ରାସ୍ତାକଡ କାରକୁ ପିଟିଲା ଦ୍ରୁତଗାମୀ କାର୍…

ଧକ୍କା ଦେବା ପରେ ଜଳିଗଲା ୨ କାର୍…

୫ ଜୀବନ୍ତ ଦଗ୍ଧ, ଅନେକ ଗୁରୁତର…

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାରବାଙ୍କିରେ ଆଜି (ବୁଧବାର) ସକାଳୁ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି । ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଏକ ଅନିୟନ୍ତ୍ରିତ କାର୍ ରାସ୍ତା କଡରେ ଛିଡା ହୋଇଥିବା ଏକ କାରକୁ ଧକ୍କା ଦେବା ଫଳରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣ ଜଳିଯାଇଛି। ନିକଟରେ ଥିବା ଗ୍ରାମବାସୀମାନେ ପୋଲିସକୁ ସୂଚନା ଦେଇଥିଲେ । ଆଉ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

କେମିତି ହେଲା ଦୁର୍ଘଟଣା…

ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଅନେକ ପରିବାରକୁ ଭାଙ୍ଗି ପକାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏକ ଦ୍ରୁତଗାମୀ ବ୍ରେଜା କାର ରାସ୍ତା କଡରେ ପାର୍କିଂ ହୋଇଥିବା ୱାଗନରକୁ ଧକ୍କା ଦେଇଥିଲା, ଯାହା ଫଳରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଉଭୟ ଗାଡ଼ି ନିଆଁରେ ପୋଡ଼ି ଯାଇଥିଲା। ବ୍ରେଜାରେ ଚାରି ଜଣ ଲୋକ ଥିଲେ । ଏମାନଙ୍କ ମଧ୍ୟରେ ତିନି ଜଣ ମହିଳା ଏବଂ ଜଣେ ଝିଅ। ସେମାନଙ୍କ ମଧ୍ୟରୁ ତିନି ଜଣ ସୁରକ୍ଷିତ ଅଛନ୍ତି, କିନ୍ତୁ ଜଣେ ଗୁରୁତର ଅବସ୍ଥାରେ ଅଛନ୍ତି। ୱାଗନଆରରେ ତିନି ଜଣ ପିଲା, ଜଣେ ମହିଳା ଏବଂ ଜଣେ ପୁରୁଷ ଯାତ୍ରା କରୁଥିଲେ। ଘଟଣାସ୍ଥଳରେ ଜଣେ ମହିଳା ଏବଂ ଜଣେ ଝିଅର ମୃତ୍ୟୁ ଘଟିଥିଲା। ୬ ଏବଂ ୭ ବର୍ଷ ବୟସର ଦୁଇ ଝିଅଙ୍କୁ CHC ହାଇଦରଗଡ଼ ନିଆଯାଇଥିଲା। ଏପର୍ଯ୍ୟନ୍ତ ମୋଟ ପାଞ୍ଚ ଜଣଙ୍କ ଜୀବନ ଯାଇଛି। ଉଭୟ ଗାଡ଼ିରେ ୧୨ ଜଣ ଥିଲେ…

ପାଞ୍ଚ ଜଣଙ୍କର ଚିକିତ୍ସା ଚାଲିଛି…

ହାଇଦରଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଞ୍ଚ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟ ପାଞ୍ଚ ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଚିକିତ୍ସା ପାଇଁ ରାମ ମନୋହର ଲୋହିଆ ହସ୍ପିଟାଲ ପଠାଯାଇଠଛି। ବାକି ଚାରି ଆହତଙ୍କୁ ଏଠାରେ ଚିକିତ୍ସା କରାଯାଉଛି।

ଏହା ସହ ପଢନ୍ତୁ : ଏବେ ଆଉ ହୋଟେଲ କିମ୍ବା OYOରେ ଦେବାକୁ ପଡିବନି ଆଧାର କାର୍ଡ କପି, ନୂଆ ନିୟମ ଆଣୁଛି UIDAI…