ବରଗଡ, ୨୨।୧୦ :  ମୃତକଙ୍କ ପରିବାରରୁ ୩ ହଜାର ଟଙ୍କା ନେବା ପଡ଼ିଲା ମହାଙ୍ଗା ।  ଚାକିରିରୁ ନିଲମ୍ବିତ ହେଲେ ବରଗଡ ଧନୁଯାତ୍ରାର କଂସ ହୃଷିକେଶ ଭୋଇ l ତାଙ୍କୁ  ଚାକିରୀରୁ ନିଲମ୍ବନ କରାଯାଇଥିବା ନେଇ  ବରଗଡ ସିଡ଼ିଏମଓ ନିରୁପମା ଷଢଙ୍ଗୀ ସୂଚନା ଦେଇଛନ୍ତି l

ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ ସ୍ୱାସ୍ଥ୍ୟ ବିଭାଗର ମହାପ୍ରୟାଣ ଗାଡିର ଡ୍ରାଇଭର ଭାବରେ କାମ କରନ୍ତି ।  କିଛିଦିନ ତଳେ ମହାପ୍ରୟାଣ ଗାଡି ଭଡା ବାବଦକୁ ଗାଇସିଲାଟ ବ୍ଲକ ଅଂଚଳର ଜଣେ ମୃତକଙ୍କ  ପରିବାରଠାରୁ ୩ ହଜାର ଟଙ୍କା ଲାଞ୍ଚ ଆଣିଥିଲେ । ତାକୁ ନେଇ ମୃତକଙ୍କ ପରିବାରବର୍ଗ ଅଭିଯୋଗ କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ  କାରଣ ଦର୍ଶାଅ ନୋଟିସ ଜାରି କରି ଏହାସହ ଅଭିଯୋଗର ତଦନ୍ତ ପାଇଁ ଏକ ଟିମ ଗଠନ କରିବାକୁ ଜିଲ୍ଲାପାଳଙ୍କ ଅନୁମତି ଲୋଡାଯାଇଥିଲା l ତଦନ୍ତ ପରେ  ହୃଷିକେଶ ଭୋଇଙ୍କୁ  ଚାକିରୀରୁ ନିଲମ୍ବନ କରାଯାଇଥିବା ନେଇ  ବରଗଡ ସିଡ଼ିଏମଓ ନିରୁପମା ଷଢଙ୍ଗୀ ସୂଚନା ଦେଇଛନ୍ତି l