ନୂଆଦିଲ୍ଲୀ: ବାଂଲାଦେଶରେ ବିଦ୍ରୋହର ଗୋଟିଏ ବର୍ଷ ପରେ ମଧ୍ୟ ପରିସ୍ଥିତିରେ କୌଣସି ଉନ୍ନତି ହୋଇନାହିଁ। ଶେଖ ହସିନାଙ୍କ ସମୟରେ ଏକ ଭଲ ଅର୍ଥନୀତି ଥିବା ବାଂଲାଦେଶ ଏବେ ଆର୍ଥିକ ରାଜନୈତିକ ସଙ୍କଟର ସମ୍ମୁଖୀନ ହେଉଛି। ଏଥିରୁ ବାହାରିବା ପାଇଁ ବାଂଲାଦେଶର ଆର୍ଥିକ ପରାମର୍ଶଦାତାମାନେ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକଠାରୁ ସାହାଯ୍ୟ ଆଶା କରୁଛନ୍ତି ପାକିସ୍ତାନ ପରି ବାଂଲାଦେଶ ମଧ୍ୟ IMF ଠାରୁ ଋଣ ନେବାକୁ ଚେଷ୍ଟା କରୁଛି। ଅର୍ଥ ପରାମର୍ଶଦାତା ଡକ୍ଟର ସଲାହୁଦ୍ଦିନ ଅହମ୍ମଦ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନର ପ୍ରଭାବର ମୁକାବିଲା ପାଇଁ ଅନ୍ତର୍ଜାତୀୟ ସହଯୋଗ ଏଜେନ୍ସିଗୁଡ଼ିକଠାରୁ ଆଶାନୁରୂପ ପରିମାଣର ଟଙ୍କା ମିଳୁନାହିଁ

ସେ କହିଛନ୍ତି, ‘ଅତି କମରେ ୩୦ ବିଲିୟନ ଡଲାର ଆବଶ୍ୟକ କିନ୍ତୁ ସରକାର IMF ଠାରୁ ମାତ୍ର ଏକରୁ ଦେଢ଼ ବିଲିୟନ ଡଲାର ପାଇବା ପାଇଁ ସଂଘର୍ଷ କରୁଛନ୍ତି।ଢାକାର ଆଗରଗାଓଁସ୍ଥିତ ପିକେଏସଏଫ ଭବନରେ ଜଳବାୟୁ ତାଲିମ କର୍ମଶାଳାର ଉଦଘାଟନ ଅବସରରେ ଅର୍ଥ ପରାମର୍ଶଦାତା ଏହି ବିବୃତ୍ତି ଦେଇଛନ୍ତି । ବାଂଲାଦେଶ ବର୍ତ୍ତମାନ ଜଳବାୟୁ ସଙ୍କଟ ସହିତ ସଂଘର୍ଷ କରୁଛି। ଦେଶରେ ଗରମ ବୃଦ୍ଧି ପାଉଛି ନଦୀ ଏବଂ ସମୁଦ୍ରର ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି। ଏହାର ମୁକାବିଲା ପାଇଁ ବାଂଲାଦେଶକୁ ପ୍ରାୟ ୩୦ ବିଲିୟନ ଡଲାର ଆବଶ୍ୟକ। ସଲାହୁଦ୍ଦିନ ଅହମ୍ମଦ କହିଛନ୍ତି ଯେ, ଆମକୁ ଦେଢ଼ ବର୍ଷ ମଧ୍ୟରେ ବିଲିୟନ ଡଲାର ପାଇଁ ଆଲୋଚନା କରିବାକୁ ପଡିବ।

ବାଂଲାଦେଶ ୨୦୨୨ ମସିହାରେ ଆଇଏମଏଫ ସହିତ ୪.୭ ବିଲିୟନ ଡଲାରର ଋଣ ଲାଗି ଚୁକ୍ତି ସ୍ୱାକ୍ଷର କରିଥିଲା। ବାଂଲାଦେଶ ଫେବୃଆରୀ ୨୦୨୩ ରୁ ଜୁନ ୨୦୨୪ ପର୍ଯ୍ୟନ୍ତ ତିନୋଟି କିସ୍ତିରେ ୨.୩୧ ବିଲିୟନ ଡଲାର ପାଇଥିଲା। କିନ୍ତୁ ସର୍ତ୍ତ ପୂରଣ ନହେବା କାରଣରୁ ଗତ ବର୍ଷ ଡିସେମ୍ବରରେ ଚତୁର୍ଥ କିସ୍ତି ପାଇନଥିଲା ବାଂଲାଦେଶ ସର୍ତ୍ତ ପୂରଣ ହେବା ପରେ ଆଇଏମଏଫ ଚଳିତ ବର୍ଷ ଜୁନ୍ ମାସରେ ଚତୁର୍ଥ ଏବଂ ପଞ୍ଚମ କିସ୍ତିରେ ୧.୩୩  ବିଲିୟନ ଡଲାର ଜାରି କରିଥିଲା। ଏହା ବ୍ୟତୀତ ବାଂଲାଦେଶ ସରକାର ସାଧାରଣ ଲୋକଙ୍କ ସହଯୋଗରେ ଏହି ସଙ୍କଟର ମୁକାବିଲା ପାଇଁ ଅନେକ ପଦକ୍ଷେପ ନେଉଛି ବୋଲି ସଲାହୁଦ୍ଦିନ ଅହମ୍ମଦ କହିଛନ୍ତି