କୋଣାର୍କ,୧୫।୦୨: ପବିତ୍ର ମହାଶିବରାତ୍ରି ଅବସରରେ ପୁରୀ-କୋଣାର୍କ ବେଳାମାର୍ଗ ନିକଟସ୍ଥ ପ୍ରସିଦ୍ଧ ଶୈବପୀଠ ବାଲିକପିଳେଶ୍ବରଙ୍କ ପୀଠରେ ଜାଗର ଯାତ୍ରା। ହଜାର ହଜାର ଶ୍ରଦ୍ଧାଳୁ ଭକ୍ତିମୟ ପରିବେଶରେ ଜାଳିଛନ୍ତି ଦୀପ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ବାଳିକପିଳେଶ୍ବରଙ୍କ ଜାଗର ନୀତି ସମ୍ପନ୍ନ ହୋଇଥିଲା।

ଆହୁରି ପଢନ୍ତୁ- ବେଆଇନ୍ ଡ୍ରଗ୍ସ କାରବାର, ଔଷଧ ଦୋକାନୀଙ୍କୁ ଉଠାଇଲା ଛତିଶଗଡ଼ ପୁଲିସ

ତେବେ ରାତି ୩ଟାରେ ମହାଦୀପ ଉଠିବ। ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ବ୍ୟାରିକେଡ଼ ନିର୍ମାଣ କରାଯାଇ ଧାଡ଼ି ଦର୍ଶନ ସହ ମନ୍ଦିର ବେଢ଼ା ବାହାରେ ଦୀପ ଜାଳିବା ବ୍ୟବସ୍ଥା ହୋଇଛି। ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପାଦନ କରିବା ପାଇଁ ନିମାପଡ଼ା ଏସଡିପିଓଙ୍କ ନେତୃତ୍ୱରେ କୋଣାର୍କ, ରାମଚଣ୍ଡୀ, ଚନ୍ଦ୍ରଭାଗା ମେରାଇନ ଥାନା ଆଇଆଇସି, ପୁଲିସ ଫୋର୍ସ, କୋଣାର୍କ ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି। ବାଲିକପିଳେଶ୍ବର ସେବାୟତ ପରିଚାଳନା କମିଟି,ବାଲିକପିଳେଶ୍ବର ଉନ୍ନୟନ କମିଟି କର୍ମକର୍ତ୍ତା, ବିଭିନ୍ନ ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା ପ୍ରମୁଖ ପରିଚାଳନାରେ ସହଯୋଗ କରିଛନ୍ତି। ସେହିଭଳି କୋଣାର୍କ ମାଧିପୁର ଗ୍ରାମର ବାବା ତ୍ରୀବେଣୀଶ୍ବର, ଐଶାଣେଶ୍ବର,ଦକ୍ଷିଣେଶ୍ୱର, ଅର୍କେଶ୍ବର,ମଙ୍ଗୁଳେଶ୍ବର ମନ୍ଦିର ସମେତ ବିଭିନ୍ନ ଶୈବପୀଠରେ ଭିଡ ଦେଖିବାକୁ ମିଳିଛି।