ବିରିଡି, ୧୬।୮(ଆପ୍ର ) : ଗୋରୁ ଚମଡା ଭର୍ତ୍ତି ଗାଡି କଟକ ଅଭିମୁଖେ ଯିବ ବୋଲି ବଜରଙ୍ଗ ଦଳ ଶୁକ୍ରବାର ଖବର ପାଇଥିଲେ। ଜଗତସିଂହପୁର ବଜରଙ୍ଗୀ ଦଳର କାର୍ଯ୍ୟକର୍ତ୍ତାମାନେ ବେଶ ସକ୍ରିୟ ହୋଇରହିଥିଲେ । ଶନିବାର ଗାଡିରେ ଗୋରୁ ଚମଡା ଚାଲାଣ ହେଉଥିବା ବେଳେ ବଜରଙ୍ଗ ଦଳର ସଦସ୍ୟମାନେ ପିଛା କରିଥିଲେ। ହାଜିପୁର ସ୍ୱସ୍ତିକ ଷ୍ଟିଲ ଫ୍ୟାକ୍ଟ୍ରି ପାଖରେ ଗାଡିକୁ ବଜରଙ୍ଗ ଦଳର ସଦସ୍ୟମାନେ ଅଟକାଇ ଥିଲେ । ଏହି ସମୟରେ ସେଠାରୁ ଗୋଟିଏ ଗାଡି ଖସିଯିବାକୁ ସମର୍ଥ ହୋଇଥିବାବେଳେ ଗୋଟିଏ ଧରା ପଡିଥିଲା l ଗାଡିକୁ ଅଟକାଇବା ସହ ଗାଡିଚାଳକକୁ ଉତ୍ତମ ମଧ୍ୟମ ଦେଇଥିଲେ । ସେଥିରେ ଗୋରୁ ଚମଡା ଯାଉଥିବା ଡ୍ରାଇଭର କହିଥିଲେ। ପରେ ଡ୍ରାଇଭରଙ୍କୁ ଥାନା ଜିମା ଦିଆଯାଇଥିଲା l
ଜଗତସିଂହପୁର ସମେତ ବିଭିନ୍ନ ଅଂଚଳରୁ ଗୋମାତାଙ୍କୁ ହତ୍ୟା କରାଯାଇ ଚମଡାକୁ ଏକ ଟ୍ରକରେ ଚାଲାଣ କରାଯାଉଥିଲା। ଏହା ଜାଣିବା ପରେ ଜଗତସିଂହପୁର ଜିଲ୍ଲା ବଜରଙ୍ଗଦଳ ବଳ ଉପାସନା ପ୍ରମୁଖ ଦେବାଶିଷ ଦଳାଇ, ସହସଂଯୋଜକ ଜୋତି ପ୍ରକାଶ ବାରିକ,ନଗର ଗୋରକ୍ଷା ପ୍ରମୁଖ ଚନ୍ଦନ ମିଶ୍ର, ପ୍ରଖଣ୍ଡ ଗୋରକ୍ଷା ପ୍ରମୁଖ ସାଗର ସ୍ୱାଇଁ, ବଜରଙ୍ଗ ଦଳ କଟକ ସଦର ସଭାପତି ସନାତନ ସେଠୀ, କାର୍ଯ୍ୟକର୍ତ୍ତା ବିଶ୍ୱଜିତ ରାୟ, ପବିତ୍ର ମହାନ୍ତି,ହାଜିପୁର ମଣ୍ଡଳ ବିଜେପି ନେତା ତଥା ସମାଜସେବୀ ରାମକୃଷ୍ଟ ପରିଜା,ଆଲୋକ ପଣ୍ଡା, ଚିତ୍ତରଞ୍ଜନ ନନ୍ଦୀ, ବାମଦେବ ମଲ୍ଲିକ, କାନ୍ହା ସେଠୀ, ବିକାଶ ଦାସ ପ୍ରମୁଖ ଅଟକାଇବାସହ ଏହି ଚମଡା ଚାଲାଣକୁ ଘୋର ବିରୋଧ କରିଥିଲେ l ସେଠାରେ କିଛି ସମୟ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିଥିଲା l ପୋଲିସ ଘଟଣା ସ୍ଥଳରେ ପହଂଚି ଗାଡିକୁ ଜବତ କରିଛି।