ଭୁବନେଶ୍ବର ୧୭/୦୨: ଚଣ୍ଡିଖୋଲ ସାର୍ଥକ କ୍ଲବ ଆନୁକୁଲ୍ୟରେ  ୩୯ ତମ ବରଦା କପ୍  ଉଦଯାପିତ ହୋଇଯାଇଛି ।  ବରଦା ବେଲବଣ ଯଜ୍ଞ ପଡିଆଠାରେ ଉନ୍ମେଷ ସାମଲଙ୍କ ସ୍ମୃତିରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଥିଲା।  ଫାଇନାଲ  ମ୍ୟାଚ   ଯାଜପୁରର ଇଞ୍ଜନପୂର ଟିମ୍  ଓ କେନ୍ଦ୍ରାପଡ଼ାର ପିସିସି ପଞ୍ଚୁପାଣ୍ଡବ କ୍ଲବ  ମଧ୍ୟରେ ଖେଳା ଯାଇଥିଲା। ଇଞ୍ଜନପୁର  ଟିମ୍  ୬ ୱିକେଟରେ ବିଜୟୀ ହୋଇଛି ।

ବିଜେତା ଦଳର ଶୁଭ୍ର ରଞ୍ଜନ ରାଉତ ମାନ୍ ଅଫ ଦି ମ୍ୟାଚ୍ ଓ ରାଜେଶ ପାତ୍ର ମ୍ୟାନ୍ ଅଫ ଦି ସିରିଜ୍ ବିବେଚିତ ହୋଇଥିଲେ। ଅତିଥି ଭାବେ ପୂର୍ବତନ ଶିକ୍ଷକ ଉମାକାନ୍ତ ବଳ, ରାମଚନ୍ଦ୍ର ପଣ୍ଡା, ହରିଶ ଚନ୍ଦ୍ର ପୃଷ୍ଟି ଓ ବିଧାନ ଚନ୍ଦ୍ର ସାମଲ ଯୋଗ ଦେଇ ବିଜେତା  ଓ ଉପ ବିଜେତା ଦଳକୁ ଟ୍ରପି ଓ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ। ବିନୋଦ ରାଉତ ଓ ସମୀର ନାୟକ ମ୍ୟାଚ୍ ପରିଚାଳନା କରିଥିଲେ।