ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

Published By : Ankita S | March 10, 2025 2:13 PM

ନୂଆଦିଲ୍ଲୀ,୧୦ /୦୩ : ସରିଯାଇଛି ଆଇସିସି ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ । ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଫଟାଫଟ୍ କ୍ରିକେଟ ଇଣ୍ଡିଆନ ପ୍ରିମିୟର ଲିଗ୍ । ଏହାପୂର୍ବରୁ ବଡ ନିଷ୍ପତ୍ତି ନେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ସ୍ବାସ୍ଥ୍ୟକୁ ଧ୍ୟାନ ଦେଇ ଆଇପିଏଲରେ ତମାଖୁ ବିଜ୍ଞାପନ ବ୍ୟାନ କରିବାକୁ ନିର୍ଦ୍ଦେଶ ହୋଇଛି । ଆଇପିଏଲରେ ତମାଖୁ, ଆଲକହଲ ପରି ବିଜ୍ଞାପନ ପ୍ରସାରଣ ନ କରିବାକୁ ସ୍ବାସ୍ଥ୍ୟମନ୍ତ୍ରଣାଳୟ ଆଇପିଏଲ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ତମାଖୁ ବିଜ୍ଞାପନ ଉପରେ ରୋକ୍ ଲାଗିଛି ।

ସ୍ବାସ୍ଥ୍ୟକୁ ଗୁରୁତ୍ବ- ଆଇପିଏଲ ଅଧ୍ୟକ୍ଷ ଅରୁଣ ସିଂହ ଧୁମଲଙ୍କୁ ଚିଠି ଲେଖି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମହାନିର୍ଦ୍ଦେଶକ ଅତୁଲ ଗୋଏଲ କହିଛନ୍ତି କି, ଆଇପିଏଲ ପ୍ରସାରଣ ସମୟରେ ଯେପରି ତମାଖୁ ବିଜ୍ଞାପନ ପ୍ରସାରିତ ନ ହୁଏ । ସିଗାରେଟ ସହିତ ତମାଖୁ ବିଜ୍ଞାପନ ଉପରେ ବ୍ୟାନ ଲଗାଯାଉ । ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେଇ ଏହି ନିଷ୍ପତ୍ତି ନିଆଯାଇଛି । ଏହି ପଦକ୍ଷେପ ଯୁବଗୋଷ୍ଠୀ ଏବଂ କ୍ରିକେଟ ପ୍ରେମୀଙ୍କ ସ୍ବାସ୍ଥ୍ୟକୁ ଅଧିକ ଧ୍ୟାନ ଦେଇ ନିଆଯାଇଛି । ହାନିକାରକ ଉତ୍ପାଦର ପ୍ରଚାର ପ୍ରସାର ଯେତେ କମ୍ ହେବ ତାକୁ ଗୁରୁତ୍ବ ଦିଆଯାଇଛି । ତମାଖୁ ସେବନ ହୃଦରୋଗ, କ୍ୟାନ୍ସର, ମଧୁମେହ ପରି ସ୍ବାସ୍ଥ୍ୟଜନିତ ସମସ୍ୟାର କାରଣ ହୋଇଥାଏ । ୭୦ପ୍ରତିଶତ ମୃତ୍ୟୁର କାରଣ ସାଜିଥାଏ । ତମାଖୁ ସେବନ ଯୋଗୁଁ ପ୍ରତିବର୍ଷ ପାଖାପାଖି ୧୪ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି । ଏହି ଲିଷ୍ଟରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଏହି ଚିଠି ମାର୍ଚ୍ଚ ୫ ତାରିଖରେ ଲେଖାଯାଇଥିଲା ।

ଅଧିକ ପଢନ୍ତୁ...ଆଇପିଏଲ୍‌-୧୮ ପାଇଁ ନୂଆ ନିୟମ: ଟିମ୍‌ ବସରେ ଯାତ୍ରା କରିବେ ଖେଳାଳି, ପରିବାର ସଦସ୍ୟଙ୍କୁ ଡ୍ରେସିଂ ରୁମ୍‌ ମନା

କହି ରଖୁଛୁ କି, ଆସନ୍ତା ୨୨ ତାରିଖରୁ ଆଇପିଏଲ ଆରମ୍ଭ ହେବ । ୧୦ ଟିମ୍ ମଧ୍ୟରେ ହେବ ଟକ୍କର । ମୋଟ ୭୦ଟି ଲିଗ୍ ମ୍ୟାଚ ଖେଳାଯିବ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ମେ ୨୫ ତାରିଖରେ ଫାଇନାଲ ଫାଇଟ୍ ହେବ । ୨୦୨୪ରେ  କୋଲକାତା ହୋଇଥିଲା ଚାମ୍ପିଆନ୍ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.