ନୂଆଦିଲ୍ଲୀ,୨୬।୭: ବେଲୁସ୍ତାନରେ ଆଜିକାଲି ପାକିସ୍ତାନର ବିରୋଧ ବଢିବାରେ ଲାଗିଛି। ବହୁ ବେଲୁଚ ସମୁହ ଓ କର୍ମୀ ପାକିସ୍ତାନୀ କାର୍ଯ୍ୟକର୍ତ୍ତା ପାକିସ୍ତାନର ସେନା, ଗୁଇନ୍ଦା ଏଜେନ୍ସି ଓ ସରକାରୀ ସଂସ୍ଥା ବିରୋଧରେ ପ୍ରଦର୍ଶନ କରୁଛି। ବେଲୁଚ ପାକିସ୍ତାନ ସେନାକୁ ସିଧା ସଳଖ ଚ୍ୟାଲେଞ୍ଜ ଦେଉଛି ବେଲୁଚିସ୍ତାନ ଛାଡି ଚାଲିଯାଅ। ଏବେ ସେ ନିଜର ସମ୍ବଳକୁ ସମ୍ଭାଳି ନେବ।
ପାକିସ୍ତାନ ପ୍ରୋଜେକ୍ଟର ସମୟ ସୀମା ଶେଷ
ମୀର ୟାର ବଲୋଚ ଟ୍ବିଟ୍ କରି ଲେଖିଛନ୍ତି, ବେଲୁଚିସ୍ତାନର ଇତିହାସ ୯୦୦୦ ବର୍ଷ ପୁରୁଣା। ଏହା ବଦଳରେ ପାକିସ୍ତାନ ଏକ ୭୮ ବର୍ଷ ପୁରୁଣା ଆର୍ଟିଫିସିଆଲ ବଫର ଜୋନ୍। ଏହାକୁ ଇଂରେଜମାନେ ତିଆରି କରିଥିଲେ ଓ ଯାହାକୁ ଭଡାରେ ମିଲିଟାରୀ ଷ୍ଟ୍ରକଚର ଭାବରେ ରଖାଯାଇଛି। ପ୍ରତି ପଲିଟିକାଲ ପ୍ରୋଜେକ୍ଟର ଏକ ସମୟସୀମା ଥାଏ। ତାହା ନିଜର ଶେଷ ସ୍ଥାନରେ ପହଁଞ୍ଚିଥାଏ। ଏହି ଦୃଷ୍ଟିରୁ ପାକିସ୍ତାନ ପ୍ରୋଜେକ୍ଟ ଏବେ ନିଜର ବୟସର ଶେଷ ସମୟରେ ପହଁଞ୍ଚି ଯାଇଛି। ନିଜ ଟ୍ବିଟ୍ରେ ସେ ଦାବି କରିଛନ୍ତି, ବେଲୁଚିସ୍ତାନ ରିପବ୍ଲିକ୍ ସାଧାରଣ ବଲୁଚ ପାକିସ୍ତାନର ବାହାର ସେନା ବିରୋଧରେ ଶାନ୍ତିପୂର୍ଣ୍ଣ ବିରୋଧ କରୁଛି। ପାକିସ୍ତାନୀ ସେନା ଏହାର ଇଣ୍ଟେଲିଜେନ୍ସ ଏଜେନ୍ସି ଓ ଶୋଷଣ କରୁଥିବା ପ୍ରୋଜେକ୍ଟ ସମ୍ପର୍କିତ ସବୁ ସରକାରୀ ସଂସ୍ଥା ଓ କମ୍ପାନୀକୁ ବେଲୁଚିସ୍ତାନ ଛାଡିବାର ଅପିଲ କରୁଛି।
‘ରାଇଫଲ ତୋପରେ ଜିତି ପାରିବେନି’
ଆଜି, ଆମେରିକା, ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏବଂ ଚୀନର ଆର୍ଥିକ ସହାୟତା ଦ୍ୱାରା ସମର୍ଥିତ ଇସଲାମାବାଦର ସେନା ବାଲୁଚି ଲୋକଙ୍କ ଉପରେ ବୋମା ମାଡ଼ ଜାରି ରଖିଛି। ତଥାପି, ଏହା ମନେ ରଖିବା ଉଚିତ ଯେ ବିଜୟ ରାଇଫଲ୍, ତୋପ କିମ୍ବା ଯୁଦ୍ଧ ବିମାନ ଦ୍ୱାରା ନିର୍ଣ୍ଣୟ କରାଯାଏ ନାହିଁ। ପ୍ରକୃତ ବିଜୟ ସେହି ରାଷ୍ଟ୍ରମାନଙ୍କର ହୋଇଥାଏ ଯେଉଁମାନେ ନିଜ ଭୂମି ସହ ଗଭୀର ଭାବରେ ଜଡିତ ସେମାନେ ଲୋକଙ୍କ ସମର୍ଥନ ଦ୍ୱାରା ମଜବୁତ ହୋଇଥାନ୍ତି। ବାଲୁଚି ରାଷ୍ଟ୍ର ବେଲୁଚିସ୍ତାନର ମାଟିରେ ଗଭୀର ଭାବରେ ପୋତି ରହିଛି, ଏହାର ଲୋକଙ୍କ ଶକ୍ତି ଏବଂ ସମର୍ଥନ ଦ୍ୱାରା ପ୍ରତିପାଳିତ। ଏହା ବଦଳରେ ପାକିସ୍ତାନୀ ସେନାର ସୈନିକମାନେ କେବଳ ମାସିକ କିଛି ଦରମା ବଦଳରେ ବେଲୁଚିସ୍ତାନରେ ମୁତୟନ ଅଛନ୍ତି। ଯେଉଁଠି ବେଲୁଚ ଲୋକଙ୍କ ନରସଂହାର କରୁଛନ୍ତି।