ନୂଆଦିଲ୍ଲୀ,୮/୨ : ଆସନ୍ତାକାଲି ତଥା ୯ଫେବୃଆରୀରୁ ଆରମ୍ଭ ହେବ ଫେବୃଆରୀର ଦ୍ବିତୀୟ ସପ୍ତାହ । ଏହି ସପ୍ତାହରେ ସମ୍ପୂର୍ଣ୍ଣ ଦେଶରେ ବ୍ୟାଙ୍କ କେବଳ ଦୁଇ ଦିନ ବନ୍ଦ ରହିବାରେ ଅଛି । ୧୪ଫେବୃଆରୀ ମାସର ଦ୍ବିତୀୟ ଶନିବାର ଏବଂ ୧୫ଫେବୃଆରୀ ରବିବାର ଅଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ମାସର ଲିଷ୍ଟ ବ୍ୟାଙ୍କ ଅଫ ଇଣ୍ଡିଆ ସହ ସମସ୍ତ ସରକାରୀ ଏବଂ ବେସରକାରୀ ବ୍ୟାଙ୍କ ଲାଗି ପ୍ରାୟ ଛୁଟି ଲିଷ୍ଟ୍ ଜାରି କରିଛି । ଏଥିରେ ଦ୍ବିତୀୟ ଶନିବାର, ଚତୁର୍ଥ ଶନିବାର ଏବଂ ସମସ୍ତ ରବିବାରରେ ବ୍ୟାଙ୍କ ଛୁଟି ସାମିଲ ରହିଛି ।

ଦେଶର କିଛି ଭାଗରେ ମହାଶିବରାତ୍ରି ଅବସରରେ ବ୍ୟାଙ୍କ ବନ୍ଦ ରହିଥାଏ । ଯାହା ଏଥର ୧୫ଫେବୃଆରୀରେ ପାଳନ କରାଯିବ । କାରଣ ଏଥର ୧୫ଫେବୃଆରୀ ରବିବାର ପଡ଼ୁଛି । ଏଥିଲାଗି ବ୍ୟାଙ୍କ ଅଲଗା ବନ୍ଦ ରହିବ ନାହିଁ ।ରାଜ୍ୟରେ ବ୍ୟାଙ୍କର ଛୁଟି ଆଞ୍ଚଳିକ ଏବଂ ଲୋକାଲ୍ ଉତ୍ସବ ତଥା ଆବଶ୍ୟକ ଭାବେ ବନ୍ଦ ରହିଥାଏ ।