ଢାକା,୧୫।୧୨: ବାଂଲାଦେଶର ଅନ୍ତରୀଣ ସରକାରଙ୍କ ଦ୍ବାରା ଗଠିତ ତଦନ୍ତ କମିଶନ୍ ନିଜର ଅନ୍ତିମ ରିପୋର୍ଟ ପ୍ରଦାନ କରିଛି। ଏଥିରେ କୁହାଯାଇଛି କଥିତ ରୂପରେ ଲୋକଙ୍କ ନିଖୋଜ ହେବା ଘଟଣାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମ୍ପୃକ୍ତି ରହିଛି। ଲୋକ ନିଖୋଜ ହେବା ଘଟଣା ଯାଞ୍ଚ ପାଇଁ ଗଠିତ କମିଶନ୍ ଅନୁମାନ କରିଛନ୍ତି ଯେ, ଏଭଳି ମାମଳାର ସଂଖ୍ୟା ୩,୫୦୦ ରୁ ଅଧିକ ରହିଛି। କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ୍ଙ୍କ ମୁଖ୍ୟ ପରାମର୍ଶଦାତା(ସିଏ)ଙ୍କ କାର୍ଯ୍ୟାଳୟର ପ୍ରେସ୍ ଶାଖା ଶନିବାର ରାତିରେ ଏକ ବୟାନରେ କହିଛି, କମିଶନ୍କୁ ଏହି କଥାର ପ୍ରମାଣ ମିଳିଛି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ନିର୍ଦେଶରେ ଲୋକଙ୍କୁ ଗାଏବ କରାଯାଉଛି।’
ଏଥିରେ କୁହାଯାଇଛି ଅପଦସ୍ତ ପ୍ରଧାନମନ୍ତ୍ରୀଙ୍କ ପ୍ରତିରକ୍ଷା ପରାମର୍ଶଦାତା ମେଜର ଜେନେରାଲ (ଅବସରପ୍ରାପ୍ତ) ତାରିକ୍ ଅହମ୍ମଦ ସିଦ୍ଧକି,ରାଷ୍ଟ୍ରୀୟ ଦୂରସଞ୍ଚାର କେନ୍ଦ୍ରର ପୂର୍ବତନ ମହାନିର୍ଦେଶକ ଓ ବରଖାସ୍ତା ମ୍ୟାନେଜର ଜେନେରାଲ ଜିଆଉଲ ଅହସାନ୍ ବରିଷ୍ଠ ପୋଲିସ ଅଧିକାରୀ ମୋନିରୁଲ୍ ଇସ୍ଲାମ୍ ଏବଂ ମହମ୍ମଦ ହାରୁନ୍-ଔର-ରଶିଦ ଓ ଅନ୍ୟ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଏହି ଘଟଣାରେ ସାମିଲ ଅଛନ୍ତି।
ସେନା ଓ ପୋଲିସର ଏହି ସବୁ ପୂର୍ବତନ ଅଧିକାରୀ ଫେରାର ଅଛନ୍ତି। ଏବେ କୁହାଯାଉଛି ଯେ, ସେମାନେ ୫ ଅଗଷ୍ଟରେ ହସିନାଙ୍କ ଆଗାମୀ ଲିଗ୍ ସରକାର ଗାଦିଚ୍ୟୁତ ହେବାପରେ ଦେଶ ବାହାରକୁ ଚାଲିଯାଇଛନ୍ତି। ଲୋକଙ୍କୁ ଗାଏବ୍ କରାଯାଉଥିବା ଘଟଣାର ଯାଞ୍ଚ କରୁଥିବା ୫ ସଦସ୍ୟ ବିଶିଷ୍ଟ କମିଶନ୍ ଶନିବାର ବିଳମ୍ବିତ ରାତିରେ ମୁଖ୍ୟ ପରାମର୍ଶଦାତାଙ୍କୁ ତାଙ୍କ ଅଫିସିବଲ ବାସଭବନ ୟମୁତାରେ ‘ସତ୍ୟ କା ଖୁଲାସା’ ଶୀର୍ଷକରେ ନିଜର ଅନ୍ତରୀଣ ରିପୋର୍ଟ ଦେଇଥିଲେ, ଏହାପରେ ଏହି ବୟାନ ଜାରି କରାଯାଇଛି।