ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

୬ ବର୍ଷ ପୁରୁଣା ହତ୍ୟାକାଣ୍ଡ ମାମଲାରେ ୨୦ ଛାତ୍ରଙ୍କୁ ଫାଶୀଦଣ୍ଡ, ବାଂଲାଦେଶ ହାଇକୋର୍ଟ କାଏମ ରଖିଲେ ସଜା

Published By : Harapriya Biswal | March 16, 2025 7:28 PM

ଢାକା,୧୬।୩: ବାଂଲାଦେଶ ହାଇକୋର୍ଟ ରବିବାର ୬ ବର୍ଷ ପୁରୁଣା ମାମଲାରେ ବାଂଲାଦେଶର୨୦ ଜଣ ଛାତ୍ରଙ୍କ ଫାଶୀ ଦଣ୍ଡକୁ କାୟମ ରଖିଛନ୍ତି।ଏହି ସମସ୍ତେ ଇଞ୍ଜିନିୟରିଂ ଛାତ୍ର ଅବରାର ଫହାଦଙ୍କୁ ପିଟି ପିଟି ହତ୍ୟା କରିଥିଲେ। ସେଭଳି ଅନ୍ୟ ୫ ଜଣଙ୍କୁ ଆଜୀବନ ସଜା ଶୁଣାଯାଇଛି। ଜଷ୍ଟିସ୍ ଏକେଏମ୍‌ ଅସଦୁଜ୍ଜମା ଓ ନ୍ୟାୟମୂର୍ତ୍ତି ସଏଦ୍ ଇନାୟତ ହୁସେନଙ୍କ ଦୁଇ ସଦସ୍ୟ ବିଶିଷ୍ଠ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ହାଇକୋର୍ଟ ନିମ୍ନ ଅଦାଲତଙ୍କ ଦ୍ବାରା ଶୁଣାଯାଇଥିବା ମୃତ୍ୟୁଦଣ୍ଡର ନିଷ୍ପତ୍ତିକୁ ସମୀକ୍ଷା ଓ ଦୋଷୀଙ୍କୁ ଅପିଲ ଉପରେ ଶୁଣାଣି ପୁରା କରିବା ପରେ ଏହି ନିଷ୍ପତ୍ତି ନେଇଛି। ସଜା ପାଇଥିବା ସବୁ ଛାତ୍ର ବାଂଲାଦେଶର ଛାତ୍ର ଲିଗ୍‌ ସହ ସମ୍ପୃକ୍ତ। ଏହା ଛାତ୍ର ସଂଗଠନ ଆବାମୀ ଲିଗ୍‌ର ଛାତ୍ର ଶାଖା। ଦୋଷୀଙ୍କ ଭିତରେ ଜଣେ ଛାତ୍ର ଗତ ବର୍ଷ ଅଗଷ୍ଟ ମାସରେ ହୋଇଥିବା ହିଂସାତ୍ମକ ବିରୋଧ ପ୍ରଦର୍ଶନ ବେଳେ ଜେଲ୍‌ରୁ ପଳାଇ ଯାଇଥିଲେ।

୭ ଅକ୍ଟୋବର ୨୦୧୯ ରେ  BUET ର ଇଲେକ୍ଟ୍ରିକାଲ ଓ ଇଲୋକ୍ଟେ୍ରାନିକ୍ସ ଇଞ୍ଜିନିୟରିଂ ବିଭାଗର ଦ୍ବିତୀୟ ବର୍ଷର ଛାତ୍ର, ଅବରାର ଫହାଦକୁ ବିସିଏଲ(ବାଂଲାଦେଶ ଛାତ୍ର ଲିଗ୍)ର ସଦସ୍ୟ ୬ ଘଣ୍ଟା ପର୍ଯ୍ୟନ୍ତ ଅତି ନିର୍ମମ ଭାବରେ ପିଟିଥିଲେ। ଶବକୁ ତା’ ପରଦିନ ଛାତ୍ରବାସ୍‌ରୁ ମିଳିଥିଲା। ଫହାଦ ସରକାରଙ୍କ ଆଲୋଚନା କରି ଏକ ଫେସବୁକ୍ ପୋଷ୍ଟ କରିଥିଲେ, ଯାହାଫଳରେ ଅସନ୍ତୁଷ୍ଟ ଛାତ୍ରଲିଗ୍‌ର ସଦସ୍ୟ ତାଙ୍କର କ୍ରିକେଟ ବ୍ୟାଟ୍ ଓ ଅନ୍ୟ ହତିଆରରେ ପିଟି ପିଟି ହତ୍ୟା କରିଦେଇଥିଲେ।

ଡିସେମ୍ବର ୨୦୨୧ ରେ ଢାକାର ଏକ କୋର୍ଟ ୨୦ ଛାତ୍ରଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ। ଯେତେବେଳେ ଶେଖ ହସିନାଙ୍କ ସରକାର କ୍ଷମତାରେ ଥିଲେ। ହାଇକୋର୍ଟ ଏହି ନିଷ୍ପତ୍ତିକୁ ବଜାୟ ରଖିଥିଲେ, ସେଭଳି୫ ଅନ୍ୟ ଦୋଷୀଙ୍କୁ ଆଜୀବନ ସଜାକୁ ଠିକ୍ ବୋଲି କହିଥିଲେ। ସବୁ ଦୋଷୀ BUET ର ଛାତ୍ର ଓ ବାଂଲାଦେଶ ଛାତ୍ର ଲିଗ୍ (BCL) ର ସଦସ୍ୟ ଥିଲେ, ଯାହାକି ପରେ ବ୍ୟାନ୍ କରି ଦିଆଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.