ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଭାରତ ସୀମାରେ ବାଂଲାଦେଶର ବିପଜ୍ଜନକ ଡ୍ରୋନ୍ ନିୟୋଜନ; ଆଲର୍ଟରେ ଭାରତୀୟ ସେନା

Published By : Bijay Swain | December 6, 2024 2:20 PM

Image courtesy: aajtak

ନୂଆଦିଲ୍ଲୀ: ବାଂଲାଦେଶରେ ବସବାସ କରୁଥିବା ସଂଖ୍ୟାଲଘୁ ଗୋଷ୍ଠୀଙ୍କ ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଇସ୍ଲାମିୟ ଉଗ୍ରପନ୍ଥୀମାନଙ୍କ ଆକ୍ରମଣରେ କଲବଲ ହେଉଛନ୍ତି ସେଠାରେ ବସବାସ କରୁଥିବା ହିନ୍ଦୁ ଓ ବିଭିନ୍ନ ସଂଖ୍ୟାଲଘୁ ସମ୍ପ୍ରଦାୟ। ଇସ୍କନର ପୂର୍ବତନ ମହନ୍ତ ଚିନ୍ମୟ କୃଷ୍ଣ ଦାସଙ୍କ ସହ ଅନ୍ୟ ଦୁଇ ଜଣ ହିନ୍ଦୁ ସାଧୁଙ୍କୁ ମଧ୍ୟ ଗିରଫ କରିଛି ବାଂଲାଦେଶି ପୋଲିସ। ବାଂଲାଦେଶରେ ଏହାକୁ ନେଇ ଆନ୍ଦୋଳନ ଜୋର ଧରିଥିବା ବେଳେ ଭାରତରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହେଉଛି। ବିଗତ ଦୁଇ ଦଶନ୍ଧି ମଧ୍ୟରେ ଦୁଇଦେଶ ମଧ୍ୟରେ ତିକ୍ତତା ସର୍ବନିମ୍ନ ସ୍ତରରେ ପହଞ୍ଚିଛି। 

ଭାରତ ଓ ବାଂଲାଦେଶର ସମ୍ପର୍କରେ ତିକ୍ତତା ଆସିବା ପରେ ବାଂଲାଦେଶ ନିଜ ସୀମାରେ ସୁରକ୍ଷା ବଢାଇ ଦେଇଛି। ପଶ୍ଚିମବଙ୍ଗ ସହ ଲାଗିଥିବା ନିଜ ସୀମାରେ ବାଂଲାଦେଶ ତୁର୍କ ନିର୍ମିତ ବେରକ୍ତାର ଟିବି୨ ଡ୍ରୋନ ନିୟୋଜିତ କରିଥିବା ନେଇ ସୂଚନା ମିଳିଛି। ବିଶ୍ୱର ଅନେକ ଦେଶ ଏହି ବିକଶିତ ଡ୍ରୋନ ବ୍ୟବହାର କରୁଛନ୍ତି। ଏହା ନିଜର ସଠିକ ମାରକ କ୍ଷମତା ଓ ସର୍ଭିଲାନ୍ସ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି। ଅନ୍ୟପକ୍ଷେ ବାଂଲାଦେଶ ସୀମାକୁ ଲାଗି ଭାରତର ଚିକେନ ନେକ ଭଳି ସମ୍ବେଦନଶୀଳ ଜାଗା ରହିଥିବାରୁ ଭାରତୀୟ ସୁରକ୍ଷା ଏଜେନ୍ସି ଗୁଡିକ ବାଂଲାଦେଶ ସୀମାରେ ନିଜର ସର୍ଭିଲାନ୍ସ ବଢ଼ାଇଦେଇଛନ୍ତି। 

ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ୱିଙ୍ଗର ଆଧିକାରିକ ୱେବସାଇଟ ମୁତାବକ ବାଂଲାଦେଶ ସଶସ୍ତ୍ର ବାହିନୀ ତୁର୍କି ଠାରୁ ୧୨ଟି ବେରକ୍ତାର ଟିବି୨ ଡ୍ରୋନ କିଣିବାକୁ ଚୁକ୍ତି କରିଥିଲା। ତେବେ ବର୍ତ୍ତମାନ ସୁଦ୍ଧା ତୁର୍କିଠୁ ବାଂଲାଦେଶକୁ ମୋଟ ୬ଟି ଡ୍ରୋନ ମିଳିଛି ବୋଲି ବାଂଲାଦେଶର ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା(ଡିଟିବି)ର ୱେବସାଇଟରେ ଉଲ୍ଲେଖ ରହିଛି। ୬୭ତମ ଆର୍ମି ୟୁନିଟ୍ ଦ୍ୱାରା ପରିଚାଳିତ ଏହି ଡ୍ରୋନ ଗୁଡିକ ମୁଖ୍ୟତଃ ଇଣ୍ଟେଲିଜେନ୍ସ, ସର୍ଭିଲାନ୍ସ ଏବଂ ଷ୍ଟ୍ରାଇକ୍ କ୍ଷମତା ପାଇଁ ନିୟୋଜିତ କରାଯାଇଛି | ଏହି ଡ୍ରୋନ ଦ୍ୱାରା ବାଂଲାଦେଶ ଏହାର ପ୍ରତିରକ୍ଷା କ୍ଷମତାକୁ ବଢାଇଛି ଯାହା ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। 

ତୁର୍କିର ବେକାର କମ୍ପାନୀ ୨୦୨୪ରେ ଏହି ଡ୍ରୋନକୁ ବନେଇଥିଲା। ଏହାର ୱିଙ୍ଗସ୍ପାନ ୩୯.୪ ଫୁଟ ଥିବା ବେଳେ ଏହାର ଓଜନ ୭୦୦ କିଲୋଗ୍ରାମ ରହିଛି। ଏହି ଡ୍ରୋନର ୧୫୦ କିଲୋଗ୍ରାମର ପେଲୋଡ କାପାସିଟି ରହିଛି। ଏହାର ଅଧିକତମ ଗତି ଘଣ୍ଟାପ୍ରତି ୨୨୦ କିଲୋମିଟର ରହିଛି। ଏହା ଥରକରେ ୨୭ ଘଣ୍ଟା ଉଡିବା ସହ  ୪୦୦୦ କିଲୋମିଟରରୁ ଅଧିକ ଦୂର ଯାଇ ସର୍ଭିଲାନ୍ସ କରିପାରିବ। ଏହା ସହ ଏଥିରେ ବମ ଓ ମିସାଇଲ ମଧ୍ୟ ଖଞ୍ଜାଯାଇ ପାରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.