ପ୍ରମୂଖ ଖବର
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||
  • ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜିଏସଟି ଆସିଷ୍ଟାଣ୍ଡ କମିଶନର
  • ||
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||

ଦୋସ୍ତି କରିବାକୁ ଯାଇଥିଲେ... ଡହରାମି ମାରି ପାକ୍ ମନ୍ତ୍ରୀ ବାଂଲାଦେଶରେ ବେଜିତ୍

Published By : Rasmita Pradhan | August 25, 2025 2:54 PM

ଢାକା, ୨୫/୦୮ : ପାକ୍ ବିଦେଶ ମନ୍ତ୍ରୀଙ୍କୁ ଭାରି ପଡ଼ିଲା ବୟାନବାଜି। ଦୋସ୍ତି କରିବାକୁ ଯାଇ ବାଂଲାଦେଶରେ ବେଜିତ୍। ଚୋରି କରି କଟୁଆଳ ସାଜୁଥିଲେ ଇଶାକ ଡାର୍। ମୁହେଁ ମୁହେଁ ଶୁଣାଇଦେଲେ ୟୁନୁସ୍‌ଙ୍କ ଖାସ୍। ଏକାବେଳେ ଚୁପ୍ ହୋଇଗଲେ ପାକ୍ ବୈଦେଶିକ ମନ୍ତ୍ରୀ। ପୁଣି ତେଜିଲା ୧୯୭୧ରେ ପାକିସ୍ତାନୀ ସେନାର ନରସଂହାର ପ୍ରସଙ୍ଗ।  

ଭାରତ ବିରୋଧରେ ଷଡ଼ଯନ୍ତ୍ର କରିବାକୁ ବାଂଲାଦେଶ ସହ ସମ୍ପର୍କ ସୁଧାରୁଛି ପାକିସ୍ତାନ। ଏନେଇ ବାଂଲାଦେଶ ଯାଇଛନ୍ତି ପାକ୍ ବୈଦେଶିକ ମନ୍ତ୍ରୀ ଇଶାକ ଡାର। ପୁରୁଣା ମନୋମାଳିନ୍ୟ ତୁଟାଇ ପୁଣି ଥରେ ବାଂଲାଦେଶ ସହ ହାତ ମିଳାଇବାକୁ ଚାହୁଁଛି ଆତଙ୍କୀସ୍ତାନ । ହେଲେ କ'ଣ ହେବ ? ୧୯୭୧ରେ ପାକିସ୍ତାନୀ ସେନା ଦେଇଥିବା ଆଘାତକୁ ଏବେବି ଭୁଲି ପାରିନି ବାଂଲାଦେଶ । ଅତୀତରେ କରିଥିବା ନରସଂହାର ପାଇଁ ଏବେବି ଅପଦସ୍ତ ହେଉଛି ପାକ୍ ।

ପାକ୍ ବୈଦେଶିକ ମନ୍ତ୍ରୀ ଇଶାକ ଡାର୍ ଏବେ ବାଂଲାଦେଶ ଗସ୍ତରେ ଅଛନ୍ତି। ରବିବାର ଦୁଇ ଦେଶ ମଧ୍ୟରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି । ହେଲେ ଏହି ବୈଠକରେ ଡହରାମି ମାରି ଇଶାକ୍ ଡାର୍ ଅପଦସ୍ତ ହୋଇଛନ୍ତି । ବୈଠକରେ ଡାର୍ କହିଥିଲେ ଯେ, ୧୯୭୧ ଅତ୍ୟାଚାର ପାଇଁ ବାଂଲାଦେଶ ଠାରୁ କ୍ଷମା ମାଗିବା ପ୍ରସଙ୍ଗ ୨୦୦ ମସିହାରେ ବୁଝାମଣା ହୋଇଯାଇଛି । ଡାର୍‌ଙ୍କ ଏହି ବୟାନ ପରେ ୟୁନୁସ୍‌ଙ୍କ ବୈଦେଶିକ ପରାମର୍ଶଦାତା ତୌହିଦ ହୁସେନ ଚିକିଁକି ଉଠିଥିଲେ। ତାଙ୍କୁ ମୁହେଁ ମୁହେଁ ଶୁଣାଇ ଦେଇଥିଲେ। ତୌହିଦ କହିଥିଲେ ଯେ, ଡାର୍‌ ଭୁଲ୍ କଥା କହୁଛନ୍ତି । ୧୯୭୧ ମୁଦ୍ଦାର ସମାଧାନ ଦାବି ଭୁଲ୍ । ଦୀର୍ଘ ୫୪ ବର୍ଷ ଧରି ସମାଧାନ ହୋଇନଥିବା ସମସ୍ୟାଗୁଡ଼ିକ ଏକ ଘଣ୍ଟାରେ ସମାଧାନ ହୋଇପାରିବନି।

୧୯୭୧ରେ ବାଂଲାଦେଶ ପାକିସ୍ତାନ ଠାରୁ ଅଲଗା ହେବା ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲା। ଏହି ବିଦ୍ରୋହକୁ ରୋକିବାକୁ ଓ ସ୍ଵର ଚାପିବାକୁ ପାକିସ୍ତାନୀ ସେନା ହଜାର ହଜାର ବାଂଲାଦେଶୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏଥିପାଇଁ ବାଂଲାଦେଶ ଏହି ନରସଂହାର ପାଇଁ ଏବେବି ପାକିସ୍ତାନ ଠାରୁ କ୍ଷମା ଚାହୁଁଛି। ହେଲେ ପାକିସ୍ତାନ ସବୁବେଳେ ଏହାକୁ ଏଡ଼ାଇ ଆସୁଛି। ଏପରିକି ପାକ୍ ବୈଦେଶିକ ମନ୍ତ୍ରୀ ବାଂଲାଦେଶ ଗସ୍ତ ସମୟରେ ଏହି ପ୍ରସଙ୍ଗକୁ ଏଡ଼ାଇବାକୁ ଚାହୁଁଥିଲେ। ହେଲେ ତୌହିଦ ତାଙ୍କ ଦାବିକୁ ଖାରଜ କରିଥିଲେ। ବାଂଲାଦେଶ ଏବେବି କ୍ଷମା ଚାହୁଁଛି ଓ ପାକିସ୍ତାନରେ ଫସି ରହିଥିବା ଲୋକଙ୍କୁ ଫେରାଇ ନେବାକୁ ଚାହୁଁଛୁ ବୋଲି କହିଥିଲେ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.