ଭୁବନେଶ୍ବର,୫।୧୦ : ସହିଦ ବାଜି ରାଉତଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା କରାଯାଇଛି।  ଆଗାମୀ ଦିନରେ ସରକାରୀ ସ୍ତରରେ ରାଜ୍ୟସ୍ତରୀୟ ସହିଦ ବାଜି ରାଉତ ଜୟନ୍ତୀ ପାଳନ ହେବ। ସରକାର ଯତ୍ନବାନ ସହ ଏହାକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବେ । ଏ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କଲେ ଏହା ହିଁ ବାଜି ରାଉତଙ୍କୁ ଯଥାର୍ଥ ଶ୍ରଦ୍ଧାଞ୍ଜଳୀ ହେବ। ଜୟଦେବ ଭବନ ଠାରେ ଢେଙ୍କାନାଳ ଜିଲ୍ଲା ସାଂସ୍କୃତିକ ପରିଷଦ ପକ୍ଷରୁ ସହିଦ ବାଜି ରାଉତଙ୍କ ଜୟନ୍ତୀ ପାଳନ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । 

ସେହିପରି ଖୁଵ ଶୀଘ୍ର ବାଜି ରାଉତଙ୍କ ଜନ୍ମମାଟି ନିଳକଣ୍ଠପୁର ଏବଂ ଭୁବନ ବ୍ଲକରେ ବାଜି ରାଉତଙ୍କ ପୂର୍ଣାବ୍ୟୟ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ଏହାସହ ମୁକ୍ତି ସଂଗ୍ରାମର ପ୍ରଚ୍ଛଦପଟ୍ଟର ନାୟକ ହୋଇ ରହିଯାଇଥିବା ସଂଗ୍ରାମୀ ମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯିବ। 

 କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ସମସ୍ତ ବରପୁତ୍ରଙ୍କୁ ଉପଯୁକ୍ତ ସମ୍ମାନ ଦିଅନ୍ତ। ଜଣେ ସଫଳ ରାଜା ଏବଂ ତାର ପ୍ରଶାସନର ଏହା କର୍ତ୍ତବ୍ୟ। ଏହି ସମାରୋହରେ  ଉଚ୍ଚ ଶିକ୍ଷା ମନ୍ତ୍ରୀ ଏବଂ ଜିଲ୍ଲାର ସମସ୍ତ ବିଧାୟକ ମାନେ ଉପସ୍ଥିତ ଥିଲେ ।