ନୂଆଦିଲ୍ଲୀ, ୨୧/୧୨: ବାଂଲାଦେଶରେ  ୨୦୨୪ରେ ହିନ୍ଦୁଙ୍କ ବିରୋଧରେ ୨,୨୦୦ ହିଂସା  ମାମଲା ରୁଜୁ ହୋଇଛି । ବିଶେଷ କରି ଶେଖ ହସିନାଙ୍କ  ସରକାର ପତନ ପରେ ମାମଲା ସଂଖ୍ୟା ବଢ଼ିଛି ବୋଲି  ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର  ସୂଚନା ଦିଆଯାଇଛି । ସେହିପରି ପାକିସ୍ତାନରେ ଚଳିତ  ବର୍ଷ ହିନ୍ଦୁଙ୍କ ବିରୋଧରେ ୧୧୨ ହିଂସା ମାମଲା ରୁଜୁ  ହୋଇଛି । 

ରାଜ୍ୟସଭାରେ ତଥ୍ୟ ଦେଇ ମନ୍ତ୍ରଣାଳୟ  ପକ୍ଷରୁ କୁହାଯାଇଛି ଯେ, ହିନ୍ଦୁଙ୍କ ସୁରକ୍ଷା ପାଇଁ  ବାଂଲାଦେଶ ଏବଂ ପାକିସ୍ତାନ ସରକାରଙ୍କୁ ଚିଠି  ଲେଖାଯାଇଛି । ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ପାଇଁ  ସେଠାକାର ସରକାର ଆବଶ୍ୟକ ପଦକ୍ଷେପ ନେବେ  ବୋଲି ଆଶା ରହିଛି । ତଥ୍ୟରୁ ଆହୁରି ଜଣାପଡ଼ିଛି  ଯେ, ୨୦୨୨ରେ ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ  ୪୭ ମାମଲା ରହିଥିଲା । ୨୦୨୩ରେ ତାହା ୩୦୨ ଏବଂ  ୨୦୨୪ ଡିସେମ୍ବର ୮ ସୁଦ୍ଧା ୨,୨୦୦କୁ ବୃଦ୍ଧି ପାଇଛି ।