ଢାକା,୨୪/୦୬: ଘରୋଇ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ବାଂଲାଦେଶ ଦଳ ଘୋଷଣା କରିଛି । ଅଭିଜ୍ଞ ୱିକେଟ୍‌ କିପର ବ୍ୟାଟର ଲିଟନ ଦାସଙ୍କ ସମେତ ମହମ୍ମଦ ନଇମ୍‌, ସମିମ ହୋସେନ, ତନଭୀର  ଇସଲାମ୍‌ ଓ ହାସାନ ମାହମୁଦ ଦଳକୁ ପ୍ରତ୍ୟାବର୍ତ୍ତନ  କରିଛନ୍ତି । ଅନ୍ୟ ପଟରେ ଆହତ ଥିବା ଅଭିଜ୍ଞ ବ୍ୟାଟର ସୌମ୍ୟ ସରକାର ବାଦ୍‌ ପଡ଼ିଛନ୍ତି । ଅଲ୍‌ରାଉଣ୍ଡର ମେହଦି ହାସାନ ମିରାଜ ଦଳର ନେତୃତ୍ୱ ନେବେ । 

ଶ୍ରୀଲଙ୍କା ଓ  ବାଂଲାଦେଶ ମଧ୍ୟରେ ୩ଟି ଦିନିକିଆ ଖେଳାଯିବ । ଆଗାମୀ  ଜୁଲାଇ ୨ ତାରିଖ କଲମ୍ବୋରେ ପ୍ରଥମ ମ୍ୟାଚ୍‌ ଅନୁଷ୍ଠିତ  ହେବ । ଏହି ଗ୍ରାଉଣ୍ଡରେ ୫ତାରିଖ ଦ୍ୱିତୀୟ ଏବଂ ୮ ତାରିଖରେ ପାଲେକେଲରେ ତୃତୀୟ ଦିନିକିଆ ଖେଳାଯିବ ।  

ସୂଚନାଯୋଗ୍ୟ, ବାଂଲାଦେଶ ଟେଷ୍ଟ ଦଳ ଏବେ ଶ୍ରୀଲଙ୍କା  ଗସ୍ତରେ ଅଛି । ପ୍ରଥମ ଟେଷ୍ଟ ଡ୍ର’ ହୋଇଛି । ଆସନ୍ତା ୨୫  ତାରିଖରୁ ଉଭୟ ଦଳ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ । 




ଦିନିକିଆ ଦଳ: ମେହଦି ହାସାନ ମିରାଜ (ଅଧିନାୟକ),  ତଞ୍ଜିଦ ହାସାନ, ପରଭେଜ ହୋସେନ ଇମୋନ, ମହମ୍ମଦ  ନଇମ୍‌, ନଜମୁଲ ହୋସେନ ସାଣ୍ଟୋ, ତୌହିଦ ହୃଦୟ, ଲିଟନ  ଦାସ, ଜାକର ଅଲି, ସମିମ୍‌ ହୋସେନ, ରିଷଦ ହୋସେନ,  ତନଭୀର ଇସ୍‌ଲାମ, ମୁସ୍ତାଫିଜୁର ରେହମାନ, ତଞ୍ଜିମ  ହାସାନ, ଟସ୍କିନ ଅହମ୍ମଦ, ନାହିଦ ରାଣା, ହାସାନ ମାହମୁଦ ।