ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ରାୟଗଡ଼ରେ ବାହୁଡ଼ା ଯାତ୍ରା ଲୋକାରଣ୍ୟ; ବିଭିନ୍ନ ବର୍ଗର ସେବାୟତଙ୍କୁ ସମ୍ବର୍ଦ୍ଧିତ...

Published By : Bijay Swain | July 5, 2025 8:48 PM

ରାୟଗଡ଼(ଗଜପତି), ୫/୭: ଗଜପତି ଜିଲ୍ଲା ରାୟଗଡ଼ ଗ୍ରାମରେ ଶାନ୍ତି ଶୃଙ୍ଖଳା ସହ ବହୁ ଆଡ଼ମ୍ବର ସହକାରେ ବାହୁଡ଼ା ଯାତ୍ରା ଶେଷ ହୋଇଛି I ନଅ ଦିନର ରହଣି ପରେ ମାଉସୀ ମା ମନ୍ଦିରରୁ ବାହୁଡିଛନ୍ତି ଠାକୁର l ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପାରମ୍ପରିକ ବିଧିବିଧାନ ଅନୁଯାୟୀ ମାଉସୀ ମା ମନ୍ଦିରରେ ଭୋଗ ଲାଗି ହେବା ପରେ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ ପାଇଁ ରଥାରୁଢ଼ କରାଯାଇଥିଲା l ସନ୍ଧ୍ୟା ୬ ଟା ସମୟରେ ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ରାତ୍ର ୯ ଟା ସମୟରେ ହନୁମାନ ଛକ ନିକଟରେ ପହଂଚି ଥିଲେ I 

ରବିବାର ସୁନାବେଶ ଥିବାରୁ ରଥ ଉପରେ ଭକ୍ତଙ୍କୁ ଠାକୁର ଦର୍ଶନ ଦେବେ I ଦୁଇ ଦିନ ଠାକୁର ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଇ ସୋମବାର ସନ୍ଧ୍ୟାରେ ଠାକୁର ମନ୍ଦିରରେ ପହଂଚିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି l ଡାହୁକର ଡାକ ସହ ଘଣ୍ଟ ଓ ମୃଦଙ୍ଗ ସଙ୍କୀର୍ତ୍ତନର ତାଳେତାଳେ ଜୟ ଜଗନ୍ନାଥ ଧ୍ବନିରେ ରାୟଗଡ଼ ଗ୍ରାମ ଉତ୍ସବ ମୁଖରିତ ହୋଇଉଠିଥିଲା l ଏହି ପରିପ୍ରେକ୍ଷୀରେ ମନ୍ଦିର ଅଧିନରେ ଥିବା ୧୮ ଖଣ୍ଡ ଗ୍ରାମର ମୁଖିଆ, ସଙ୍କୀର୍ତନ ମଣ୍ଡଳୀର ଗାହକ, ବାହକ ଆଦି ବିଭିନ୍ନ ବର୍ଗର ସେବାୟତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l 

ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ରାୟଗଡ଼ ଗ୍ରାମର ଭବାନୀ ବିଶୋୟୀ, ପୁରୋହିତ ପ୍ରତାପ ପାଢୀ,  ଉପାଧ୍ଯକ୍ଷ ଜ୍ଯୋତି ପ୍ରସାଦ ପାଣି, ମାର୍ଲବା ସରପଞ୍ଚ ଜଳନ୍ଧର କାର୍ଯୀ, ସାନତୁଣ୍ଡି ସରପଞ୍ଚ ସଂଘମିତ୍ରା ଶବର, କରଡ଼ାସିଂ ସରପଞ୍ଚ ଉମା ଶଙ୍କର ଭୁମଲ, ରାୟଗଡ଼ ସରପଞ୍ଚ ସୁଷମା ଶବର, ଉପଦେଷ୍ଟା ସୀମାଦ୍ରୀ ଗୁରୁ, ପଞ୍ଚୁମନ କୁମ୍ଭ ପ୍ରମୁଖ ସମେତ ଅଞ୍ଚଳର ବୁଦ୍ଧିଜୀବି, ଅଞ୍ଚଳବାସୀ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ ଯୁବଗୋଷ୍ଠୀ, ଗ୍ରାମବାସୀ ସମେତ ଆଖପାଖ ଅଞ୍ଚଳର ବହୁ ଭକ୍ତ ରଥ ଟଣାରେ ସାମିଲ ହୋଇଥିଲେ l  ହଜାର ହଜାର  ଭକ୍ତ ଜମା ହୋଇଥିଲେ l ରାୟଗଡ଼ ପୁଲିସ୍ ଜନ ଗହଳି ନିୟନ୍ତ୍ରଣ କରିଥିଲେ l ସେହିପରି ବ୍ଲକର ନାରାୟଣପୁର, ଗଣ୍ଡାହାତୀ, ଅମେଡା, ଖମ୍ବlରି ସାହିଠାରେ ରଥ ଟଣା ଶେଷ ହୋଇଛି I 

ମଣ୍ଡଳ ସାହି ଓ ଜିରାଙ୍ଗ ଗ୍ରାମର ବଳଦେବ ଜୀଉଙ୍କୁ ପହଣ୍ଡି କରି ରଥ ଉପରେ ପ୍ରଭୁ ଦର୍ଶନ ଦେଇଥିଲେ । ବଡ଼ ଏକାଦଶୀ ହୋଇଥିବାରୁ ଗୁରୁବାର ମଧ୍ଯ ସୁନାବେଶରେ ପ୍ରଭୁ ରଥ ଉପରେ ଦର୍ଶନ ଦେଇଥିଲେ l ଆସନ୍ତା କାଲି ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପରିଚାଳନା କମିଟି ପକ୍ଷରୁ ଜଣାପଡିଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.