​​​​​​​ହରଭଙ୍ଗା/ତିଳେଶ୍ବର, ୨୨।୧୦  : ହରଭଙ୍ଗା ବ୍ଲକ କୁସଙ୍ଗ ରେଞ୍ଜ କୁମାରୀ ବିଟ ଅନ୍ତର୍ଗତ କୁମାରୀ ନାଳ ନିକଟରେ  ବିଦ୍ୟୁତ ତାର ପକାଇ  ବାରହା ଶିକାର ପଡିଲା ମହଙ୍ଗା। ମାଂସ କାଟି ଭାଗ କରୁଥିବା ବେଳେ ମାଡି ବସିଲା ବନବିଭାଗ l ଜଣେ  ଶିକାରୀକୁ ଗିରଫ କରିଛି ବନ ବିଭାଗ। ଶିକାରୀ ଜଣକ ହେଲେ କୁମାରୀ ଗ୍ରାମର ସଚିନ୍ଦ୍ର ଦେହୁରୀ l   ଘଟଣାସ୍ଥଳରୁ ବାରହା ମାଂସ ସହିତ କଟୁରୀ, ଛୁରୀ, ବିଦ୍ୟୁତ ତାର, ଜିଆଇ ତାର ଜବତ କରିଛି।

ବନ୍ୟପ୍ରାଣୀ ବନାଞ୍ଚଳ ବୌଦ୍ଧ ଜିଲ୍ଲା କୁସଙ୍ଗ ରେଞ୍ଜ କୁମାରୀ ବିଟ ଅନ୍ତର୍ଗତ କୁମାରୀ ନାଳରେ ବସିଥୁବା ଉଠା ଜଳସେଚନ ପ୍ରକଳ୍ପ ଟ୍ରାନ୍ସଫରମରରୁ ବିଦ୍ୟୁତ ସଂଯୋଗ କରି ରାତିରେ  ବିଦ୍ୟୁତ ତାର ବିଛାଇ ବାରହା ଶିକାର ହୋଇଥିଲା।  ବିଶେଷ ସୂତ୍ରରୁ ଖବର ପାଇ ରେଞ୍ଜ ଅଧିକାରୀ ସଂସାର ବର୍ଗିଆଙ୍କ ନେତୃତ୍ୱରେ ଏକ ଟିମ ବିଭାଗ  ଗଠନ କରି କୁମାରୀ ଗ୍ରାମ ନିକଟସ୍ଥ ନାଳରେ ତାଲାସୀ  କରିଥିଲେ l ବାରହା ଶିକାର କରି ମାଂସକୁ ଭାଗ କରୁଥିବା ସମୟରେ ଟିମ୍ ଘଟଣା ସ୍ଥଳରେ ଚଢ଼ାଉ କରିଥିଲା। ମାଂସ ସହିତ, କଟୁରୀ, ଛୁରୀ,  ବିଦ୍ୟୁତ ଓ ଜେଇ ତାର ଜବ ସହିତ ଜଣେ ଶିକାରୀ କୁ ଘଟଣା ସ୍ଥଳରୁ ଗିରଫ କରିଥିଲେ ଓ ଅନ୍ୟ ତିନି ଜଣ ଘଟଣା ସ୍ଥଳରୁ ଫେରାର ମାରିଥିଲେ l ଗିରଫ ଶିକାରୀ  ଜଣକ ହେଲେ କୁମାରୀ ଗ୍ରାମର ସଚିନ୍ଦ୍ର ଦେହୁରୀ ।  ତେବେ  ମୁଖ୍ୟ ଅଭିଯୁକ୍ତ ସହ ୩ ଜଣ ଫେରାର ହୋଇଯାଇଥିବା ଏସିଏଫ ଦେବୀ ପ୍ରସାଦ  କହିଛନ୍ତି। ଖୁବ ଶୀଘ୍ର  ସେମାନଙ୍କୁ ଧରାଯିବ ବୋଲି ଏସିଏଫ ସୂଚନା ଦେଇଛନ୍ତି l ଏହି ସ୍ପେଶାଲ ଟିମରେ ଏସିଏଫ ଦେବୀପ୍ରସାଦ ରାଉତ, ରେଞ୍ଜର ସଂସାର ବର୍ଗିଆ, ଫରେଷ୍ଟର ପ୍ରଭାକର ସାହୁ, ସଞ୍ଜୟ ରାଉତ, ଫରେଷ୍ଟ ଗାର୍ଡ ରୁନି ଦଳବେହେରା ସାମିଲ ଥିଲେ