ନୂଆଦିଲ୍ଲୀ,୦୧/୦୧: ଆରମ୍ଭ ହୋଇଛି ନୂଆ ବର୍ଷ । ଜାନୁଆରୀ ମାସରେ ଦେଶର  ବିଭିନ୍ନ ରାଜ୍ୟରେ ମୋଟ ୧୧ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହି ମାସରେ ୪ଟି ରବିବାର  ଏବଂ ୨ଟି ଶନିବାର ବ୍ୟାଙ୍କ କାମ ହେବନି । ଏହାବାଦ ୫ ଦିନ ଭିନ୍ନ ଭିନ୍ନ ପର୍ବପର୍ବାଣୀ  ଏବଂ ଅନ୍ୟ ଛୁଟି ଯୋଗୁ ବ୍ୟାଙ୍କ କାମ ହେବନି । ଏଭଳି ଭାବେ ଓଡ଼ିଶାରେ ୮ ଦିନ ବ୍ୟାଙ୍କ  ଛୁଟି ରହିବ ବୋଲି ଆର୍‌ବିଆଇ କ୍ୟାଲେଣ୍ଡରରୁ ଜଣାପଡିଛି । ବ୍ୟାଙ୍କ ବନ୍ଦ ରହିଲେ ମଧ୍ୟ  ଲୋକମାନେ ଅନ୍‌ଲାଇନ ଏବଂ ଏଟିଏମ୍‌ ଜରିଆରେ ବ୍ୟାଙ୍କ ସେବା ଲାଭ କରିପାରିବେ ।