ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ଆଜୀବନ ସଜା କାଟୁଥିବା ଚମ୍ୱଲର ଦସ୍ୟୁ ସୁନ୍ଦରୀ କୁସୁମା ନାଇନ୍‌ର ମୃତ୍ୟୁ , ୨୦ ବର୍ଷ ହେବ ଜେଲରେ ଥିଲା ବନ୍ଦୀ

Published By : Prameya | March 2, 2025 11:00 PM

ନୂଆଦିଲ୍ଲୀ : ଇଟାୱା ଜେଲ୍‌ରେ ଆଜୀବନ ସଜା କାଟୁ ଥିବା ଦସ୍ୟୁ ସୁନ୍ଦରୀ କୁସୁମା ନାଇନର ମୃତ୍ୟୁ। ଶନିବାର ରାତିରେ କେଜିଏମୟୁ ଲକ୍ଷ୍ନୌରେ ଚିକିତ୍ସା ବେଳେ ତାର ମୃତ୍ୟୁ ହୋଇଛି। ଆଜୀବନ ସଜା କାଟୁଥିବା କୁସୁମାକୁ ସୈଫଇରୁ ମାସେ ପୂର୍ବେ ଲକ୍ଷ୍ନୌ ରେଫର କରାଯାଇ ଥିଲା। ତାକୁ ଟିବି ସମେତ ଆହୁରି ଅନେକ ରୋଗ ହୋଇଥିଲା। ୭ ବର୍ଷ ହେବ ଉଟାୱା ଜେଲ୍‌ରେ ବନ୍ଦୀ ଜୀବନ କାଟୁ ଥିବା ୬୫ ବର୍ଷିୟା କୁସୁମା ନାଇନ୍‌ ଜାଲୌନ ଜିଲ୍ଲାର ଥାନା କୁଠୌନ୍ଦର ଗାଁ ଟିକରିରେ ରହୁଥିଲା। 

୩୧ ଜାନୁଆରୀ ରାତିର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ କୁସୁମାକୁ ଜିଲ୍ଲା ଜେଲ୍‌ରୁ ଜିଲ୍ଲା ହସ୍ପିଟାଲ ପଠାଯାଇ ଥିଲା। ସ୍ଥିତି ଗୁରୁତର ହେବାରୁ ଡାକ୍ତରମାନେ ତାଙ୍କୁ ସୈଫଇ ମେଡିକାଲ କଲେଜ୍‌ ରେଫର କରି ଦେଇ ଥିଲେ। ସ୍ଥିତିରେ ସୁଧାର ନଆସିବାରୁ ୧ଫେବ୍ରୁଆରୀରେ ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ କଲେଜ୍‌ (କେଜିଏମୟୁ) ପଠାଗଲା। ଇଟାୱା ଜେଲ୍‌ ଅଧ୍ୟକ୍ଷ କୁଳଦୀପ ସିଂହ ଭଦୌରିଆ କହିଛନ୍ତି ଯେ , କୁସୁମା ନାଇନ ଏକଷ୍ଟ୍ରା ପଲମୋନରୀ ଟିବି ଓ ଲିଭର ଏସାଇଟିସ୍ ଏନିମିଆ ପାଇଲ୍ସ ସମେତ ଅନେକ ରୋଗରେ ପୀଡ଼ିତ ଥିଲେ। ସୈଫଇ ମେଡିକାଲ କଲେଜରେ ସେ ୨-୩ ଥର ଭର୍ତ୍ତି ମଧ୍ୟ ହୋଇ ସାରି ଥିଲେ।  

କୁସୁମା ଚମ୍ୱଲର ଜଣେ କୁଖ୍ୟାତ ଡକାୟତ ରାମ ଆସରେ ଓରଫ ଫକ୍କଡର ସହଯୋଗୀ। ଯେଉଁ ସମୟରେ ଚମ୍ୱଲରେ ଡକାୟତଙ୍କର ଆତଙ୍କ ଥିଲା , ଏହି ସମୟରେ କୁସୁମା ନାଇନର ଖୁବ୍‌ ପ୍ରଭାବ ଥିଲା। ୧୯୯୬ରେ ଭରେହ ଅଞ୍ଚଳରେ ଦୁଇ ନାବିକଙ୍କ ଆଖି ତାତି ଦେଇ ସେମାନଙ୍କୁ ଜୀବିତ ଛାଡ଼ି ଦେଇ ଥିଲା। ଉକ୍ତ ଘଟଣା ସେତେବେଳେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଉତ୍ତର ପ୍ରଦେଶରେ ଦୁଇ ଶହରୁ ଅଧିକ ଅପରାଧିକ ମାମଲାରେ ଜଡ଼ିତ ଥିଲା କୁସୁମା। ସେ ମଧ୍ୟପ୍ରଦେଶରେ ମଧ୍ୟ ଅନେକ ଘଟଣା ଘଟାଇ ଥିଲା। ୨୦୦୪ ମସିହାରେ , କୁସୁମା ତାଙ୍କ ଗ୍ୟାଙ୍ଗ ସହ ଭିଣ୍ଡ ଜିଲ୍ଲାର ଦାମୋହ ପୁଲିସ ଷ୍ଟେସନର ରାୱତପୁରା ଆଉଟପୋଷ୍ଟରେ ଆତ୍ମସର୍ମପଣ କରିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.