ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

‘ବାଂଲାଦେଶ ବି ବହୁତ ଛଟପଟ ହେଉଛି, ତାକୁ ବି....’ ଗଙ୍ଗା ନଦୀର ପାଣିକୁ ନେଇ ନିଶିକାନ୍ତ ଦୁବେଙ୍କ ବଡ଼ ବୟାନ

Published By : Harapriya Biswal | April 26, 2025 4:57 PM

ନୂଆଦିଲ୍ଲୀ,୨୬।୪:  ପହଲଗାମ୍ ଆତଙ୍କୀ ହମଲା ପରେ ପୁରା ଦେଶରେ ପାକିସ୍ତାନ ବିରୋଧରେ ଆକ୍ରୋଶ ବଢିବାରେ ଲାଗିଛି। ଆଉ ଏହି ସମୟରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ବାଂଲାଦେଶକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ବାଂଲାଦେଶ ମଧ୍ୟ ଖୁବ୍ ଛଟପଟ ହେଉଛି। ତାଙ୍କୁ ବି ଗଙ୍ଗା ନଦୀର ପାଣି ବନ୍ଦ କରି ଦେବାର ସମୟ ଆସିଯାଇଛି। ଆମ ଦେଶର ପାଣି ପିଇକି ବଞ୍ଚିବେ, ହେଲେ ପାକିସ୍ତାନର ଗୀତ ଗାଇବେ।’

ଏହା ସହ ଦୁବେ ଇଂରାଜୀ ଓ୍ବେବସାଇଟର ଏକ ନ୍ୟୁଜର ସ୍କ୍ରିନସଟ୍‌ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ଲେଖା ହୋଇଛି ‘ଗଙ୍ଗାଜଳ ଏହି ପାପୀଙ୍କୁ ? ନିଶିକାନ୍ତ ଦୁବେ ଯେଉଁ ରିପୋର୍ଟର ସ୍କ୍ରିନସଟ୍‌ ସେୟାର କରିଛନ୍ତି, ତାହା ଅନୁସାରେ, ବାଂଲାଦେଶ ଅନ୍ତରୀଣ ସରକାରଙ୍କ ଜଣେ ପରାମର୍ଶଦାତା ନିକଟରେ ଆତଙ୍କୀ ସଂଗଠନ ଲସ୍କର-ଇ-ତୋଇବାର ସଦସ୍ୟକୁ ଭେଟିଥିଲେ।

ରିପୋର୍ଟ ଅନୁସାରେ, ବାଂଲାଦେଶର ଅନ୍ତରୀଣ ସରକାରଙ୍କ ଆଇନ ପରାମର୍ଶଦାତା ଡକ୍ଟର ଆସିଫ ନଜରୁଲାଙ୍କ ଲସ୍କର ସହ ସମ୍ପର୍କ ରହିଛି। ପହଲଗାମ୍‌ ଆତଙ୍କୀ ହମଲାର ଦିନକ ପରେ ଢାକାରେ ଲସ୍କର ସିନିର ଅପରେଟିଭ ଇଜହାରକୁ ସେ ସାକ୍ଷାତ କରିଥିଲେ। ଏହାଦ୍ବାରା ଭାରତ ବିରୋଧରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ପାଇଁ ଢାକାର ବର୍ତ୍ତମାନର ସରକାରଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି କରୁଛି।‌ ନିକଟରେ ମୋଦି ସରକାର ପାକିସ୍ତାନ ସହ ୧୯୬୦ ସିନ୍ଧୁ ଚୁକ୍ତିକୁ ରଦ୍ଦ କରିବାର ଘୋଷଣା କରିଥିଲେ। ଏହାକୁ ନେଇ ଦୁବେ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏବେ ପାକିସ୍ତାନ ବିନା ପାଣିରେ ମରିବ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.