ସାହାଜପାଲ ,୬।୭ :  ବୌଦ୍ଧ ସଦର ବ୍ଳକ ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାଜପାଲ ବଜାର ଛକରେ ରବିବାର ବାହୁଡା ଯାତ୍ରା ପାଳିତ ହୋଇଯାଇଛି। କାଳିଆ, ସୁଭଦ୍ରା ଓ ବଳଭଦ୍ର ତିନି ଦିଅଁ ମାଉସୀ ଘରେ ୧୦ ଦିନ ଦଶ ଅବତାର ପରେ ଆଜି ମନ୍ଦିରକୁ ପ୍ରବେଶ କରିଛନ୍ତି। ଏହି ଯାତ୍ରାକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। ଏହିଭଳି ସାହାଜପାଲ ଅଂଚଳର ପଲସପାଟ, ଆନନ୍ଦପୁର, ତରଭା, ବହିରା ଆଦି ସ୍ଥାନରେ ମହାସମାରୋହରେ ବାହୁଡା ଯାତ୍ରା ସମ୍ପର୍ଣ୍ଣ ହୋଇଛି।