ନୂଆଦିଲ୍ଲୀ,୦୮/୦୪: ବାଂଲାଦେଶର ଦିନାଜପୁରର ଗୋଟିଏ ପୋଖରୀ ଭିତରୁ ମିଳିଛି ଭଗବାନ ବିଷ୍ଣୁଙ୍କ ପ୍ରତିମା। ଯାହାକୁ ନେଇ ସାରା ଅଞ୍ଚଳରେ ଜୋର ଧରିଛି ଚର୍ଚ୍ଚା। ତେବେ ଏ ଘଟଣା ପ୍ରଥମଥର ନୁହଁ ଯେଉଁଠି ମାଟି ତଳୁ ପ୍ରଭୁ ବିଷ୍ଣୁଙ୍କର ମୂର୍ତ୍ତି ମିଳିଛି । ଗତ ୪ ବର୍ଷ ଭିତରେ ଦେଶର  ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଭଗବାନଙ୍କ ପ୍ରତିମା ମିଳିବାର ଖବର ସାମ୍ନାକୁ ଆସିଛି । 

ବାଂଲାଦେଶୀ ଖବରକାଗଜ ଅନୁଯାୟୀ, ଦିନାଜପୁରର ନବାବଗଞ୍ଜ ଅଞ୍ଚଳରେ ଏକ ପୋଖରୀ ଖୋଳାଯାଉଥିଲା । ଏହି ସମୟରେ ଭଗବାନ ବିଷ୍ଣୁଙ୍କ ଏକ  ୨୯ ଇଞ୍ଚ ଏବଂ ୧୩ ଇଞ୍ଚ ଚଉଡ଼ାର ପ୍ରତିମା ବାହାରିଛି । ଆଉ ଏହି ବିଷ୍ଣୁଙ୍କ ମୂର୍ତ୍ତିର ଓଜନ ୨୭ କିଲୋଗ୍ରାମ। ଭଗବାନ ବିଷ୍ଣୁଙ୍କ ସହିତ ଦେବୀ ଲକ୍ଷ୍ମୀଙ୍କ ପ୍ରତିମା ମଧ୍ୟ ମୂର୍ତ୍ତିରେ ଖୋଦିତ ହୋଇଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ବୁଲଡୋଜର ସାହାଯ୍ୟରେ ଖୋଳାଯିବା ସତ୍ତ୍ବେ ମଧ୍ୟ ମୂର୍ତ୍ତିର କୌଣସି ଅଙ୍ଗ ଭାଙ୍ଗି ନାହିଁ। 

ଏହା ମଧ୍ୟ ପଢନ୍ତୁ-  ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯୁବକ ମୃତ ଅନ୍ୟ ଜଣେ ଗୁରୁତର

ଏନେଇ ସ୍ଥାନୀୟ ପୋଲିସର କହିବା ଅନୁସାରେ, ମୂର୍ତ୍ତିଟିକୁ ଜବତ କରାଯାଇ କୋଷାଗାରକୁ ପଠାଯାଇଛି । ଏଠାରୁ ଏହି ମୂର୍ତ୍ତିକୁ ପ୍ରତ୍ନତତ୍ତ୍ୱ ବିଭାଗକୁ ପଠାଯିବ। ପ୍ରତ୍ନତତ୍ତ୍ୱ ବିଭାଗ ପ୍ରତିମୂର୍ତ୍ତିଟି ଯାଞ୍ଚ କରି କହିବ ଯେ, ଏହି ପ୍ରତିମୂର୍ତ୍ତି କେବେ ତିଆରି ହୋଇଥିଲା।ସେହିପରି ପୂର୍ବରୁ ଅର୍ଥାତ୍ ୨୦୨୩ ମସିହାରେ ମଧ୍ୟ ବାଂଲାଦେଶର ଫରିଦପୁରରେ ଭଗବାନ ବିଷ୍ଣୁଙ୍କ ଏକ ମୂର୍ତ୍ତି ମିଳିଥିଲା । ଯାହାର ଓଜନ ଥିଲା ୩୨ କିଲୋଗ୍ରାମ । ସେହିପରି ଅଗଷ୍ଟ ୨୦୨୧ରେ, ବାଂଲାଦେଶରେ ଭଗବାନ ବିଷ୍ଣୁଙ୍କ ଏକ ୧୦୦୦ ବର୍ଷ ପୁରୁଣା ମୂର୍ତ୍ତି ବାହାରିଥିଲା । ପ୍ରକାଶ ଥାଉକି, ୧୯୪୭ ପୂର୍ବରୁ ବାଂଲାଦେଶ ଭାରତର ଏକ ଅଂଶ ଥିଲା । ୧୯୪୭ ରୁ ୧୯୭୧ ପର୍ଯ୍ୟନ୍ତ ଏହି ପ୍ରଦେଶ ପାକିସ୍ତାନର ଶାସନ ଅଧୀନରେ ଥିଲା । ୧୯୭୧ ମସିହାରେ ବାଂଲାଦେଶକୁ ଏକ ସ୍ୱତନ୍ତ୍ର ରାଷ୍ଟ୍ର ଭାବରେ ମାନ୍ୟତା ଦିଆଯାଇଥିଲା । ପୂର୍ବରୁ ବଙ୍ଗାଳୀ ହିନ୍ଦୁ ପରିବାରର ଲୋକମାନେ ବାଂଲାଦେଶରେ ରହୁଥିଲେ, ଯିଏ ଭଗବାନ ବିଷ୍ଣୁଙ୍କର ଜଣେ ଉପାସକ ଥିଲେ ।