ବଳଙ୍ଗା,୧୯/୦୭: ପୁରୀ ଜିଲ୍ଲା ବଳଙ୍ଗା ଥାନା ବାୟାବର ଗ୍ରାମରେ ଅଭାବନୀୟ ଘଟଣା । ନାବାଳିକାକୁ ନିଆଁ ଲଗାଇ ପୋଡ଼ି ମାରିଦେବାକୁ ଉଦ୍ୟମ । ନାବାଳିକାଙ୍କ ୬୦ ପ୍ରତିଶତ ପୋଡି ହୋଇଯାଇଥିବା ସୂଚନା ମିଳିଛି। ପୀଡ଼ିତାଙ୍କୁ ପ୍ରଥମେ ପିପିଲି ମେଡ଼ିକାଲ ଓ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ଏମ୍ସ୍ ବର୍ଣ୍ଣ ଓ୍ବାର୍ଡରେ ଚିକିତ୍ସା ଚାଲିଛି। ସେପଟେ ଘଟଣାସ୍ଥଳରେ ବଳଙ୍ଗା ପୁଲିସ ପହଞ୍ଚି ଥିବା ବେଳେ କିଏ ଏମିତି କଲା ଓ କାହିଁକି କଲା ତଦନ୍ତ କରୁଛି ପୁଲିସ।
ସୂଚନା ମୁତାବକ, ଛାତ୍ରୀ ଜଣକ ସାଇକେଲରେ ଜଣେ ନାବାଳିକା ଜଣକ ସାଙ୍ଗ ଘରକୁ ବହି ଦେବାକୁ ଯାଉଥିବା ବେଳେ ତାଙ୍କୁ ବାଟରେ ନାବାଳିକାକୁ ଉଠାଇନେଲେ ୩ ଦୁର୍ବୃତ୍ତ।ମୁହଁରେ କପଡ଼ା ବାନ୍ଧି ଭାର୍ଗବୀ ନଦୀ ପଠାକୁ ନେଇଗଲେ । ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଜାଳିଦେଲେ । ହେଲେ ଦୁର୍ବୃତ୍ତମାନଙ୍କ କବଳରୁ ନାବାଳିକା ଜଣକ ଖସି ଆସି ତେରହଳ ଗାଁ ମୁଣ୍ଡରେ ଥିବା ଜଣଙ୍କ ଘରେ ପଶିଯାଇ ନିଜକୁ ରକ୍ଷା କରିଛନ୍ତି। ତେବେ ନାବାଳିକାର ଗୋଡ ହାତ ସହ ଶରୀର ପୋଡିଯାଇ ଥିବା ବେଳେ ଚିକିତ୍ସା ପାଇଁ ପ୍ରଥମେ ପିପିଲି ମେଡ଼ିକାଲ ଓ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଖବରପାଇ ବଳଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସେପଟେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଖବର ଶୁଣି ମୁଁ ବ୍ୟଥିତ ଓ ମର୍ମାହାତ। ପୀଡ଼ିତାଙ୍କୁ ଭୁବନେଶ୍ଵର ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଉଛି। ସରକାର ପୀଡ଼ିତାଙ୍କ ସବୁ ଚିକିତ୍ସା ଖର୍ଚ୍ଚ ବହନ କରିବେ। ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ପୁଲିସ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।