ୍‌ଜେଲ୍‌। ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ କେଉଁ କାରଣରୁ ଏହି ଜେଲ୍‌କୁ କାର୍ଯ୍ୟକ୍ଷମ କରାଗଲା ନାହିଁ ତାହା ପ୍ରଶ୍ନବାଚୀ । ତେବେ ପୂର୍ବରୁ ଗଞ୍ଜାମ-ଗଜପତି ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳର ଜରଡ଼ା ଥାନା ମାଓବାଦୀଙ୍କ ଟାର୍ଗେଟରେ ରହିଥିବା ଆଶଙ୍କାରୁ ଜେଲ୍‌ କାର୍ଯ୍ୟକ୍ଷମ କରାଯାଇ ନଥିଲା ବୋଲି ଶୁଣିବାକୁ ମିଳିଛି । ଫଳରେ ଜେଲ୍‌ କୋଠା ଥାଇ ସୁଦ୍ଧା ଅଞ୍ଚଳର ଅଭିଯୁକ୍ତମାନଙ୍କୁ ୪୫ କିଲୋମିଟର ଦୂର ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଯାଉଛି । ଯଦି ଏହି ଜେଲ୍‌ କାର୍ଯ୍ୟକ୍ଷମ ହୁଅନ୍ତା ତେବେ ନିକଟବର୍ତ୍ତୀ କେ.ନୂଆଗାଁ ଥାନା, ଜରଡ଼ା ଥାନା ପୁଲିସ ଦ୍ୱାରା ଗିରଫ ଅଭିଯୁକ୍ତ ତଥା ପାତ୍ରପୁର କୋର୍ଟରେ ଶୁଣାଣି ହେଉଥିବା ବିଚାରାଧୀନ କଏଦୀ ବା ବନ୍ଦୀଙ୍କୁ ଏହି ଜେଲ୍‌ରେ ରଖିବା ସୁବିଧାଜନକ ହୁଅନ୍ତା । 

ବାଦପୁର ଠାରେ ଜେଲ୍‌ ନିର୍ମାଣ କାର୍ଯ୍ୟ ୨୦୦୮ ମସିହାରୁ ଆରମ୍ଭ ହୋଇ ୨୦୧୧ ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା । ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନ୍‌ କାର୍ଯ୍ୟ ସାରି ଜେଲ ବିଭାଗକୁ କୋଠା ହସ୍ତାନ୍ତର କରିଥିଲା । ଜେଲ୍‌ ପ୍ରଶାସନିକ କାଠା, ଉଭୟ ମହିଳା ଓ ପୁରୁଷ ୱାର୍ଡ, ଡାକ୍ତରଖାନା, ସହ-ଜେଲ୍‌ ଅଧୀକ୍ଷକଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ପାଇଁ କ୍ୱାର୍ଟର୍‌ ବି ନିର୍ମିତ ହୋଇଛି । ଅଥଚ ୧୪ ବର୍ଷ ପରେ ମଧ୍ୟ ଥରୁଟିଏ ବି ଜେଲ୍‌ କାର୍ଯ୍ୟକ୍ଷମ ହୋଇନି । ସନ୍ଧ୍ୟା ହେଲେ ସେଠାରେ ଅସାମାଜିକଙ୍କ ଭିଡ଼ ଜମୁଛି । କେବଳ ଜଣେ ଜଗୁଆଳ ହିଁ ବେସରକାରୀ ଭାବେ ରହୁଥିବାର ନଜିର ରହିଛି । ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ହେଉ ଅଥବା ପ୍ରଶାସନିକ ଅସୁବିଧା ଯୋଗୁଁ ୪ କୋଟି ଟଙ୍କାରେ ନିର୍ମିତ ବାଦପୁର ଜେଲ୍‌ ଖୋଲିବା ପୂର୍ବରୁ ବନ୍ଦ ହୋଇଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.