ନୂଆଦିଲ୍ଲୀ,୦୩/୧୨; ସମୁଦ୍ରରେ ବଢିବ ଭାରତର ଶକ୍ତି । ଉଡ଼ିବ ଶତ୍ରୁର ନିଦ । ଚୀନ-ପାକିସ୍ତାନ ତ ଦୂର କଥା ଆମେରିକା ବି ଥରିବ । ଆସୁଛି ଭାରତର ସମୁଦ୍ର ଶିକାରୀ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ତୃତୀୟ ପରମାଣୁ କ୍ଷମତାସମ୍ପର୍ଣ୍ଣ ବୁଡ଼ାଜାହଜ ଆଇଏନଏସ୍ ଅରିଦମନ ଖୁବଶୀଘ୍ର ନୌସେନାରେ ସାମିଲ ହେବ । ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ବାର୍ଷିକ ପ୍ରାକ୍- ନୌସେନା ଦିବସ ସମ୍ମିଳନୀରେ ଆଡମିରାଲ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି । ଆଇଏନଏସ ଅରିଦମନ ୩୫୦୦ କିଲୋମିଟର ରେଞ୍ଜ ଏବଂ କେ-୪ ଏସଏଲବିଏମ ସହିତ ସଜ୍ଜିତ ।
ଭାରତର ସାମୁଦ୍ରିକ ସୀମା ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ହେବାକୁ ଯାଉଛି । ଭାରତୀୟ ନୌସେନା ଏହାର ପରମାଣୁ ଟ୍ରାଏର ସବୁଠାରୁ ଶକ୍ତିଶାଳୀ ସଂଯୋଗକୁ ସୁଦୃଢ଼ କରିବା ପାଇଁ ଦ୍ୱାରଦେଶରେ ଅଛି । ଦେଶର ତୃତୀୟ ସ୍ୱଦେଶୀ ପରମାଣୁ-ଚାଳିତ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବୁଡ଼ାଜାହାଜ INS ଅରିଦମନ ଏହାର ଶେଷ ପରୀକ୍ଷଣରେ ଅଛି ଏବଂ ଖୁବ୍ ଶୀଘ୍ର ଏହାକୁ ନୌସେନାରେ ସାମିଲ କରାଯିବ । ଏହି ବୁଡ଼ାଜାହାଜ ସମୁଦ୍ର ଶିକାରୀ ହେବ । ହଜାର ହଜାର କିଲୋମିଟର ଦୂରରେ ଶତ୍ରୁମାନଙ୍କୁ ଆକ୍ରମଣ କରିବାକୁ ସକ୍ଷମ ହେବ ।
ଏହା ବି ପଢନ୍ତୁ...ଭାରତୀୟ ନୌସେନାରେ ସାମିଲ 'ସାଇଲେନ୍ସ କିଲର' ଆଇଏନ୍ଏସ 'ମାହେ', ଶତ୍ରୁ ପାଇଁ ହେବ କାଳ
ଆଇଏନଏସ ଅରିଦମନ ପରୀକ୍ଷଣର ଚୂଡାନ୍ତ ପର୍ଯ୍ୟାୟରେ ରହିଛି । ଏହା ଦୂରଗାମୀ କ୍ଷେପଣାସ୍ତ୍ରରେ ସଜ୍ଜିତ ହୋଇଥିବାରୁ ସମୁଦ୍ରରେ ଭାରତର କ୍ଷମତା ବୃଦ୍ଧି କରିବ । ଦେଶର ପରମାଣ ସିଦ୍ଧାନ୍ତ ସହିତ ଏହା ଭାରତର ଆକ୍ରମଣ କ୍ଷମତା ବୃଦ୍ଧି ଏବଂ ସୁରକ୍ଷିତ ରହିବାରେ ସକ୍ଷମ । ତିରୁଅନନ୍ତପୁରମରେ ନୌସେନା ଦିବସ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବାବେଳେ ଏହା ପୂର୍ବରୁ ଏହି ଘୋଷଣା କରାଯାଇଛି । ପୂର୍ବରୁ ପରମାଣୁ ଅରିଘାତ୍ ନୌସେନାରେ ସାମିଲ ହୋଇଥିଲା । ଆଇଏନ୍ଏସ୍ ଅରିଘାତ୍ ଅଗଷ୍ଟ ୨୯., ୨୦୨୪ରେ ବିଶାଖାପାଟଣାରେ ନୌସେନାରେ ସାମିଲ ହୋଇଥିଲା । ଗତ ନୌସେନା ଦିବସଠାରୁ ଏପର୍ଯ୍ୟନ୍ତ ୧୨ଟି ଯୁଦ୍ଧଜାହଜ ନୌସେନାରେ ସାମିଲ ହୋଇଥିବା ଆଡମିରାଲ ତ୍ରିପାଠୀ ସୂଚନା ଦେଇଛନ୍ତି । କିଛି ଦିନ ତଳେ ଆଇଏନ୍ଏସ 'ମାହେ' ନୌସେନାରେ ସାମିଲ ହୋଇଥିଲା । ଏହା 'ସାଇଲେଣ୍ଟ ହଣ୍ଟର' ଭାବରେ ଜଣାଶୁଣା ।
ଆଇଏନ୍ଏସ ଅରିଦମନ ବିଶେଷତ୍ୱ-
.୮୩ ଏମଡବ୍ଲୁ ନ୍ୟୁକ୍ଲିୟର ରିଆକ୍ଟର, ଅସୀମିତ କାର୍ଯ୍ୟକ୍ଷମ ଦକ୍ଷତା ।
.୨୪ କେ-୧୫ (୭୫୦ କିମି) କିମ୍ବା ୮ କେ-୪ (୩୫୦୦କିମି)ଏସଏଲଏମ ସଜ୍ଜିତ ।
.ଆନେକୋଇକ୍ ଟାଇଲ୍ସ ଏବଂ ଉନ୍ନତ ସେନାଲ୍ ସଜ୍ଜିତ ।
.ପରୀକ୍ଷଣ ଗଭୀରତା ୩୦୦-୪୦୦ ମିଟର ।
.୯୫-୧୦୦ କ୍ରୁ ସଦସ୍ୟ ରହିପାରିବେ ।