ନୂଆଦିଲ୍ଲୀ,୦୧/୧୧: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଛି ଅତ୍ୟାଚାର । ଏଥିସହ  ଜାତୀୟ ପତାକାକୁ ଅପମାନ ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାରତୀୟ । ଏନେଇ ପଶ୍ଚିମବଙ୍ଗରେ ବାଂଲାଦେଶୀ ରୋଗୀଙ୍କୁ ସ୍ବାସ୍ଥ୍ୟସେବା ମିଳିବ ନାହିଁ ବୋଲି ଘୋଷଣା ହେବା ପରେ ତ୍ରିପୁରାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସେଠାରେ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । 

ଏନେଇ  ତ୍ରିପୁରାର  INS ହସ୍ପିଟାଲର ଜଣେ ଅଧିକାରୀ କହିଛନ୍ତି, ଜଣେ ଭାରତୀୟ ଭାବେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରୁଛି । ବାଂଲାଦେଶୀ ସେଠାରେ ଥିବା ହିନ୍ଦୁମାନଙ୍କୁ ଅପମାନିତ କରୁଛନ୍ତି । ସେମାନଙ୍କ ସହିତ ଖରାପ ବ୍ୟବହାର କରୁଛନ୍ତି । ତେଣୁ ବାଂଲାଦେଶ ରୋଗୀଙ୍କୁ  ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ ନାହିଁ ବୋଲି ହସ୍ପିଟାଲ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କିଛି ଦିନ ତଳେ ବାଂଲାଦେଶର ବ୍ରାହ୍ମଣବାରିଆ ଜିଲ୍ଲାରେ ଏକ ଭାରତ-ବାଂଲାଦେଶ ଅନ୍ତଃରାଷ୍ଟ୍ରୀୟ ବସ୍‌କୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ବସ୍ ଉପରେ ଜାଣିଶୁଣି ଆକ୍ରମଣ ହୋଇଛି ବୋଲି ଦାବି କରିଥିଲେ ତ୍ରିପୁରା ସରକାର । ଏହା ପରେ ଆଇଏନଏସ ହସ୍ପିଟାଲ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି।