ଭୁବନେଶ୍ଵର, ୩୦/୧୧ : ଭୁବନେଶ୍ଵର ବିମାନ ବନ୍ଦରରୁ ଅଜଣା ବ୍ୟାଗ୍ ମିଳିବା ଘଟଣା। ଜଣାପଡ଼ିଲା ବ୍ୟାଗ୍ କାହାର। ଏନେଇ ପ୍ରତିକ୍ରିୟା ରଖିଲେ ଏସିପି ଅମିତାଭ ମହାପାତ୍ର। ସେ କହିଛନ୍ତି ଯେ, ବ୍ୟାଗ୍‌କୁ ନେଇ ଭୟଭୀତ ହେବା ଆବଶ୍ୟକ ନାହିଁ। ବ୍ୟାଗ୍‌ର ଛାନଭିନ୍ କରାଯାଇଛି। ଏଥିରେ ସେଭଳି କିଛି ସନ୍ଦେହଜନକ ସାମଗ୍ରୀ ନାହିଁ। ବ୍ୟାଗ୍‌ଟି ଜଣେ ଯାତ୍ରୀଙ୍କର। କେହି ଭୁଲ୍‌ବଶତଃ ଏହାକୁ ଛାଡି ଚାଲିଯାଇଛି। 

ସୂଚନାନୁଯାୟୀ, ଆଜି ଭୁବନେଶ୍ଵର ବିମାନ ବନ୍ଦର ବାହାରୁ ଏକ ସନ୍ଦିଗ୍ଧ ବ୍ୟାଗ୍ ଚିହ୍ନଟ ହୋଇଥିଲା। ଏହି ବ୍ୟାଗ୍‌ଟି କେଉଁଠୁ ଆସିଲା କିଏ ଛାଡି ଯାଇଥିଲା ତାହା ଜଣାପଡ଼ି ନଥିଲା। ଘଟଣାସ୍ଥଳରେ ସିଆଇଏସଏଫ୍ ଏବଂ ଡଗ୍ ସ୍କ୍ଵାର୍ଡ ପହଞ୍ଚି ବ୍ୟାଗ୍ ଯାଞ୍ଚ କରିଥିଲେ। ହେଲେ ବ୍ୟାଗ୍‌ରୁ ସେଭଳି କିଛି ସନ୍ଦେହଜନକ ସାମଗ୍ରୀ ମିଳିନାହିଁ।