ନୂଆଦିଲ୍ଲୀ,୦୨/୦୭: ଜୁଲାଇରେ ଦେଶର ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ମୋଟ ୧୩ ଦିନ ବନ୍ଦ  ରହିବ । ୪ଟି ରବିବାର ଏବଂ ୨ଟି ଶନିବାର ବାଦ  ବିଭିନ୍ନ ପର୍ବପର୍ବାଣୀ ପାଇଁ ଆଉ ୭ ଦିନ ବ୍ୟାଙ୍କରେ  କାମ ହେବନି ।

୩ ଜୁଲାଇରେ ଖର୍ଚି ପୂଜା ଯୋଗୁ  ଅଗରତାଲାରେ ବ୍ୟାଙ୍କ ଛୁଟି ରହିବ । ୫ ଜୁଲାଇରେ  ଗୁରୁ ଗୋବିନ୍ଦସିଂହ ଜନ୍ମୋତ୍ସବ ଯୋଗୁ ଜମ୍ମୁ ଓ ଶ୍ରୀନଗର, ୧୪ରେ ସିଲଂରେ ବେହ ଦିଲ୍‌ଖଲାମ,  ୧୬ରେ ଡେରାଡୁନରେ ହରେଲା ତ୍ୟୋହାର,  ୧୭ରେ ସିଲଂରେ ୟୁ ତୋରତ ସିଂ ପୁଣ୍ୟତିଥି, ୨୮ରେ  ଗ୍ୟାଙ୍ଗଟକରେ ଦ୍ରୁପକୋସେ ଜି ଯୋଗୁ ବ୍ୟାଙ୍କ ଛୁଟି  ରହିବ । ୬,୧୩,୨୦ ଏବଂ ୨୭ରେ ରବିବାର, ୧୨  ଏବଂ ୨୬ରେ ଦ୍ୱିତୀୟ ଓ ୪ର୍ଥ ଶନିବାର ପଡ଼ୁଛି । ଏହି  ଦିନଗୁଡ଼ିକରେ ମଧ୍ୟ ବ୍ୟାଙ୍କ ଛୁଟି ଯୋଗୁ କାମ ହେବନି  ବୋଲି ସୂଚନା ମିଳିଛି । ଗ୍ରାହକ ଏଟିଏମ, ଅନଲାଇନ  ବ୍ୟାଙ୍କିଙ୍ଗ ଜରିଆରେ ବ୍ୟାଙ୍କ ସେବା ଲାଭ କରିପାରିବେ ।