ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଲାଞ୍ଚ ନେବା ପଡିଲା ମହଙ୍ଗା, ଚାକିରିରୁ ନିଲମ୍ବିତ ହେଲେ ବରଗଡ ଧନୁଯାତ୍ରାର କଂସ

Published By : Suraj Kumar | October 22, 2024 5:21 PM

ବରଗଡ, ୨୨।୧୦ :  ମୃତକଙ୍କ ପରିବାରରୁ ୩ ହଜାର ଟଙ୍କା ନେବା ପଡ଼ିଲା ମହାଙ୍ଗା ।  ଚାକିରିରୁ ନିଲମ୍ବିତ ହେଲେ ବରଗଡ ଧନୁଯାତ୍ରାର କଂସ ହୃଷିକେଶ ଭୋଇ l ତାଙ୍କୁ  ଚାକିରୀରୁ ନିଲମ୍ବନ କରାଯାଇଥିବା ନେଇ  ବରଗଡ ସିଡ଼ିଏମଓ ନିରୁପମା ଷଢଙ୍ଗୀ ସୂଚନା ଦେଇଛନ୍ତି l

ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ ସ୍ୱାସ୍ଥ୍ୟ ବିଭାଗର ମହାପ୍ରୟାଣ ଗାଡିର ଡ୍ରାଇଭର ଭାବରେ କାମ କରନ୍ତି ।  କିଛିଦିନ ତଳେ ମହାପ୍ରୟାଣ ଗାଡି ଭଡା ବାବଦକୁ ଗାଇସିଲାଟ ବ୍ଲକ ଅଂଚଳର ଜଣେ ମୃତକଙ୍କ  ପରିବାରଠାରୁ ୩ ହଜାର ଟଙ୍କା ଲାଞ୍ଚ ଆଣିଥିଲେ । ତାକୁ ନେଇ ମୃତକଙ୍କ ପରିବାରବର୍ଗ ଅଭିଯୋଗ କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ  କାରଣ ଦର୍ଶାଅ ନୋଟିସ ଜାରି କରି ଏହାସହ ଅଭିଯୋଗର ତଦନ୍ତ ପାଇଁ ଏକ ଟିମ ଗଠନ କରିବାକୁ ଜିଲ୍ଲାପାଳଙ୍କ ଅନୁମତି ଲୋଡାଯାଇଥିଲା l ତଦନ୍ତ ପରେ  ହୃଷିକେଶ ଭୋଇଙ୍କୁ  ଚାକିରୀରୁ ନିଲମ୍ବନ କରାଯାଇଥିବା ନେଇ  ବରଗଡ ସିଡ଼ିଏମଓ ନିରୁପମା ଷଢଙ୍ଗୀ ସୂଚନା ଦେଇଛନ୍ତି l 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.