ଭୁବନେଶ୍ୱର ୨୨/୧୨: ଉତ୍କଳ ବିଶ୍ୱବିଦ୍ୟାଳୟର ଏମ.ସି.ଏ ବିଭାଗର ପୁରାତନ ଛାତ୍ରଛାତ୍ରୀଙ୍କ ଉନବିଂଶ ବାର୍ଷିକ ବନ୍ଧୁ ମିଳନ ବାଣୀବିହାର ପରିସରରେ ଥିବା କମ୍ପ୍ୟୁଟର ସାଇନ୍ସ ଡିପାର୍ଟମେଣ୍ଟରେ ସଭାପତି ନୀଳମଣି ରୋହିଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆମେରିକା, କାନାଡ଼ା, ଇଉରୋପ,ଇଂଲଣ୍ଡ, ଜାପାନ, ସିଙ୍ଗାପୁର ଆଦି  ବିଶ୍ୱର ପନ୍ଦରରୁ ଅଧିକ ଦେଶରେ ରହିଥିବା ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ଏହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ । ମୋଟ୍ ୩୧ ଟି ବ୍ୟାଚର ୨ ଶହରୁ ଊର୍ଦ୍ଧ୍ବ ଛାତ୍ର ଛାତ୍ରୀ  ଓ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି ନିଜର ବିତିଯାଇଥିବା ଦିନର ସ୍ମରଣ କରି ଭାବ ବିହ୍ଵଳ ହୋଇଥିଲେ । 

କାର୍ଯ୍ୟକ୍ରମର ଆରମ୍ଭରେ  କମ୍ପୁଟର ସାଇନ୍ସ ଡିପାର୍ଟମେଣ୍ଟର ପୂର୍ବତନ ଅଧ୍ୟକ୍ଷ ତଥା ମୁଖ୍ୟ ବକ୍ତା ଡକ୍ଟର ଏ. କେ ବିଶୋଇ ଓ ବର୍ତ୍ତମାନର ଅଧ୍ୟକ୍ଷ ଡକ୍ଟର ପ୍ରଫୁଲ୍ଲ କୁମାର ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ପ୍ରାରମ୍ଭିକ ସଙ୍ଗୀତ ପରେ ଆମେରିକାରେ ସ୍ଥାୟୀ ଭାବେ ଅବସ୍ଥାପିତ ସଭାପତି ନୀଳମଣି ରୋହିଦାସ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ କମ୍ପୁଟର ସାଇନ୍ସ ବିଭାଗର ଜର୍ଣ୍ଣାଲ ଉନ୍ମୋଚିତ ହୋଇଥିଲା । ମୁଖ୍ୟ ବକ୍ତା ପ୍ରଫେସର ଅଜୟ କୁମାର ବିଶୋଇ ଓ ଅତିଥି ବକ୍ତା ପ୍ରଫେସର ପ୍ରମୋଦ କୁମାର, ମେହେର, ପ୍ରଫେସର ନିବେଦିତା ଅଧିକାରୀ , ଡକ୍ଟର ମୃତ୍ୟୁଞ୍ଜୟ ପଣ୍ଡା, ଏବଂ ଆଲୁମିନି ମାନଙ୍କ ଉଦବୋଧନ ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲା । ପୂର୍ବତନ ଛାତ୍ର ଆଲୋକ ହୋତା ଓ ଅଶୋକ ହୋତାଙ୍କ ତାଙ୍କ ନୂଆ କମ୍ପାନୀ ଲିଫିନୋଭ ବିଷୟରେ ସୂଚନା ଦେଇଥିଲେ। ପୁରାତନ ଛାତ୍ର ଓ ଉମା ବୋର୍ଡର ମୁଖ୍ୟ କର୍ମକର୍ତ୍ତା  ବିଶ୍ୱଜିତ ସେନାପତିଙ୍କ ଦ୍ୱାରା ବାର୍ଷିକ ଅଭିଭାଷଣ ପାଠ, ଅଭିଷେକ ସାହୁଙ୍କ ଦ୍ୱାରା କାର୍ଯ୍ୟକ୍ରମର ସୁପରିଚାଳନା, ଶ୍ରୀମତୀ ଅନସୂୟା ପଣ୍ଡାଙ୍କ ଦ୍ୱାରା ଧନ୍ୟବାଦ ଅଭିଭାଷଣ ପ୍ରଦାନ ସହ ପରମ୍ପରା ଅନୁଯାୟୀ ସପ୍ତମ ବ୍ୟାଚର (୧୯୯୬ -୧୯୯୯ ) ଉପସ୍ଥିତ ଥିବା ସମୀର ଦାଶ, ଶୁଭେନ୍ଦୁ  ରାୟ ସାମନ୍ତ, ମଳୟ ରଞ୍ଜନ ସାହୁଙ୍କ ଦ୍ୱାରା କେକ୍ କଟା ଯାଇଥିଲା।

ଛାତ୍ରଛାତ୍ରୀ ଓ ସେମାନଙ୍କ ପିଲାମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଖୁବ ଚିତ୍ତାକର୍ଷକ ଥିଲା। ସଭାପତି ନୀଳମଣି ରୋହିଦାସ, ଉପସଭାପତି ଅରୁଣ କୁମାର ସାମଲ,ସାଧାରଣ ସମ୍ପାଦକ ଅବିନାଶ ନାୟକ, ପ୍ରଭୁଦତ୍ତ ରାଉତ, ଅଭିଷେକ ସାହୁ, ତେହସିନ ବନୋ, ଅଜୟ କୁମାର ବେହେରା ଓ ସାଇ କ୍ରିଷ୍ଣା ମହାନ୍ତି ଆଦିଙ୍କ ଉଦ୍ୟମରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।