ନୂଆଦିଲ୍ଲୀ : ଇଟାୱା ଜେଲ୍‌ରେ ଆଜୀବନ ସଜା କାଟୁ ଥିବା ଦସ୍ୟୁ ସୁନ୍ଦରୀ କୁସୁମା ନାଇନର ମୃତ୍ୟୁ। ଶନିବାର ରାତିରେ କେଜିଏମୟୁ ଲକ୍ଷ୍ନୌରେ ଚିକିତ୍ସା ବେଳେ ତାର ମୃତ୍ୟୁ ହୋଇଛି। ଆଜୀବନ ସଜା କାଟୁଥିବା କୁସୁମାକୁ ସୈଫଇରୁ ମାସେ ପୂର୍ବେ ଲକ୍ଷ୍ନୌ ରେଫର କରାଯାଇ ଥିଲା। ତାକୁ ଟିବି ସମେତ ଆହୁରି ଅନେକ ରୋଗ ହୋଇଥିଲା। ୭ ବର୍ଷ ହେବ ଉଟାୱା ଜେଲ୍‌ରେ ବନ୍ଦୀ ଜୀବନ କାଟୁ ଥିବା ୬୫ ବର୍ଷିୟା କୁସୁମା ନାଇନ୍‌ ଜାଲୌନ ଜିଲ୍ଲାର ଥାନା କୁଠୌନ୍ଦର ଗାଁ ଟିକରିରେ ରହୁଥିଲା। 

୩୧ ଜାନୁଆରୀ ରାତିର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ କୁସୁମାକୁ ଜିଲ୍ଲା ଜେଲ୍‌ରୁ ଜିଲ୍ଲା ହସ୍ପିଟାଲ ପଠାଯାଇ ଥିଲା। ସ୍ଥିତି ଗୁରୁତର ହେବାରୁ ଡାକ୍ତରମାନେ ତାଙ୍କୁ ସୈଫଇ ମେଡିକାଲ କଲେଜ୍‌ ରେଫର କରି ଦେଇ ଥିଲେ। ସ୍ଥିତିରେ ସୁଧାର ନଆସିବାରୁ ୧ଫେବ୍ରୁଆରୀରେ ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡିକାଲ କଲେଜ୍‌ (କେଜିଏମୟୁ) ପଠାଗଲା। ଇଟାୱା ଜେଲ୍‌ ଅଧ୍ୟକ୍ଷ କୁଳଦୀପ ସିଂହ ଭଦୌରିଆ କହିଛନ୍ତି ଯେ , କୁସୁମା ନାଇନ ଏକଷ୍ଟ୍ରା ପଲମୋନରୀ ଟିବି ଓ ଲିଭର ଏସାଇଟିସ୍ ଏନିମିଆ ପାଇଲ୍ସ ସମେତ ଅନେକ ରୋଗରେ ପୀଡ଼ିତ ଥିଲେ। ସୈଫଇ ମେଡିକାଲ କଲେଜରେ ସେ ୨-୩ ଥର ଭର୍ତ୍ତି ମଧ୍ୟ ହୋଇ ସାରି ଥିଲେ।  

କୁସୁମା ଚମ୍ୱଲର ଜଣେ କୁଖ୍ୟାତ ଡକାୟତ ରାମ ଆସରେ ଓରଫ ଫକ୍କଡର ସହଯୋଗୀ। ଯେଉଁ ସମୟରେ ଚମ୍ୱଲରେ ଡକାୟତଙ୍କର ଆତଙ୍କ ଥିଲା , ଏହି ସମୟରେ କୁସୁମା ନାଇନର ଖୁବ୍‌ ପ୍ରଭାବ ଥିଲା। ୧୯୯୬ରେ ଭରେହ ଅଞ୍ଚଳରେ ଦୁଇ ନାବିକଙ୍କ ଆଖି ତାତି ଦେଇ ସେମାନଙ୍କୁ ଜୀବିତ ଛାଡ଼ି ଦେଇ ଥିଲା। ଉକ୍ତ ଘଟଣା ସେତେବେଳେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଉତ୍ତର ପ୍ରଦେଶରେ ଦୁଇ ଶହରୁ ଅଧିକ ଅପରାଧିକ ମାମଲାରେ ଜଡ଼ିତ ଥିଲା କୁସୁମା। ସେ ମଧ୍ୟପ୍ରଦେଶରେ ମଧ୍ୟ ଅନେକ ଘଟଣା ଘଟାଇ ଥିଲା। ୨୦୦୪ ମସିହାରେ , କୁସୁମା ତାଙ୍କ ଗ୍ୟାଙ୍ଗ ସହ ଭିଣ୍ଡ ଜିଲ୍ଲାର ଦାମୋହ ପୁଲିସ ଷ୍ଟେସନର ରାୱତପୁରା ଆଉଟପୋଷ୍ଟରେ ଆତ୍ମସର୍ମପଣ କରିଥିଲା।