ପୁରୀ/ବ୍ରହ୍ମଗିରି,୧୬/୦୯: ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ବାଲିହରଚଣ୍ଡୀ ନିକଟରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲା। ପୁରୀ ପୁଲିସକୁ ମିଳିଲା ବଡ଼ ସଫଳତା। ଆନ୍ଧ୍ରପ୍ରଦେଶରୁ ମୁଖ୍ୟ ଅଭିଯୁକ୍ତକୁ କାଳିଆ ବେହେରାକୁ ଉଠାଇ ଆଣିଲା ସ୍ବତନ୍ତ୍ର ୟୁନିଟ୍।  ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ମୋଟ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଯୁବକମାନଙ୍କ ମୋବାଇଲକୁ ଜବତ କରି ଉତ୍ତୋଳନ ହୋଇଥିବା  ଭିଡିଓ ଯାଞ୍ଚ ଚାଲିଛି ।ଆଜି ସମସ୍ତ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯିବ ବୋଲି ସୂଚନା ମିଳଛି। ଅନ୍ୟପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୀଡ଼ିତାଙ୍କ ଡାକ୍ତରୀ  ମାଇନା ପରେ ଆଇସିୟୁରେ ରଖାଯାଇ ଚିକିତ୍ସା ଜାରି ରହିଛି ।​​​​​​​

ଏସ୍‌ପିଙ୍କ କହିବାନୁଯାୟୀ, କାଳିଆ ପୁଲିସକୁ ଚକ୍‌ମା ଦେଖାଇ ଖସିବାକୁ ଯୋଜନା କରିଥିଲା ।  ମାତ୍ର ସହଯୋଗୀ ଶିବ ସାହୁ ଗିରଫ ପରେ  କାଳିଆ ବିଷୟରେ ସୂଚନା ମିଳିଥିଲା । ସେହି  ଅନୁସାରେ ପୁରୀ-ତିରୁପତି ଏକ୍ସପ୍ରେସରେ  କାଳିଆ ଯାଉଥିବାବେଳେ ପୁଲିସ ତାକୁ କାବୁ କରି ପୁରୀ ନେଇ ଆସୁଛି । ଅନ୍ୟପକ୍ଷରେ ଘଟଣାସ୍ଥଳ  ଅନୁଧ୍ୟାନ କରାଯାଉଛି । ଖୁବ୍‌ଶୀଘ୍ର ଘଟଣାର ରହସ୍ୟ ଜଣାପଡ଼ିବ । ଅଭିଯୁକ୍ତମାନଙ୍କଠାରୁ ଜବତ ମୋବାଇଲ୍‌  ଫୋନ୍‌ରୁ ଭିଡିଓ ଓ ଫଟୋ ଜବତ କରାଯାଇଛି ।  ତାହାକୁ ମଧ୍ୟ ଅନୁଧ୍ୟାନ କରାଯାଉଛି ବୋଲି ଏସ୍‌ପି  କହିଛନ୍ତି । ମଙ୍ଗଳବାର ପୁଲିସର ଏକ ଟିମ୍‌ ଡାକ୍ତରଖାନାରୁ  ପୀଡ଼ିତାଙ୍କୁ ନେଇ ଘଟଣାସ୍ଥଳ ଯାଇଥିଲା ।  ଅଭିଯୁକ୍ତମାନେ କେଉଁଭଳି ସ୍ଥିତିରେ ତାଙ୍କ ସହ କିଭଳି  ଆଚରଣ କରିଥିଲେ ତାର ଡେମୋ ପୀଡ଼ିତା ପୁଲିସକୁ  ଦେଖାଇଥିଲେ । 
 

ସୂଚନାଯୋଗ୍ୟ, ଶନିବାର ପୁରୀ ଜିଲ୍ଲାର  ଯୁବକ ଓ ଯୁବତୀ ମିଳିତ ଭାବେ ବାଲିହରଚଣ୍ଡୀ  ପୀଠ ନିକଟ ନଦୀପଠାକୁ ଯାଇଥିଲେ। ସେଠାରେ  ଉଭୟଙ୍କ ମଧ୍ୟରେ ପ୍ରେମାଳାପ ଚାଲିଥିବାବେଳେ  ଶିବ ସେମାନଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ  ଉତ୍ତୋଳନ କରିଥିଲା । ପରେ ମୁଖ୍ୟ ଅଭିଯୁକ୍ତ କାଳିଆ  ପହଞ୍ଚି ବ୍ଲାକ୍‌ମେଲ କରି ଟଙ୍କା ମାଗିଥିଲା । ପ୍ରଥମ  ପର୍ଯ୍ୟାୟରେ ୫୦୦ ଟଙ୍କା ନେଇଥିଲା କାଳିଆ । ପରେ  ଯୁବତୀଙ୍କ ପୁରୁଷବନ୍ଧୁଙ୍କ ସହ କାଳିଆ ଓ ଶିବଙ୍କ  ଯୁକ୍ତିତର୍କ ହୋଇଥିଲା । ଶେଷରେ ଯୁବତୀଙ୍କ ସହ  ଶାରୀରିକ ସମ୍ପର୍କ ରଖିବାକୁ ଅଡ଼ି ବସିଥିଲା କାଳିଆ ।  ନହେଲେ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ  ଭାଇରାଲ କରିଦେବ ବୋଲି ଚେତାବନୀ ଦେଇଥିଲା । ପରେ ଜବରଦସ୍ତ ଯୁବତୀଙ୍କ ସହ କାଳିଆ ଓ ଶିବ  ଖରାପ ସମ୍ପର୍କ ରଖିଥିଲେ । ସେଠାରୁ ଆସିବା  ପରେ ଯୁବତୀଙ୍କ ପୁରୁଷ ବନ୍ଧୁ ତାଙ୍କର ଦୁଇ ଜଣ  ସାଙ୍ଗକୁ ଫୋନ୍‌ କରି ମନ୍ଦିର ନିକଟକୁ ଡାକିଥିଲା । ସେମାନେ ପହଞ୍ଚିବା ପରେ କାଳିଆ ଓ ଶିବ ଅନ୍ୟ  ୨ଜଣ ସହଯୋଗୀଙ୍କୁ ଡାକି ପୁଣି ଯୁବତୀଙ୍କ ପୁରୁଷ  ବନ୍ଧୁଙ୍କୁ ନିସ୍ତୁକ ପିଟିଥିଲେ । ସେଠାରେ ମଧ୍ୟ ୪ଜଣ  ଯୁବକ ଯୁବତୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ  କରିଥିଲେ । ଘଟଣାକୁ ନେଇ ପୁଲିସ ଶନିବାର  ଅପରାହ୍ଣରେ ଧରପଗଡ଼ କରିଥିଲା । ମାତ୍ର କାହାକୁ  ପାଇନଥିଲା । ମାତ୍ର ସୋମବାର ବ୍ରହ୍ମଗିରି ଥାନାରେ  ମାମଲା ରୁଜୁ ପରେ ତତ୍ପର ହୋଇଥିଲା ପୁଲିସ ।  ଏହାଜାଣି କାଳିଆ ବାହାର ରାଜ୍ୟକୁ ଫେରାର  ହେବାକୁ ଉଦ୍ୟମ କରିଥିଲା । ମାତ୍ର ପୁଲିସ ଶିବକୁ  କାବୁ କରିବା ପରେ କାଳିଆ ବିଷୟରେ ତଥ୍ୟ ସଂଗ୍ରହ  କରି ତାକୁ ଧରିବାରେ ସଫଳ ହୋଇଛି ।

​​​​​​​​​​​​​​